ସ୍ବାଗତ ନବ ବର୍ଷ🎉🎊
~~~~~~~~~~~
ସୁଭରେ ସୁଭରେ ନବବର୍ଷ ତୁମେ
ଶୁଭ ଫଳ ଦିଅ ଆସି,
ସୁଖେ ବିତୁ ଦିନ ସରସ ଜୀବନ
ସ୍ବାଗତ କରୁଛୁ ବସି ।।
ସନ୍ତାପ ହରିଣ ଉଲ୍ଲାସ ଭରିଣ
ସୁନ୍ଦର କର ଜଗତ,
ସାହସ ସଂଚରି ସୁଦୂର ପ୍ରସାରି
ସୃଷ୍ଟି କୁ କର ଶୋଭିତ ।।
ସବୁଜ ଧରଣୀ ଉଲ୍ଲାସେ ନାଚୁଛି
ସବୁଜ ପତ୍ରରେ ଜଳ,
ସୁୂ ଶୋଭିତ ଦିଶେ ସ୍ୱର୍ଗଠୁଁ ସୁନ୍ଦର
ଶ୍ବେତ ପ୍ରଜାପତି ଦଳ ।।
ଶିକ୍ଷା ସ୍ବାସ୍ଥ୍ୟ ସବୁ ଉନ୍ନତ ହେଉ
ସୁରଭି ସଞ୍ଚରୁ ପୃଥ୍ବୀ,
ସନ୍ଦେଶ ଦିଅହେ ସୁନ୍ଦର ସୃଷ୍ଟିରେ
ଶୀତରେ ଯେ ହସି ହସି ।।
ସାତ ସପନକୁ ସୂର୍ଯ୍ୟ ସମ ଆଭା
ସଂକୀର୍ଣ୍ଣ ଲାଗଇ ମନ ,
ସ୍ବାଗତ ସ୍ବାଗତ ନବ ବର୍ଷ ତୋତେ
ସୁନ୍ଦର ହେଉ ଜୀବନ ।।
ଶିଶୁ ଠାରୁ ବୃଦ୍ଧ ସଭିଏଁ ଉଦ୍ ବେଗ
ସକାଳ ରବି ଅପେକ୍ଷା,
ସଙ୍ଗୀତ ଗାଆନ୍ତି ବିହଙ୍ଗ ଅନେକ
ସତସୁରେ ମଜ୍ଜି ଏକା ।।
ଚୁମ୍କି ଦାଶ (ମିଶ୍ର)
ଶାନ୍ତି ପଡା, ବଲାଙ୍ଗୀର