November 28, 2021
11 11 11 AM
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
*ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର*
*ମରିଯାଉଥିବା ଆଶା – ମନୋଜ କୁମାର ଦାସ*
*ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା*
*ହେ… ଚକାନୟନ – ରୀକ୍ଷିରାମ ମେହେର*
*ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ*
*କଥାର ମୃତ୍ୟୁ- ନବ କୁମାର ଦାସ*
*ଟିକେ ମନକୁ ପଚାର – ଭାସ୍କର ରାଉତ*
*ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *
*ଆପଣା ଓ ପର- ଜୟ କୁମାର ମିଶ୍ର *
*ଜୀବେ ଦୟା କର-ଜାନକୀ ମହାନ୍ତ*
*ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ*
*ପ୍ରେମ–ବନସ୍ମିତା ପଣ୍ଡା*
*ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା*
*ଏକାନ୍ତ– ବନସ୍ମିତା ପଣ୍ଡା*
*ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା*
*ସେ! – ବନସ୍ମିତା ପଣ୍ଡା*
*ସାଗର କହେ – ସୀମାଞ୍ଚଳ ପଣ୍ଡା*
*ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*
Latest Post
*BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି* *ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର* *ମରିଯାଉଥିବା ଆଶା – ମନୋଜ କୁମାର ଦାସ* *ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା* *ହେ… ଚକାନୟନ – ରୀକ୍ଷିରାମ ମେହେର* *ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ* *କଥାର ମୃତ୍ୟୁ- ନବ କୁମାର ଦାସ* *ଟିକେ ମନକୁ ପଚାର – ଭାସ୍କର ରାଉତ* *ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା * *ଆପଣା ଓ ପର- ଜୟ କୁମାର ମିଶ୍ର * *ଜୀବେ ଦୟା କର-ଜାନକୀ ମହାନ୍ତ* *ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ* *ପ୍ରେମ–ବନସ୍ମିତା ପଣ୍ଡା* *ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା* *ଏକାନ୍ତ– ବନସ୍ମିତା ପଣ୍ଡା* *ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା* *ସେ! – ବନସ୍ମିତା ପଣ୍ଡା* *ସାଗର କହେ – ସୀମାଞ୍ଚଳ ପଣ୍ଡା* *ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*

