November 28, 2021
11 11 11 AM
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
*ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର*
*ମରିଯାଉଥିବା ଆଶା – ମନୋଜ କୁମାର ଦାସ*
*ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା*
*ହେ… ଚକାନୟନ – ରୀକ୍ଷିରାମ ମେହେର*
*ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ*
*କଥାର ମୃତ୍ୟୁ- ନବ କୁମାର ଦାସ*
*ଟିକେ ମନକୁ ପଚାର – ଭାସ୍କର ରାଉତ*
*ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *
*ଆପଣା ଓ ପର- ଜୟ କୁମାର ମିଶ୍ର *
*ଜୀବେ ଦୟା କର-ଜାନକୀ ମହାନ୍ତ*
*ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ*
*ପ୍ରେମ–ବନସ୍ମିତା ପଣ୍ଡା*
*ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା*
*ଏକାନ୍ତ– ବନସ୍ମିତା ପଣ୍ଡା*
*ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା*
*ସେ! – ବନସ୍ମିତା ପଣ୍ଡା*
*ସାଗର କହେ – ସୀମାଞ୍ଚଳ ପଣ୍ଡା*
*ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*
Latest Post
*BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି* *ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର* *ମରିଯାଉଥିବା ଆଶା – ମନୋଜ କୁମାର ଦାସ* *ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା* *ହେ… ଚକାନୟନ – ରୀକ୍ଷିରାମ ମେହେର* *ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ* *କଥାର ମୃତ୍ୟୁ- ନବ କୁମାର ଦାସ* *ଟିକେ ମନକୁ ପଚାର – ଭାସ୍କର ରାଉତ* *ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା * *ଆପଣା ଓ ପର- ଜୟ କୁମାର ମିଶ୍ର * *ଜୀବେ ଦୟା କର-ଜାନକୀ ମହାନ୍ତ* *ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ* *ପ୍ରେମ–ବନସ୍ମିତା ପଣ୍ଡା* *ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା* *ଏକାନ୍ତ– ବନସ୍ମିତା ପଣ୍ଡା* *ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା* *ସେ! – ବନସ୍ମିତା ପଣ୍ଡା* *ସାଗର କହେ – ସୀମାଞ୍ଚଳ ପଣ୍ଡା* *ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*

