ଏହି ମୋ ଜନମ ଭୂଇଁ
ନିତ୍ୟାନନ୍ଦ ସିଂହ
~~~~~~~~~~~~~~
କୁମାରୀକା ଠାରୁ ହିମାଳୟ ଯାଏଁ
ଯେ ଦେଶ ଟେକିଛି ମଥା ,,
ସେହି ଦେଶ ମାଟି ମୋ ପାଇଁ ଅମୃତ
ମସ୍ତକେ କରିବି ଚିତା ।।
ବିଜୟ ସଙ୍ଗୀତ ଗାଉଥିବୀ ନୀତି
ଉଡାଇ ତ୍ରିରଙ୍ଗା ନେତ ,,
ଗରବେ କହିବି ମୋ ଦେଶ ଭାରତ
ଅଟେ ମୁଁ ତାହାରି ସୁତ ।।
ଗଙ୍ଗା ଗୋଦାବରୀ ନର୍ମଦା କାବେରୀ
ମାତ ପାଦପଦ୍ମ ଧୁଏ ,,
ମସ୍ତକେ ମୁକୁଟ ହିମାଳୟ ସାଝି
କେଶରୀ ବାହନ ହୁଏ ।।
କେତେ ବୀର ପୁତ୍ର ମୋ ଦେଶେ ଜନମୀ
ରଖିଛନ୍ତି ତାଙ୍କ ଯଶ ,,
ଦେହ ସିନା ତାଙ୍କ ମାଟିରେ ମିଶିଳା
ନାମ ଗାଏ ଇତିହାସ ।।
ବିପଦକୁ କେବେ କରିବିନି ଭୟ
ଗଲେ ପଛେ ଯାଉ ପ୍ରାଣ ,,
ଯଦି ଦେଶ ପାଇଁ ପ୍ରାଣ ମୋର ଯାଏ
ଜୀବନ ହେବ ମୋ ଧନ୍ୟ ।।
ନିତ୍ୟାନନ୍ଦ ସିଂହ