*ସ୍ବାର୍ଥପର ବାନ୍ଧବୀ – କଳ୍ପନା ରାୟ*

ସ୍ବାର୍ଥପର ବାନ୍ଧବୀ
କଳ୍ପନା ରାୟ

ଆକାଶ ପାତାଳ ଭାବୁଥିଲା କାମିନୀ। ଜୀବନରେ କାମନା ନ ଥିଲା ହାରାହାରି । କେବଳ ତାର ନୁହେଁ, ତା ପରିବାରର ସମସ୍ତଙ୍କ ଜୀବନ ଅନ୍ୟ ପାଇଁ ଉତ୍ସର୍ଗୀକୃତ ଥିଲା ଯେମିତି । ବାପା ଛୋଟ ଏକ କ୍ଲର୍କ ଚାକିରି କରୁଥିଲେ ଅବଶ୍ୟ ସରକାରୀ । ଦୁଇ ବଖୁରିକିଆ ଭଡ଼ାଘରେ ପାଞ୍ଚ ପିଲା ଓ ସ୍ତ୍ରୀଙ୍କୁ ଧରି ତାଙ୍କ ପରିବାର । ସେତେବେଳେ କଟକ ଭୁବନେଶ୍ବରରେ ଗାଁର ଖୁବ୍ କମ୍ ଲୋକ ରହୁଥିଲେ । କାମିନୀର ମାମୁଁ ତାଙ୍କ ଘରେ ପଢି ଚାକିରି କଲେ ମଧ୍ୟ ତାଙ୍କ ଘର ଛାଡ଼ି ଯାଉ ନ ଥାନ୍ତି । କାରଣ କଟକ ସହରରେ ଭଡାଘର ନେଇ ସବୁ କିଣି ଚଳିବା କଷ୍ଟ । ଦରମାର ଶତକଡ଼ା ସତୁରୀ ଭାଗ ସରିଯିବ । ପାଠକେ ତ ଡାକମୁନିସୀ ଗଳ୍ପ ପଢିଥିବେ ‌। ଡାକମୁନିସୀଙ୍କ ନିଜ ଖର୍ଚ୍ଚ କଥା ମନେ ପକାନ୍ତୁ । ତେଣୁ ଚାଲାକୀ କରି କାମିନୀକୁ ମାମୁଁ ତାଙ୍କ ଗାଁକୁ ନେଇଯାଇଥିଲେ ଅଷ୍ଟମ ଶ୍ରେଣୀରୁ । କାମିନୀଙ୍କ ମାଆ ଜେମା ସରଳଵିଶ୍ବାସୀ, ଛନ୍ଦକପଟହୀନ, ଭାଇ ପ୍ରେମୀ ନାରୀ ଥିଲେ । ଏହି ସରଳ ବିଶ୍ୱାସର ସାହାଯ୍ୟ ନେଇ ତିନି ମାମୁଁ, ତାଙ୍କ ପରିବାର, ଓ ତାଙ୍କ ଗାଁ ଲୋକଙ୍କ ଭିଡ଼ ଜମେ ତାଙ୍କ ଘରେ । କାମିନୀ ରେଭେନ୍ସା କଲେଜରେ ପଢ଼ିବା ବେଳେ ତାଙ୍କ ବଡମାମୁଁଙ୍କ ବଡ଼ ଝିଅ ଆସେ ରେଭେନ୍ସାରେ ପଢିବାକୁ । କେତେବେଳେ ଚାଉଳ ଦଶକିଲୋ, କେତେବେଳେ ଵଢି ଦି’ଟା, ନଡ଼ିଆ ଚାରିଟା, କଖାରୁ ଫୁଲ,ଡଙ୍କ, ପୋଇବିଡେ ଥୋଇଦେଇ ମନ ଜିତୁଥାନ୍ତି ମାଆର, ମାମୁଁଘର ଲୋକେ । କଟକରେ ନିଆଁ ଚିମୁଟେ ବି କିଣିବାକୁ ପଡେ ତାଙ୍କ ବାପାଙ୍କୁ । ବାପା ଅତିଷ୍ଠ ହୋଇ ଚିଠି ଲେଖନ୍ତି ଵଡଶଳାଙ୍କୁ । ତାଙ୍କ ହାତରେ ତ ଥାନ୍ତି ତାଙ୍କ ଭଉଣୀ । ଭିଣୋଇଙ୍କ କଥାକୁ ଶୁଣୁଛି କିଏ । ଭିଣୋଇଙ୍କ ସାମ୍ନାରେ କଥା କହିବାକୁ ସାହାସ ତାଙ୍କର କିନ୍ତୁ ନ ଥାଏ । ଭିଣୋଇ ମାନେ କାମିନୀଙ୍କ ବାପା ଥିଲେ ସତ୍ୟନିଷ୍ଠ ପରୋପକାରୀ ବ୍ୟକ୍ତି । ଦୁଇ ମିନିଟ୍ ରେ ରାଗ ତାଙ୍କର ଶାନ୍ତି ହୁଏ । ଅନ୍ୟକୁ, ପରକୁ ଜୀବନ ମୂର୍ଚ୍ଛା ସାହାଯ୍ୟ କରନ୍ତି ।

ଯେତେ କହିଲେ ବି ସାନଶଳା ଘରଭଡ଼ା ନିଏନି । ଏମିତି ଏମିତିରେ ତାଙ୍କ ଘରର ଜଣକ ପରେ ଜଣେ କଟକରେ କାମିନୀଙ୍କ ଘରେ ପଢ଼ିବା ଠାରୁ ଵିଵାହ, ଛୁଆ ଜନ୍ମ, ମେଡିକାଲରେ ଯାହାର ଯାହା ଆବଶ୍ୟକ ଏଇ କାମିନୀଙ୍କ ଘରେ ହିଁ କରନ୍ତି । ଫଳରେ ପିଲାଙ୍କୁ ସରକାରୀ ସ୍କୁଲ କଲେଜରେ ପଢେଇବା ବି କଷ୍ଟ ହୋଇଯାଏ ।

