March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ନାରୀ ସଶକ୍ତିକରଣ

ନାରୀ ସଶକ୍ତିକରଣ

ନାରୀର ସଶକ୍ତିକରଣ ପାଇଁକି
ସତେ ଯଦି ଆଜି ସର୍ବେ ଆତୁର,
ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ
କରିବନି ବୋଲି ଶପଥ କର।

କନ୍ୟା ଭୃଣ ହତ୍ୟା କରିବନି କେବେ
ସେ ପରା ସାଜିବ କନ୍ୟାରତନ,
ଡଷ୍ଟବିନ୍ କୁ ଫିଙ୍ଗି ଦେବ ନାହିଁ
ଜନ୍ମପରେ ଦେଖି କନ୍ୟାସନ୍ତାନ।

ପୁଅଝିଅ ଭେଦଭାବ କରନାହିଁ
ଅବା କରନି ପାତରଅନ୍ତର,
ଶିଶୁ କନ୍ୟାଟିଏ ସାମନା ନକରୁ
କେବେ ଲିଙ୍ଗଗତ ବିଷମତାର।

ପୁଅ ସାଥେ ଝିଅ ପାଠପଢି ଯାଉ
ନାରୀଶିକ୍ଷାର ହେଉ ପ୍ରସାର,
ପରଗୋତ୍ରୀ ପରଧନ ପରଘରୀ
କହି ତାକୁ କରନା ହତାଦର।

ବେଟି ବଞ୍ଚାଅ ବେଟି ପଢାଅ
ସରକାରଙ୍କର ଯୋଜନା ଇଏ,
ଉଡାନ୍ ସାଥିରେ ସୁକନ୍ୟା ସମୃଦ୍ଧି
ଯୋଜନା ଟି କରିଛନ୍ତି ତ ସିଏ।

ଅନ୍ଧବିଶ୍ୱାସର ଅର୍ଗଳି ଭିତରୁ
ନିଜକୁ ଯଥାଶୀଘ୍ର ମୁକୁଳାଅ,
ବାଲ୍ୟବିବାହକୁ ବନ୍ଦ କରି ତାକୁ
ମହାବିଦ୍ୟାଳୟେ ପାଠ ପଢାଅ।

ନିଜର ସୁରକ୍ଷା କରିବ ସେ ନିଶ୍ଚେ
ଶିଖାଅ ଆତ୍ମରକ୍ଷାର କୌଶଳ,
ଚାରିକାନ୍ଥ ମଧ୍ୟେ ଆବଦ୍ଧ ନ ରଖି
କର ତାକୁ ଆତ୍ମନିର୍ଭରଶୀଳ।

ବାପା ଦାଦା ଭାଇ ଯେତେକ ପୁରୁଷ
ଦେଖାଅନି ତୁମ ପ୍ରପଞ୍ଚପଣ,
ତୁମରି ତୀକ୍ଷ୍ଣ ପ୍ରଶ୍ନବାଣରେ
ନାରୀକୁ କରନି ଲହୁଲୁହାଣ।

ନାରୀକୁ ନକର ଅବହେଳା ପୁଣି
କରନାହିଁ କେବେ ପକ୍ଷପାତିତା,
କର୍ମକ୍ଷେତ୍ରରେ ବି ପୁରୁଷ ପରାଏ
ନାରୀକୁ ମିଳୁଥାଉ ନିରାପତ୍ତା।

ଲାଞ୍ଛନା ତାଡନା ଧର୍ଷଣ ଶୋଷଣ
ଦୁଷ୍କର୍ମ ଆଉ ଯୌନ ଉତ୍ପୀଡନ,
ଯୌତୁକଜୁଇରେ ଜଳି ନ ଯାଉରେ
ନିରୀହା ନାରୀର ସବୁସପନ।

ନାରୀ ହରଣରେ ରାମାୟଣ ପୁଣି
ନାରୀ ଅସମ୍ମାନେ ମହାଭାରତ,
ନାରୀର ଉତ୍ଥାନ ପାଇଁକି ସଭିଏଁ
ଲାଗିପଡ ହାତେ ମିଶାଇ ହାତ।

ନାରୀର ଉନ୍ନତି ପାଇଁ ସରକାର
ଗଢିଛନ୍ତି ଆଇନକାନୁନ,
ସବୁଆଡେ ସଂରକ୍ଷଣ କରିଛନ୍ତି
ଚାକିରୀ କ୍ଷେତ୍ର ଅବା ନିର୍ବାଚନ।

ଗ୍ରାମ ମହିଳାଙ୍କ ଉନ୍ନତି ପାଇଁକି
ସ୍ୱୟଂ ସହାୟକ ଦଳଗଠନ,
ଗୌରବ ସମ୍ମାନ ଫେରାଇଦେବାକୁ
କାର୍ଯ୍ୟକରେ ମହିଳାକମିଶନ।

ଯେତେ ଅହଂ ଭାବ ମନରେ ରଖିଛ
ସେସବୁକୁ ତମେ ଏବେ ଦୂରାଅ,
ନାରୀ ପ୍ରଗତିରେ ବାଧା ନ ଦେଇକି
ନାରୀ ଉନ୍ନତିରେ ମନ ଲଗାଅ।

ନାରୀଟିଏ ଯେବେ ସମାଜ ଭିତରେ
ଭାବିନବ ନିଜକୁ ସୁରକ୍ଷିତ,
ସେତେବେଳେ ଆପେ ନିଶ୍ଚେ ବଢିଯିବ
ପୁରୁଷଜାତିର ମାନମହତ।

 

ସୌଭାଗ୍ୟବତୀ ଗିରି, କେନ୍ଦ୍ରାପଡା

 

Loading

One thought on “ନାରୀ ସଶକ୍ତିକରଣ

Leave a Reply to One Nine Elms Cancel reply

Your email address will not be published. Required fields are marked *