ଝରକା ସେପାଖେ
******************************
ଝରକା ସେ ପାଖେ ମୋ ପ୍ରିୟାର ଘର
ନିତି ଦେଖୁଥାଏ ତାକୁ
ତା ରୂପ ଯୌବନ ଦେଖି ଏ ନୟନ
ଇଚ୍ଛା ହୁଏ ଛୁଇଁବାକୁ ।।
ଝରକା ଫାଙ୍କରେ ପହିଲି କିରଣ
ଯେବେ ଆସି ଛୁଇଁ ଯାଏ
ସୁନେଲି କିରଣେ ତାର ଗୋରା ଦେହ
ନିଇତି ଝଟକୁ ଥାଏ ।।
ସକାଳ ସୂରୁଜ ଉଇଁଯାଏ ଯେବେ
ପ୍ରିୟା ମୋ ଅଳସ ଭାଙ୍ଗେ
କାଖରେ ମାଠିଆ କାଖେଇ କି ସିଏ
ଚାଲି ଯାଏ କେତେ ଢଙ୍ଗେ ।।
ଝରକା ଫାଙ୍କରେ ଚାହିଁ ରହିଥାଏ
ପ୍ରିୟାର ବାଟକୁ ମୁହିଁ
ଲାଜେଇ ପ୍ରିୟା ମୋ ଲାଜରେ ବୁଡି କି
ଚାଲିଯାଏ ଟିକେ ଚାହିଁ।।
ସେଇ ଚାହିଁବାରେ କି ଯାଦୁ କେଜାଣି
ମନ ମୋ ପ୍ରସନ୍ନ ହୁଏ
ଦିନ ସାରା ମୋର ହୃଦୟ ମନ୍ଦିର
ପ୍ରେମର ସଙ୍ଗୀତ ଗାଏ ।।
**************************
ଚୁନିଲ କୁମାର ଗଙ୍ଗ ଦେବ
କଳାହାଣ୍ଡି
Chunil Kumar gang dev
208 total views, 1 views today