ଝରକା ସେ ପାଖରେ
***************
ମୋ ଘର ଭିତରେ ବିରାଟ ଶୂନ୍ୟତା
ଗତ ଜୀବନ ଭଗ୍ନାଂଶ
ସାଉଁଟୁ ସାଉଁଟୁ ଦେଖୁଛି ଝରକା
ସେ ପାଖେ ଦିଶେ ଯା ଅଂଶ ।
ଶୁଖିଲା ଧରାର ଆର୍ତ୍ତ ଚିତ୍କାରକୁ
ଝଡ ବିଧ୍ବସ୍ତ ବନାନୀ
ଲଣ୍ଡା ପାହାଡ ବି ଶ୍ରୀମୁଖ ଦେଖାଇ
କହୁଛି ଦୁଃଖ କାହାଣୀ ।
ଦାରିଦ୍ର୍ଯର ପଦା- ଘାତରେ ଫାଟୁଛି
ନିରୀହ ଜନତା ପିଠି
ମଝି ପଥଧାରେ ନିଲାମ ହେଉଛି
ନଗ୍ନ ନାରୀର ଗୀତି ।
ଦେଶ ମେରୁଦଣ୍ଡ ଯୁବକ ହୃଦୟେ
କାମନାର ଅଗ୍ନି ବାଣ
ଅନାହତ ଭବି- ଷ୍ୟତ ଶିଶୁ ମୁଣ୍ଡେ
ପଡିଲାଣି ଭାର ଋଣ ।
ରାମ ରାଇଜର ସପନ ଭିତରେ
ଖାଲି ମିଥ୍ୟା ପ୍ରହେଳିକା
ଅଭିନୟ ଖାଲି ଅଭିନୟ ପୂର୍ଣ୍ଣ
ଜୀବନ ଆଉ ଜୀବିକା ।
ଭଲ ଅଛି ମୋର ଝରକା ଏ ପାଖା
ଅସଜଡା ହୃଦ ଛନ୍ଦ
ଝରକା ସେ ପାଖ ଦୃଶ୍ୟ ନିରେଖିଲେ
ଚକ୍ଷୁ ହୋଇଯାଏ ବନ୍ଦ ।
ପ୍ରତିମା ବାରିକ
Babebira
Bargarh
10/2/2022