ବିସ୍କୁଟ
ସରୋଜ କୁମାର ସାହୁ
. *****//*****//*****
ଜୀବନ ନିର୍ବାହେ ବସ୍ତ୍ର ବାସଗୃହ
ଖାଦ୍ୟ ଅବଶ୍ୟ ଲୋଡ଼ନ୍ତି,
କ୍ଷୁଧାର୍ତ୍ତ ପେଟକୁ ମିଳିଗଲେ ଅନ୍ନ
ଅନ୍ତରାତ୍ମା ହୁଏ ଶାନ୍ତି ।।
ପେଟ ପାଇଁ ଚିନ୍ତି ବିକଳ୍ପ ସାଧନ
ସୃଷ୍ଟି ଅଟେ ନାନା ଖାଦ୍ୟ,
ପ୍ରକୃତିର ଦାନ ମଣିଷର ଜ୍ଞାନ
ଉପକୃତ ସର୍ବେ ଅଦ୍ୟ ।।
ପେଟ ପାଇଁ ନାଟ ସକାଳରୁ ସଞ୍ଜ
ନିବାରଣ ପାଇଁ କ୍ଷୁଧା,
ବିସ୍କୁଟର ସୃଷ୍ଟି ଯେବେ ଠାରୁ ହେଲା
କାହାକୁ ନହୁଏ ବାଧା ।।
ସ୍ଵଳ୍ପ ଖର୍ଚ୍ଚ ଏବଂ ସହଜରେ ମିଳେ
ସ୍ଵାଦ ବି ରହିଛି ଭିନ୍ନ,
ଛାତ୍ର ଛାତ୍ରୀ ଏବଂ ପଥିକର କ୍ଷୁଧା
ବିସ୍କୁଟ କରେ ପୂରଣ ।।
ରୋଗୀ ଅବା ଭୋଗି ସଭିଙ୍କ ଆଦର
ଶାନ୍ତ କରିବାକୁ ପେଟ,
ଅତିଥି ସ୍ଵାଗତେ କଫିର ସଙ୍ଗତେ
ସ୍ଵତନ୍ତ୍ର ଅଟେ ବିସ୍କୁଟ ।।
ସରୋଜ କୁମାର ସାହୁ