ସ୍ୱାଧୀନତା ତୁମେ କେଉଁଠି….???
ଚୁନିଲ କୁମାର ଗଙ୍ଗ ଦେବ
****************************
ସ୍ୱାଧୀନ ଭାରତ ସତେ କି ସ୍ୱାଧୀନ
ବୁଝି ତ ହୁଅଇ ନାହିଁ
ତେଲିଆ ମୁଣ୍ଡରେ ତେଲ ପଡୁଅଛି
ଗରିବ ମୁଣ୍ଡରେ ନାହିଁ ।।
ନାରୀଟିଏ ଆଜି ସୁରକ୍ଷିତ ନୁହେଁ
ଆମ ଏ ଭାରତ ଭୂଇଁ
ଅସୁର ଆଖି ଯେ ଛକି ବସି ଅଛି
ଦେହର ଲାଳସା ପାଇଁ ।।
ଦୁର୍ନୀତିର ଚେର ମାଡି ଯାଇଅଛି
ସବୁ ଆନୁଷ୍ଠାନେ ଆଜି
ପକେଟ ଗରମ ନହେଲା ଯାଏ
ପିଅନଟେ ହେଉନି ରାଜି ।।
ମା’ ର ଗର୍ଭରୁ ଶିଶୁକୁ ଛଡାଇ
ହୁଅଇ ଆଜି ଯେଉଁ କାର୍ଯ୍ୟ
ସନ୍ଦେହ ଲାଗଇ ମତେ ଆଜି ପୁଣି
ଏ କି ସେଇ ରାମ ରାଜ୍ୟ ।।
ମାଟି ମାଆ ପାଇଁ ଦେଇଗଲେ ବୀର
ନିଜ ପ୍ରାଣକୁ ଯେଉଁଠି
ସେ ମାଟି ଆଜି ଗୁମୁରି କାନ୍ଦୁଛି
ସ୍ୱାଧୀନତା ତୁମେ କେଉଁଠି…..?
***************************
ଚୁନିଲ କୁମାର ଗଙ୍ଗ ଦେବ
784 total views, 1 views today
An impressive share! I have just forwarded this on to a coworker who were conducting a little homework on this. And he in truth purchased me dinner due to The truth that I stumbled upon it for him… lol. So allow me to reword this…. Thanks with the meal!! But yeah, thanks for paying out a while to speak about this subject here on your web site.
Aw, this was an exceptionally good post. Taking the time and
actual effort to make a very good article… but what can I say… I procrastinate a whole lot and don’t seem to get anything done.