💕💕💕💕💕💕💕💕💕
*କ୍ଷତାକ୍ତ କ୍ଷେତ*
************************
ମୁଁ ଠିକ ଜାଣିଛି
ମୋ ପରି ଅନେକ ନୀରବତାର
ପୁରୁଷ ମାନେ
ତୋର ଏଇ
ହିଡ଼ ମୁଣ୍ଡରେ ନିଈତି ବସନ୍ତି
କରମର ସ୍ମୃତିରେ
ସାଉଁଟା ସଫଳତା ଆଉ ବିଫଳତା ନେଇ
କେତେବେଳେ ହସନ୍ତି
ପୁଣି କେତେବେଳେ ରୁଷନ୍ତି ….ll
ବିଫଳତାର ବିପ୍ଳବରେ
ତୋ ଟାଙ୍ଗରା ଦେହ ଠାରେ
ମୋ ଛାତିର କୋହ
ନିର୍ଯ୍ୟାତନା ର ନିୟମ ପାଲଟି ଯାଏ
ମୋ ନୁଙ୍ଗୁରା ମୁଣ୍ଡରୁ
ଅସରନ୍ତି ସ୍ବେଦର ସୁଅ ଦେଖି
ମୁଁ ବର୍ତ୍ତମାନର ବିଡମ୍ବନାରେ ହଜିଯାଏ
ହଜିଯାଏ ତୋ ଶୁଖିଲା ଦେହର
ଫଟା ଫଟା ମାନଚିତ୍ରରେ …..ll
ମୁଁ ମୁଣ୍ଡରେ ହାତ ଦେଇ ପକାଏ
ମନେ ପକାଏ
ସେଦିନ ମୋ
କୋଦାଳର ଆଘାତରେ
ତୋ ଶରୀର ନରମ ହେଇ ଯାଉଥିଲା
ମୋ କୁନି ଝିଅ ଆଉ ତା ମାଆ
ତୋ ଦଳା ଚକୋଟାର କାଦୁଅକୁ
ଦେହରେ ଲେସି ହେଉଥିଲେ
ସୁନା ଫସଲର ଗଛକୁ
ପୋତି ଦେଉଥିଲେ
ଅଭ୍ୟର୍ଥନାର ଗୀତ ଗାଇ …..ll
କିନ୍ତୁ ,ମୋର ଏଇ
ସ୍ବପ୍ନ ସୁନା ଫସଲର ଗୋଟି ଗୋଟି
ଧାନ ଗଛ
ଅଭିଆଡ଼ି ,ଅନ୍ତସନ୍ତ୍ୱା ହେଇ
ଅଟକି ଯାଇଛନ୍ତି
ଆଖି ଲୁହରେ ପ୍ରଶ୍ନ ଚିହ୍ନ ହେଇ …
ମୋ ମନରେ ସମସ୍ୟା ହେଇ
ମୋ ପିଲା ଠାରେ ଭୋକର ଷଡଯନ୍ତ୍ର ହେଇ
କେତେ କେତେ ଇର୍ଷା ,ଭର୍ତ୍ସନା ହେଇ …ll
*ନବ କୁମାର ଦାସ*
*ସୁରଡ଼ିହା ,ବାଲିଆପାଳ ,ବାଲେଶ୍ୱର*
💕💕💕💕💕💕💕💕💕
819 total views, 1 views today
wonderful as well as amazing blog site. I really intend to thank
you, for providing us far better details.
You have nice info to review here. I adore the method you write.
fantastic and amazing blog. I actually intend to thank you,
for offering us far better information.
fantastic as well as impressive blog. I actually wish to thanks, for offering us much better details.
Howdy!
This is my first visit to your blog! We are a collection of
volunteers and starting a new
initiative in a community in the same
niche. Your blog provided us useful information
to work on. You have done a outstanding job!
Fantastic writing. Articles that have meaningful and insightful web content
are a lot more delightful.
great and also incredible blog. I actually want to
thank you, for providing us better information.