November 28, 2021
11 11 11 AM
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
*ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର*
*ମରିଯାଉଥିବା ଆଶା – ମନୋଜ କୁମାର ଦାସ*
*ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା*
*ହେ… ଚକାନୟନ – ରୀକ୍ଷିରାମ ମେହେର*
*ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ*
*କଥାର ମୃତ୍ୟୁ- ନବ କୁମାର ଦାସ*
*ଟିକେ ମନକୁ ପଚାର – ଭାସ୍କର ରାଉତ*
*ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *
*ଆପଣା ଓ ପର- ଜୟ କୁମାର ମିଶ୍ର *
*ଜୀବେ ଦୟା କର-ଜାନକୀ ମହାନ୍ତ*
*ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ*
*ପ୍ରେମ–ବନସ୍ମିତା ପଣ୍ଡା*
*ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା*
*ଏକାନ୍ତ– ବନସ୍ମିତା ପଣ୍ଡା*
*ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା*
*ସେ! – ବନସ୍ମିତା ପଣ୍ଡା*
*ସାଗର କହେ – ସୀମାଞ୍ଚଳ ପଣ୍ଡା*
*ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*
Latest Post
*BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି* *ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର* *ମରିଯାଉଥିବା ଆଶା – ମନୋଜ କୁମାର ଦାସ* *ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା* *ହେ… ଚକାନୟନ – ରୀକ୍ଷିରାମ ମେହେର* *ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ* *କଥାର ମୃତ୍ୟୁ- ନବ କୁମାର ଦାସ* *ଟିକେ ମନକୁ ପଚାର – ଭାସ୍କର ରାଉତ* *ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା * *ଆପଣା ଓ ପର- ଜୟ କୁମାର ମିଶ୍ର * *ଜୀବେ ଦୟା କର-ଜାନକୀ ମହାନ୍ତ* *ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ* *ପ୍ରେମ–ବନସ୍ମିତା ପଣ୍ଡା* *ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା* *ଏକାନ୍ତ– ବନସ୍ମିତା ପଣ୍ଡା* *ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା* *ସେ! – ବନସ୍ମିତା ପଣ୍ଡା* *ସାଗର କହେ – ସୀମାଞ୍ଚଳ ପଣ୍ଡା* *ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*

*ଆପଣା ଓ ପର- ଜୟ କୁମାର ମିଶ୍ର *

“ଆପଣା ଓ ପର”

