ଶୀର୍ଷକ-ଝରକା ବାହାରେ
??????????????????????
ବିଷମତା ବେଳେ ସଦା ଚେଷ୍ଟା ରହୁ
ସମତାର ରକ୍ଷା ପାଇଁ,
ଖୋଲାରହୁ ତେଣୁ ମନର ଝରକା
ସାମାଜିକ ନ୍ୟାୟ ଧ୍ୟାଇ ।।
ଧନଦେବୀ ଲକ୍ଷ୍ମୀ ଅଗ୍ନି, ବାୟୁ ,ଜଳ
ସୂର୍ଯ୍ୟ ଆଦି ଦେବ ଗଣ,
ଭିଡିଥିଲେ ଅଣ୍ଟା ଜଗା ବଳିୟାଙ୍କ
ଭାଙ୍ଗିବାକୁ ଟାଣପଣ ।।
ଝରକା ଏପଟେ ବିଛେଦ ବିରହ
ସମାଜ ଯୋଡିବା ଇଷ୍ଟ,
ସେପଟେ ତାହାର ଜାତିଆଣ ଭେଦେ
ଲକ୍ଷ୍ମୀଛଡ଼ା ଦୁଃଖ କଷ୍ଟ ।।
ଗବାକ୍ଷ ମାର୍ଗରେ ଦେଖି କମଳିନୀ
ବାହାରେ ଦୁହିଙ୍କ ଦଶା,
ଗୃହକୁ ଡ଼କାଇ ମନଜାଣି ସେବା
ଦେଇ ପୂର୍ଣ୍ଣକଲେ ଆଶା ।।
ଭିତର ବାହାର ମିଳନର ପର୍ବେ
ଛୁଆଁ ଅଛୁଆଁକୁ ତେଜି,
ଲକ୍ଷ୍ମୀଙ୍କୁ ଘେନିଣ ମନ୍ଦିରେ ପ୍ରବେଶ
ସମତ୍ୱର ମନ୍ତ୍ର ଭଜି ।।
ସୀମାଞ୍ଚଳ ଖଟୁଆ,
ଭୁବନେଶ୍ୱର।