।। ପୁସ୍ତକ ସମୀକ୍ଷା ।।
ପୁସ୍ତକ ନାମ- ଅ ଆ ଇ ଈ
କବି- ସୁଧାଂଶୁ ଶେଖର ଦ୍ବିବେଦୀ
ପ୍ରକାଶକ- ବନଫୁଲ ପ୍ରକାଶନୀ
ପ୍ରଥମ ପ୍ରକାଶନ- ୨୦୨୨
ଅକ୍ଷର ସଜ୍ଜା- ଜୟଗୁରୁ ପ୍ରିଣ୍ଟର୍ସ ଏଣ୍ଡ ପବ୍ଲିଶର୍ସ
ISBN- 978-93-91727-260
ପୃଷ୍ଠା-୯୦
ମୂଲ୍ୟ- ୧୦୦/-
ଅ ଓଡ଼ିଆ ଭାଷାର ଆଦ୍ୟ ଅକ୍ଷର ଭାବେ ପରିଚିତ।ଶିଶୁ ପ୍ରଥମେ ଯେଉଁ ଭାଷା ଶିଖେ ତାହା -ଅ- ରୁ ଆରମ୍ଭ କରିଥାଏ। ଶିଶୁ ମାନଙ୍କ ଶିକ୍ଷାର ପ୍ରଥମ ଅକ୍ଷର ସହିତ ଆଉ କେତୋଟି ପାଖାପାଖି ଅକ୍ଷରକୁ ଯୋଡି “ଅ ଆ ଇ ଈ” ର ରୂପ ନେଇଛି ଶିଶୁ କିଶୋର କବିତା ସଙ୍କଳନ।
ଓଡ଼ିଆ ସାହିତ୍ୟ ଜଗତର ଗଳ୍ପ,କବିତା,ନାଟକ,ସ୍ତମ୍ଭ,ହିତୋପଦେଶ କଥା, ଲୋକକଥା,ଅନୁସୃଜନ ଏବଂ ଯୋଗକଥା ଆଦି କ୍ଷେତ୍ରରେ କଲମ ଚାଳନା କରି ସୁଖ୍ୟାତିଲାଭ କରିଥିବା ସ୍ରଷ୍ଟା ମାନଙ୍କମଧ୍ୟରେ ସୁଧାଂଶୁ ଶେଖର ଦ୍ବିବେଦୀ ଅନ୍ୟତମ।ସେ ଏକାଧାରରେ ଜଣେ ଶିଶୁ ସାହିତ୍ୟିକ,କବି,ଗାଳ୍ପିକ,ସ୍ତମ୍ଭକାର,ନାଟ୍ୟକାର ତଥା ଯୋଗ ପ୍ରଶିକ୍ଷକ।ତାଙ୍କଦ୍ୱାରା ରଚିତ ଅନେକ ଗୁଡ଼ିଏ ପୁସ୍ତକ ମାନଙ୍କ ମଧ୍ୟରୁ “ଅ ଆ ଇ ଈ”(ଶିଶୁ-କିଶୋର କବିତା ସଙ୍କଳନ) ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।ଯାହା ଅଳ୍ପଦିନ ପୂର୍ବରୁ ବନଫୁଲ ପ୍ରକାଶନୀ ଦ୍ୱାରାପ୍ରକାଶିତ ହୋଇ ବହୁପାଠକୀୟ ଆଦର ଲାଭ କରିପାରିଛି।ଅତି ସୁନ୍ଦର ପ୍ରଚ୍ଛଦ ପରିପାଟୀ ସହିତ ଭିତରେ ଥିବା ଶିଶୁ କିଶୋର ଉପଯୋଗୀ ୫୬ ଟି କବିତା ବେଶ ମନଛୁଆଁ ହୋଇପାରିଛି।କବିତା ଗୁଡିକ ମଧ୍ୟରେ ସ୍ୱାଧୀନ ଆମେ, ଡାମରା କାଉ,ପରଜାପତି, ଶିଶୁ ବଗିଚାର ଫୁଲ ପରି,ସୁନାର ଭାରତ ଇଏ,ବାପା-ମାଆ,ନୂଆ ବରଷ, ଅଦ୍ଭୁତ ଦେଶ ଆମର, ଓଡ଼ିଆ ପରିକେ ନୁହେଁ,ଯୋଗ ଦିବସ, ରାଇଜର ନାଆଁ ଓଡିଶା, ଓଡ଼ିଆ କବି, ସ୍ୱାମୀଜୀ, ଉତ୍କଳ ମଣି, ବାପୁଜୀ ଇତ୍ୟାଦି ଅତ୍ୟନ୍ତ ବୌଦ୍ଧିକ ଏବଂ ପ୍ରେରଣାଦାୟୀ ରଚନାରେ ଭରପୂର।ଆଶା ଓ ବିଶ୍ବାସ ପୁସ୍ତକଟି ସମସ୍ତ ବର୍ଗର ପାଠକଙ୍କ ନିମନ୍ତେ ଅଧିକରୁ ଅଧିକ ମାତ୍ରାରେ ପାଠକୀୟ ଆଦୃତ ହେବ।
*ସମୀକ୍ଷା କରିଛନ୍ତି- ସନାତନ ମହାକୁଡ଼*