ଇତିମଧ୍ୟରେ ସାନ ମାମୁଁଙ୍କର ଦେହାନ୍ତ, ଵଡଝିଅର ବିବାହ ସରିଥାଏ । କାମିନୀଙ୍କୁ ବି ଚାକିରି ମିଳି ସାରିଥାଏ । ଏକରକମ ବୋଝ ପରି ହୋଇଥିବା ମାମୁଁଘର ସେମିତି କିଛି ସାହାଯ୍ୟ କରନ୍ତି ନାହିଁ ତାଙ୍କ ଵିଵାହ ସମୟରେ ତାଙ୍କ ବାପାଙ୍କୁ । ସତ୍ ରେ ଥିବା ପିତାଙ୍କ ଉପରେ ଆଶୀର୍ବାଦ ଭଗବାନଙ୍କର ଥାଏ । ତାଙ୍କ ବିବାହରେ ସେମିତି କିଛି ଅସୁବିଧା ହୁଏନାହିଁ । ସତ୍ୟବାଦୀ ଓ କର୍ମଠ ପିତାମାତାଙ୍କ ଆଦର୍ଶରେ ଅନୁପ୍ରାଣିତ ପିଲାଗୁଡିକ ଉପରେ ଗୁରୁ ଗୁରୁଜନଙ୍କ ଆଶୀର୍ବାଦ ସ୍ଵତଃ ପ୍ରବୃତ୍ତ ଭାବରେ ଝରିପଡେ ।

କାମିନୀ ରେଭେନ୍ସାରେ ପଢ଼ିବା ବେଳେ ଦେଖିଛନ୍ତି ତାଙ୍କ ଭାଇଭଉଣୀ ପଖାଳ ଭାତ ଖାଉଥିଲା ବେଳେ ତାଙ୍କ ମାମୁଁ ଝିଅପୁଅଙ୍କୁ ମାଆ ଵରା,ସିଙ୍ଗଡ଼ା ବା ଗରମ ଭାତ ଯୋଗାଉଥିବାର । ଭାଇଭଉଣୀ ଘରେ ବସି ପାଠ ପଢ଼ିବାକୁ ଯାଗା ପାଆନ୍ତି ନାହିଁ । ୟାତା ଘରେ ବସି ହିଁ ପଢିଲା ତ ପଢିଲା, ଯିଏ ନିଜ ଘରେ ପଢ଼ିବାକୁ ଚାହୁଁଥିଲା ପଢିପାରୁ ନ ଥିଲା ।

