ଝରକା ସେପାଖ
—————-
ମୁଁ ଆଉ ମୁଁ ଭିତରେ ତଫାତ୍ ଏତିକି,
ଯେତିକି ବୁଝିଲା ଯିଏ ତା’ ପାଇଁ ସେତିକି ।୧।
ମୋ ଠାରୁ ମୋ ପାଖକୁ ରାସ୍ତା ଅଳ୍ପ ଦୂର,
ଚାଲିବା ପାଇଁକି ଲୋଡ଼ା କିଛିଟା ପ୍ରହର ।୨।
ତୁମେ ମୋର,ମୁଁ ତୁମର ନୁହେଁ ଏକା କଥା,
ମସ୍ତକ ପରେ ପୟର ଅବା ପାଦେ ମଥା ।୩।
ବାହାରୁ ଭିତର ପୁଣି ଭିତରୁ ବାହାର,
ଚଳିପାରୁ ମଝି ବନ୍ଧ କରିଦେଇ ପାର ।୪।
ବନ୍ଧନ ଛିଣ୍ଡାଇ ଦେଖେ ଝରକା କୁ ଖୋଲି,
ଏପାଖୁ ସେପାଖ ଯିବୁ ଅନାୟାସେ ଚାଲି ।୫।
———————
ଦୀପଶିଖା ପ୍ରଧାନ, କଟକ
(Dipasikha Pradhan)
129 total views, 1 views today