*ଜୀବନ ଚକ୍ର – ପ୍ରିୟମ୍ବଦା ରାଉତ*

ଜୀବନ ଚକ୍ର

ପ୍ରିୟମ୍ବଦା ରାଉତ

********””””****””””******

ସମୟ ଓ ସ୍ରୋତ ଅପେକ୍ଷା କରେନି ଅବିଶ୍ରାନ୍ତ ଚାଲିଥାଏ,

ଜୀବନର ଚକ ଗଡି ଗଡି ଚାଲେ ଜନ୍ମରୁ ମରଣ ଯାଏ l

ଜନନୀ ଜଠରୁ ଭୂମି ସ୍ପର୍ଶ କଲି କୁଆଁ କୁଆଁ ରାବଦେଇ,

ଅଭ୍ୟାସରେ ବଳେ ଗୁରୁଣ୍ଡି ଗୁରୁଣ୍ଡି ପୁଣି ମୁହିଁ ବସିଥାଇ l

ଉଠିପଡ଼ି ଚାଲେ ବାଲୁରୁ ବାଲୁରୁ କଥା ମୁହିଁ ହୋଇଥାଏ,

ମୋର କଥା ଶୁଣି ଖୁସି ହୋଇଥାନ୍ତି ମନ ମୁହିଁ ମୋହି ଥାଏ l

ଚାରିବର୍ଷ ଯାଏ ଶଯ୍ୟାରେ ପରିସ୍ରା ତିନ୍ତି ଥାନ୍ତି ବାପାମାଆ,

ବୁଝି ପାରିଥାଏ ଆଠ ବର୍ଷେ ସବୁ ଘରକୁ ଫେରଇ ଏକା l

ବାର ବର୍ଷ ବେଳେ ସାଥୀ ଖୋଜିଲି ମୁଁ ଖେଳକୁଦ କେତେ କଲି,

ଅଠର ବରଷେ ସାବାଳକ ହୋଇ ଗାଡି ଲାଇସେନ୍ସ ପାଇଲି l

ସ୍ୱାଧୀନଚେତା ଯେ ହୋଇଗଲି ମୁହିଁ ପାଦ ଥାପି ଅଠରରେ,

ତେଇଶି ବରଷେ ମନ ପ୍ରଜାପତି ଉଡେ ବୁଲେ ଏଣେତେଣେ l

ସେହି ବୟସରେ ଦେଶ ଦୁନିଆଁର ସବୁ କଥା ମୁଁ ଜାଣିଲି,

ଉଚ୍ଚ ଡିଗ୍ରୀଧାରୀ ହୋଇଣ ମୁହିଁ ଯେ ସପନ ଦେଖି ଚାଲିଲି l

ପଚିଶ ବରଷେ ରୋଜଗାର ପାଇଁ ପନ୍ଥା ମୁହିଁ ବାଛି ନେଲି,

ତିରିଶି ବରଷେ ସଂସାର ଗଢ଼ିଲି ମାୟା ବନ୍ଧନେ ପଡିଲି l

ପିଲାଛୁଆ ମେଳେ ମାୟା ଜଞ୍ଜାଳରେ ନିଜକୁ ଭୁଲିଗଲି,

ଯୌବନର ଅନ୍ତେ ପଇଚାଳିଶିରେ ଶରୀରରେ ଯତ୍ନ ନେଲି l

ପଚାଶ ଆଗମେ ପିଲାମାନଙ୍କରଭଲମନ୍ଦ ମୁଁ ବୁଝିଲି l ପଂଚାବନ ଯେଣୁ ଆଗତ ହୋଇଲା ଆପେ ଦେହ ଯତ୍ନ ନେଲି l

ଷାଠିଏ ବରଷେ ସପନ ଦେଖିଲି ବିତିଥିବା ବୟସର,

ସତୁରି ବରଷେ ହରିନାମ ମୁଖେ ସଦା ରହିଲା ମନର l

ପଞ୍ଚସ୍ତରୀରେ ଯେ ନାତି ନାତୁଣୀଙ୍କୁ ଗପ ପେଡି ଖୋଲିଦେଲି,

ନିଜ ଜୀବନର ଅଙ୍ଗେନିଭା ଗପ ସବୁ ବଖାଣି ବସିଲି l

ଏକାଅଶୀଠାରୁ ବିସ୍ମରଣ ହେଲା ବୁଝି ପାରିଲିନି କିଛି,

ଦଣ୍ଡ ଦୁଆରରେ କୁକୁର ପରିକା ନିତି ହେଉଥିଲି ଭୁକି l

ବୃଦ୍ଧ ହେଲା ବାଳ ଛୟାଅଶୀ ବର୍ଷେ ଫେରିଲା ଅତୀତ ମୋର,

ନବେ ବରଷରେ ଆଶ୍ରା ମୁଁ ଖୋଜିଲି ବାଡ଼ି ଧରିଲି ହାତର l

ମୋ ଅତୀତ ଯେବେ ଫେରିଣ ଆସିଲା ଆସିଲା ଯମ ଡାକରା,

ଏନ୍ତୁଡ଼ିର ନିଆଁ ଅନ୍ତିମ ନିଆଁରେ ଶ୍ମଶl ନେ ମୋର ଜଳିଲା l

ସମୟର ସ୍ରୋତେ ଚକା ଭଉଁରୀ ଯେ ଖେଳେ ବୟସ ନଦୀରେ,

ସବୁ ମାୟାମୋହ ତୁଟାଇ ଦିନେ ଯେ ଚାଲିଯିବା କାଳ ବଳେ l

 

ପ୍ରିୟମ୍ବଦା ରାଉତ

 25 total views,  1 views today

Leave a Reply

Your email address will not be published. Required fields are marked *