ନିତ୍ୟ ନମସ୍ୟ ବୀର ଯବାନ
ଜିତେନ୍ଦ୍ର ଗିରି
ଯେଉଁ ଦେଶର ମାଟିରୁ ସୁନା ହୀରା ମୋତି ଜନ୍ମିଛି ଯେଉଁ ଦେଶର ମାଟି ମହ ମହ ହେଇ ବାସୁଛି ଯେଉଁ ଦେଶର ମାଟିରେ ଅନେକ ନଦୀ ଝରଣା କୁଳୁ କୁଳୁ ନାଦ କରି ବହି ଯାଉଛି ଯେଉଁ ଦେଶର ମାଟିରେ ଶସ୍ଯକ୍ଷେତ ଶ୍ୟାମଳ ସବୁଜ ଘଞ୍ଚ ଅରଣ୍ୟ ଭରିରହିଛି ଯେଉଁ ଦେଶରେ ସର୍ବଧର୍ମ ସମଭାବନା ନୀତିକୁ ଆବାଳ ବୃଦ୍ଧ ବନିତା ସଭିଏଁ ଆପଣେଇଛନ୍ତି ମୁଁ ସେଇ ଦେଶରେ ଜନ୍ମି ନିଜକୁ ଗର୍ବିତ ମନେ କରୁଛି ।
ସୁତରାଂ ଦେଶ ଆମର ମା ଏଥିରେ କୌଣସି ଦ୍ଵନ୍ଦ ନାହିଁ । ଗୋରା ଶାସନ କାଳରେ ଆମ ଦେଶ ମାତୃକା ର ସୁରକ୍ଷା ପାଇଁ ତାର ବାହୁବଳୀ,ମହାଦାନି ମହାତ୍ୟାଗୀ ମହାପୁରୁଷ ଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଯେମିତି ବାପୁଜି,ନେତାଜୀ ବୋଷ,ଭଗତ ସିଂ,ବାଜି ରାଉତ,ଯଇରାଜ ଗୁରୁ,ବୀର ସୁରେନ୍ଦ୍ର ସାଏ,ଗପବନ୍ଧୁ ଦାସ ,ଫକୀର ମୋହନ ସେନାପତି ଏମିତି ଅନେକ ବୀର ପୁରୁଷ ଙ୍କ ଅଦମ୍ୟ ସାହସ ଆଉ ପ୍ରଚେଷ୍ଟା ଆମ ଦେଶ ମାତୃକା ର ଶାନ୍ତିକୁ ବଜାଇ ରଖିବା ସହିତ ତାଙ୍କ ତ୍ୟାଗଭରା ବଳିଦାନ ଆମ ଦେଶକୁ ସ୍ୱାଧୀନତା ର ମିଠା ସ୍ୱାଦ ଚଖାଇଥିଲା।
ଆଉ ଆଜି ତାଙ୍କରି ଅନୁଶାସନ ରେ ଅନୁପ୍ରାଣିତ ଆମର ଏବର ପିଢ଼ି ବି କିଛି କମ ନୁହଁନ୍ତି।ଚୀନ ହେଉ ଅବା ପାକିସ୍ତାନ ସଭିଙ୍କ ଛାତିରେ ଭୟର ଛନକା ପଶିଛି । ଜନ୍ମିଛି ତାଙ୍କ ମନରେ ପଛକୁ ଫେରି ଯିବାର କାପୁରୁଷତା ହେଲେ କାହା ପାଇଁ ଏତେ ଭୟ କାହିଁକି ଆଜି ସେମାନେ କାପୁରୁଷ ?
ହା ହା ହା ଏସବୁ ପରା ମୋ ମାଟି ମା ର ମହାବଳୀ ମହାତ୍ୟାଗୀ ନିତ୍ୟ ନମସ୍ୟ ସେଇ ବୀର ଯବାନ ଙ୍କ ପାଇଁ।ଖରା ବର୍ଷା ଶୀତ କାକର ପାହାଡ଼ ଜଙ୍ଗଲ ସବୁ କୁ ଖାତିର ନକରି ସଦା ଜାଗ୍ରତ ଆଜି ସେ ସୀମା ରେ।ଯୁଧ୍ୟ ସମୟରେ ସେ ଅର୍ଜୁନ ପାଲଟିଯାଇ ଶୂନ୍ୟ ଡିଗ୍ରୀ ତାପମାତ୍ରା ରେ ବି ଶତ୍ରୁ ସହିତ ମୁକାବିଲା କରି ତାକୁ ଧୂଳି ଚଟାଇ ଥାଏ।ନୀଳ ଗଗନ ର ଉଚ୍ଚ ତମ ପ୍ରଦେଶରେ ବିଜୟର ଉଡାଣ ଭରି ଶତ୍ରୁର ସାମ୍ରାଜ୍ୟକୁ ମୁହୂର୍ତକ ମଧ୍ୟରେ ଧୂଳିସାତ କରିଦିଏ।
ସର୍ବପରି ଆଜିର ଦିନରେ ଆମେ ସେଇ ବୀର ଯବାନ ମାନଙ୍କ ପାଇଁ ଶାନ୍ତିରେ ଟିକିଏ ଶୋଇ ପାରୁଛୁ । ଆମକୁ ଶାନ୍ତି ସ୍ୱାଧୀନତା ଦେବା ଲକ୍ଷରେ ସେମାନେ ସୁଖ ଶାନ୍ତି ସ୍ୱାଧୀନତା ଭୁଲିଯାନ୍ତି ଏମିତିକି ଶତ୍ରୁ ସହିତ ଲଢୁ ଲଢୁ ଟଳି ପଡ଼ନ୍ତି ସେଇ ଯୁଦ୍ଧ କ୍ଷେତ୍ରରେ ।ତାଙ୍କର ବଳିଦାନ ଅମର।ଆଜି ତାଙ୍କ ପାଇଁ ସମଗ୍ର ଦେଶବାସୀ ଗର୍ବିତ।
ହେ ବୀର ଯବାନ ତୁମକୁ ଶତ ଶତ ପ୍ରଣାମ।
ଜୟ ହିନ୍ଦ ।
ଜୟ ଭାରତ।
ଜିତେନ୍ଦ୍ର ଗିରି