ଜୟ କୁମାର ମିଶ୍ର 
*************************
ଆପଣା
———-
ଆପଣା ଲୋକତ, ସବୁ ବୁଦ୍ଧିମନ୍ତ
ଗୁଣୀଜ୍ଞାନୀ ଗଣେ ଗଣା,
ସବୁ ବଡ଼ ବଡ଼, ଘରଦ୍ୱାର, ମେଢ଼
ଜମିବାଡ଼ି, ସୁନା, ବାନା ।।
ଶିକ୍ଷା ଓ ସଂସ୍କୃତି, ସଭ୍ୟତା ପୀରତି
ଦାନ, ମାନ, ଧନ, ମନ,
ଇତିହାସଟିର ଲମ୍ବ ପ୍ରସ୍ତୁ ଦୂର
କେଉଁଠି ନାହିଁଟି ଖୁଣ ।।
ସଭିଏଁତ ସାଧୁ, ସଚୋଟତା ବନ୍ଧୁ
ବିଶ୍ୱାସ, ବିଶ୍ବସ୍ତ ଜନ,
ଦାନ, ଧର୍ମ, ପୂଣ୍ୟ, ମହତରେ ଧନ୍ୟ
ସତେ ବଳି ଆଉ କର୍ଣ୍ଣ ।।
ପର ଦରବରେ ନାହିଁ ଲୋଭ, ଲାଭ
ଉଦାର ହୃଦୟ ଭାବ ,
ହୁଏ ଡାକପଡା, ପରିଚୟ ଛିଡା
ଭୂମିରୁ ଭୂମାକୁ ଯିବ ।।
ନ୍ୟାୟ, ନୀତି, ଗତି ମାର୍ଜିତ ସେ ସ୍ଥିତି
ତ୍ରୁଟି ଜମା ରହେନାହିଁ,
ଚରିତ୍ର ପସରା, ସବୁଠୁ ନିଆରା
ସାଧୁ, ସନ୍ଥ ଦେଖି ବାଇ ।।
ସତ୍ୟ ଯୁଗପରା, ତାଙ୍କପାଶେ ଭରା
ଆଶାନ୍ତ, କଳହ ଦୂରେ,
ଭଦ୍ର ଓ ଭଦ୍ରlମୀ,ହୋଇ ଅନୁଗାମୀ
ପ୍ରୀରତିରେ ପାଶ ଧରେ ।।
ଯଶର କେତନ, ଉଡେ ଘନଘନ
କୋଣ ଅନୁକୋଣ ଯାଏ,
କିରତି ପସରା, ମାଳମାଳ ଭରା
ନୟନ ଯୁଆଡେ ଚାହେଁ ।।
ନିଜଲୋକ ସହ, ଅନ୍ୟମାନେ ମୋହ
ପ୍ରୀତ ହୋଇ ଧରେ ପଥ
ଫୁଲ ସଙ୍ଗେ ପରା, ପଟ ନିସ୍ତରେ
ଅନୁଗାମୀ, ଅନୁଗତ ।।
ଜନ୍ଦା ଓ ପିମ୍ପୁଡ଼ି, ବିଲେଇ, କୁକୁର
ଗାଈ ଗୋରୁ ମୂଷା ବେଙ୍ଗ
ସଭିଏଁ ମାର୍ଜିତ, ଧରି ପୂଣ୍ୟପଥ
ଦୁନିଆଁଯାକର ସାଙ୍ଗ ।।
————–
ପର
******
ପରଲୋକ ପରା, ସନ୍ଧେହରେ ଘେରା
ଦେଖିଲେ ମାଡଇ ଡର,
ଅବିଶ୍ୱାସୀ ସେହି, ଶିଷ୍ଟାଚାର ନାହିଁ
ଡାକୁ, ଖୁନୀ , ଖଣ୍ଟ, ଚୋର ।।
ଦରିଦ୍ର କାଙ୍ଗାଳ, କରିବ ଜଂଜାଳ ନମାଡିବ ପାଶ ତାର,
ଚିତ୍ତର ଭାଳେଣି, ମର୍ଯ୍ୟାଦାରେ ହାନି
ଦୂରେ ଥାଇ କାରବାର ।।
ସଂସ୍କାର ବିହୀନ, ଜାଣେନି ସମ୍ମାନ
ଲାଭ ଲୋଭ ଭରପୁର,
ସେ ମଳିମୁଣ୍ଡିଆ, ଲଜ୍ଜା ଲାଗେ ଯାହା
ନିମ୍ନମାନ କାରବାର ।।
ତାଙ୍କପାଶେ ଭରା, କୁଛିତ ବାସନା
ଭରସା ନାହିଁଟି ଜମା,
ମଉକା ମେଳିଲେ, କଳା ବୁଲାଇବେ
ନଥିବ ତାହାର ସୀମା ।।
ପର ଧନ, ମାନ, ଇଜ୍ଜତ, ସମ୍ମାନ
ସୁରକ୍ଷା ରହିବ ନାହିଁ,
ଲୁଟି, ଜଟିନେବେ, ନିଜର କହିବେ
ସବୁ ସୀମା ଡେଇଂ ଡେଇଂ ।।
କାମଳ ନୟନ,ବିକାରତା ପୂର୍ଣ୍ଣ
କୂପ ମଣ୍ଡୁକଟି ଭାବେ ,
ଯାର ମନ ଯେଡ଼େ,ତାର ପ୍ରଭୁ ସେଡେ
ଅନୁରୂପ ଦେଖାଦେବେ ।।
************************
ଜୟ କୁମାର ମିଶ୍ର

 42 total views,  1 views today

Leave a Reply

Your email address will not be published. Required fields are marked *