ଶୀର୍ଷକ- “ଝରକା ସେ ପାଖରେ”
********************
ଝରକା ସେ ପାଖେ କୁହୁଡ଼ି ଚାଦରେ
ସ୍ବପ୍ନ ମୁଁ ଦେଖୁଥାଏ,
ଶିଶିର ଟେ ସାଜି ଘାସ ଗାଲିଚାରେ
ସ୍ବପ୍ନ କିଛି ଝରୁଥାଏ।
କେଉଁଠି ଥିଲା ସେ ସୂର୍ଯ୍ୟର କିରଣ
ସକାଳୁ ଆସିଲା ମାଡ଼ି,
ଧିରେ ଧିରେ ହୋଇ ଉତ୍ତପ୍ତେ କିରଣେ
ସ୍ବପ୍ନ ସୁବ ଗଲେ ଝଡ଼ି।
ସେ ସୂର୍ଯ୍ୟ କିରଣେ ଆଉ କିଛି ସ୍ବପ୍ନ
ସଜେଇ ଗଲି ମନରେ,
ମେଘ ବାଦଲ ଆସି ଲୁଚାଇ ଦେଲା
ସ୍ବପ୍ନ ତକ ତା ପଛରେ।
ବାଦଲ ଭିତରୁ ଆଉ କିଛି ସ୍ବପ୍ନ
ଝରକା ପାଖେ ଝରିଲେ,
ପାଣି ଫୋଟକା ଭଳି ଧିରେ ଧିରେ ସେ
ସନ୍ଧ୍ୟା ସମୟେ ଫାଟିଲେ।
ସନ୍ଧ୍ୟା ସାଥିରେ ଜହ୍ନ ତାରା ମେଳରେ
ସ୍ବପ୍ନ ଆସିଲେ ଜ୍ୟୋସ୍ନାରେ,
ଗୋଟି ଗୋଟି କରି ସଜେଇ ସେ ହେଲେ
ଝରକାର ସେ ପାଖରେ।
ଅମାବାସ୍ୟା ରାତି କେଉଁଠି ଯେ ଥିଲା
ଆସିଲା ସେ ଧିରେ ମାଡ଼ି,
ସ୍ବପ୍ନ ତକ ସବୁ ସାଥେ ନେଇ ଗଲା
ଅନ୍ଧାରେ ଦେଲା ସେ ଛାଡ଼ି।
ସ୍ବପ୍ନ ହସୁଥିଲା ସ୍ବପ୍ନ କାନ୍ଦୁଥିଲା
ଝରକାର ସେ ପାଖରେ,
କିଛି ସ୍ବପ୍ନ ଥିଲା ଅଧା ରହି ଗଲା
ଉଦାସ ମନ ଭିତରେ।
#ଜଗମୋହନ ପ୍ରଧାନ, ଯାଜପୁର
୦୯/୦୨/୨୦୨୨