ମାମୁଁଘର ଲୋକେ ଏତେ ସ୍ଵାର୍ଥପର ବୋଲି ବାପା ଓ ତାଙ୍କ ମଝିଆ ଭଉଣୀ ଛଡ଼ା ଆଉ କେହି ଜାଣି ପାରନ୍ତିନି । ସେଥିପାଇଁ ମଝିଆ ଭଉଣୀକୁ କେହି କେହି ମୁଖରା ବି କହନ୍ତି । ବାପାମାଆଙ୍କଠାରୁ ଅନ୍ୟ ଦୁଃଖ କଷ୍ଟରେ ଠିଆହେଵା, ସାହାଯ୍ୟ କରିବା ଗୁଣ ମଝିଆଁ ଭଉଣୀ ସମେତ ପାଞ୍ଚ ଭାଇଭଉଣୀଙ୍କ ପାଖରେ ବି ଥାଏ । ଫଳରେ ଅନାୟାସରେ ଦରକାର ବେଳେ ସାହାଯ୍ୟ ନିଅନ୍ତି ମାମୁଁଘର ଲୋକେ । ମାମୁଁଘରେ ପଢ଼ୁଥିଲା ବେଳେ ମାମୁଁଙ୍କ ବଡ଼ଝିଅ ପାଖାପାଖି ବୟସର ଥିବାରୁ ସାଙ୍ଗ ପରି ଥିଲା । ଚାକିରୀ କରି ସ୍ବାମୀ ପୁଅ ସହିତ ରହନ୍ତି ଭୁବନେଶ୍ୱରରେ । ମାମୁଁଝିଅଭଉଣୀ ସ୍ବାମୀ ସହ ଭୁବନେଶ୍ୱରରେ ରହୁଥିବାରୁ ସମ୍ପର୍କ ଭଲ ରଖିଥାନ୍ତି । ଭିଣୋଇ ବହୁତ ଭଲପୋଷ୍ଟରେ ଥିଲେ ବି ପିଉସା ଶ୍ବଶୁରଙ୍କ ଅବସ୍ଥା ଏମାନଙ୍କ ଘର ଲୋକ ପାଇଁ କେମିତି ଦେଖି ଶ୍ବଶୁର ଘର ଲୋକଙ୍କ ଠାରୁ ଦୂରେଇ ରହିବା ଚେଷ୍ଟା ଜାରି ରଖିଥାନ୍ତି । କାମିନୀଙ୍କ ସାହାଯ୍ୟ ଓ ସତ୍ ମନୋବୃତ୍ତିର ପ୍ରଭାବରୁ ତାଙ୍କ କଥା ଶୁଣନ୍ତି । ୟାର ଫାଇଦା ଉଠାଇ ମାମୁଁଝିଅ କାମିନୀ ଓ ତାଙ୍କ ସ୍ବାମୀଙ୍କୁ କଅଁଳ କଥା କହି ନିଜେ ବହୁତ ଦୁଃଖରେ ଅଛି ଦେଖାଇ କାମ ହାସଲ କରିବାକୁ ଲାଗୁଥିଲା ।ଟଙ୍କା ଥିଲେ ବି ସ୍ବାମୀ ଟିକେ ଅଖାଡୁଆ ଯୋଗୁଁ ଦୁଃଖ ପାଉଛି ଭାଵି ଏମାନେ ସବୁବେଳେ ତା କଥାରେ ସହଯୋଗ କରି ଆସୁଥିଲେ । ଏମିତି ଏମିତି ସିଏ ତା ପୁଅଝିଅ ବାହାଘର, ସମୁଦୀ ଘରକୁ ଯିବା ଇତ୍ୟାଦିରେ କାମିନୀ ଓ ତାର ସ୍ଵାମୀ କାମ କରି ଆସୁଥିଲେ ।

ପୁଅ ବାଙ୍ଗାଲୋରରେ ଚାକିରୀ କରି ରହୁଥିଲା । ଵାପାଫ୍ଲାଟ୍ ଘର କିଣି ଦେଇଥିଲେ । ଇତିମଧ୍ୟରେ ମହାମାରୀ ଯୋଗୁଁ ପୁଅଵୋହୁ ଓ୍ବାର୍କ ଫ୍ରମ୍ ହୋମ୍ କରୁଥିଲେ । ତେଣୁ ବାପାମାଆ ପାଖରେ ଭୁବନେଶ୍ୱରରେ ରହୁଥିଲେ । ବାଙ୍ଗାଲୋର ଘର ତାଲା ପଡି ରହିଥିଲା ବର୍ଷେ/ଦେଢବର୍ଷ ହେବ । ଵୋହୁର ଡେଲିଭରି ହେବାର ଥାଏ ‌ । ତେଣୁ ଡେଲିଭରି ହେବାର ଅତିକମ୍ ରେ ଛ’ମାସ ପରେ ଯିବାର ଶୁଣିଥିଲେ କାମିନୀ । କାମିନୀର ଗୋଟିଏ ପୁଅ, ହଠାତ୍ କମ୍ପାନୀ ବାଙ୍ଗାଲୋର ଟ୍ରାନ୍ସଫୋର କରିଥିବା ଶୁଣି କାମିନୀ ତା ମାମୁଁଝିଅଭଉଣୀକୁ ତା ପୁଅ ଭଡ଼ାଘର ପାଇବା ପର୍ଯ୍ୟନ୍ତ ତାଙ୍କ ବାଙ୍ଗାଲୋର ଘର ଦେବାକୁ କହିଥିଲେ । ମାମୁଁଝିଅଭଉଣୀ ଆଜିକାଲିର ପୁଅ ବୋହୁ ତାଙ୍କ ରୁମ୍ ଦେବାକୁ ଭଲ ପାଇବେନି କହିଥିଲେ କାମିନୀକୁ ଏତେ ଖରାପ ଲାଗି ନ ଥାନ୍ତା ‌ । ଦୁଇଥର/ତିନିଥର ଫୋନ୍ କରି ପୁଅକୁ ଧରି ତାଙ୍କ ଘରକୁ ଯାଇଥିଲେ କାମିନୀ ।

କିନ୍ତୁ ସେଠାକୁ ଯାଇ ମାଆ ପୁଅଙ୍କ ବ୍ୟବହାର ଆଜି ବ୍ୟତିବ୍ୟସ୍ତ କରୁଥିଲା କାମିନୀଙ୍କୁ । ତାଙ୍କ ବାପା ନିଜ ଖଟ କେତେ ଦିନ ମାମୁଁ ଆଉ ତାଙ୍କ ସାଙ୍ଗକୁ ଛାଡି ତଳେ ବିଛଣା କରି ଶୋଇଛନ୍ତି ଗଣିବା ସମ୍ଭବ ନୁହେଁ । ମାମୁଁଘର ପରିବାର ତାଙ୍କ ଗାଁ ଲୋକଙ୍କ ପାଇଁ ତାଙ୍କ ମାଆ କେତେ ଦିନ ଉପାସ ରହିଛନ୍ତି ତାର କଳନା ନାହିଁ, ଏହି ମାମୁଁଝିଅଭଉଣୀ ପାଇଁ ସିଏ ନିଜେ କେତେ ହଇରାଣ ହୋଇଛନ୍ତି, ଅଫିସରକୁ ଅନୁରୋଧ କରିଛନ୍ତି ତାହା ବର୍ଣ୍ଣନାତୀତ । ଆଜି କିଛିଦିନପାଇଁ ଘର କଥାରେ କେତେ ଚାଲାକୀରେ ଆଭୋଏଡ୍ କରି ଦେଲେ ଭାବିଲେ ପୁଅ ପାଖରେ ବି ଛୋଟ ହୋଇଗଲା ପରି ଲାଗୁଛି । କେତେ ଘଟଣା ଚିତ୍ର ପରି ତାଙ୍କ ଆଖିରେ ଭାସିଯାଉଛି । ଲୋକ ଏତେ ସ୍ଵାର୍ଥପର ହୋଇପାରେ ?? ଆଜି ବାପାଙ୍କ ପ୍ରତି କଥା କାନରେ ଗୁଞ୍ଜରିତ ହେଉଛି, ସବୁବେଳେ କହୁଥିଲେ କୃତଘ୍ନ ଏ ପରିବାର । ଗୁଡ ଥିଲା ପର୍ଯ୍ୟନ୍ତ ମାଠିଆରେ ଜନ୍ଦା ଲାଗିବ, ଗୁଡ ସରିଗଲେ ଜନ୍ଦା ଆସିଵନି, ସତକୁ ସତ ବାପାଙ୍କ ରିଟାର୍ଡମେଣ୍ଟ ପରେ ଏମାନଙ୍କ ଆସିବା କମିଥିଲା ଆଉ ବଢିଥିଲା କାମିନୀଙ୍କ ସାଙ୍ଗରେ ନିଜ ସ୍ବାର୍ଥ ପାଇଁ । ଆଜି ସବୁ ଚଳଚ୍ଚିତ୍ରର ଚିତ୍ର ପରି ମନ ପରଦାରେ ପରକୁପର ନାଚି ଯାଉଛି । ଅସ୍ତବ୍ୟସ୍ତ କରୁଥିଲା ଏପରି ବ୍ୟବହାର, ବୋଧ ଦେଉଥିଲା ବାପା କହୁଥିବା କଥାସଵୁ । ମାଆ ଆଉ କାମିନୀଙ୍କ ସରଳ ପଣିଆର ପୁରସ୍କାର ମିଳିଥିଲା ଆଜି, ଭାଵନା ଭିତରକୁ ଧସେଇ ପଶୁଥିଲା ଘଟଣାସଵୁ, କାହାକୁ କହି ପାରୁ ନ ଥିଲେ କି ସହି ପାରୁ ନ ଥିଲେ, ଭାବନାର ଅନ୍ତ ହେଉ ନ ଥିଲା କିନ୍ତୁ ………

କଳ୍ପନା ରାୟ

 92 total views,  1 views today

Leave a Reply

Your email address will not be published. Required fields are marked *