🙏❤ସ୍ମୃତି ସେତ ଜନ୍ମଭୁମିର ❤🙏
ସମୟ ସୁଅ ରେ ଭାସି ମୁଁ ଯାଉଛି
କେମିତି କହିବି ତତେ,
କେତେ ମୁଁ ହଜିଛି
କେତେ ମୁଁ ଖୋଜିଛି
ଜୁଆର ଆଉ ଭଟ୍ଟା ରେ………..
ଅନେକ ସ୍ମୃତି ସାଇତି ରଖିଛି
ଏଇ ହୃଦୟ ଭିତରେ,
ପାଖକୁ ଆସିଲେ କହିବି ଭାବୁଛି
ସବୁ ଏକାନ୍ତ ନିର୍ଜନରେ……..
ବୋଧ ହୁଏ କୁନି ପ୍ରତିବିମ୍ବ ମୋର
ହଜି ଯାଇଛି ତୋର ସେ
ଫୁଲେଇ କାଶତଣ୍ଡୀ ରେ ଭରା
ସରୁ ରାସ୍ତା କଡରେ……….
ଫେରି ଯାଆନ୍ତି କି ସତେ
ସ୍ମୃତିରେ ସାଇତି ଥିବା ନିର୍ଜନ ବେଳା
ଯେଉଁଠି ତୁ ଥିବୁ ଆଉ ମୁଁ ଥିବି
ସାଥିରେ ଥିବ ମୋ ପିଲାବେଳ,
ଦାଦା ଖୁଡି ଭାଇ ଭଉଣି ସଙ୍ଗାତ ମିତ,
କଳି ଝଗଡା ସ୍ନେହ ଶ୍ରଦ୍ଧା
ଭାରି ଆପଣାର ସେତ………….
ବୟସର ପାହାଚ ତ ଚଢିଗଲି
ତତେ ଛାଡି ସହରକୁ ଚାଲି ଆସିଲି
କିନ୍ତୁ ନାହିଁ ଏଠି
ମୋ ଗ୍ରାମ ଦେବତୀ ପୀଠ
ମୋ ଗାଁ ମନ୍ଦିର
ମୋ ଗାଁ ନଈ ତୁଠ………..
ଜନ୍ମଭୁମି ତୁ ମୋର
ଲାଗୁ ତୁ ସବୁବେଳେ ନିଜର,
ବରଷ ବରଷ ପାହାଚ ଚଢୁଛି ବୟସର
କିନ୍ତୁ ଖୋଜିଚାଲେ ମୁଁ
ତୋ ସହ ବିତିଥିବା ସ୍ମୃତି
ମୋ ପିଲାବେଳର………..
ତୋର ସେ ବିଲ ବଣ ଜଙ୍ଗଲ
ଡାକୁଛି ମତେ ଠାରି ହାତ,
ମିଛ ମାୟା ମୋହର ସଂସାରେ
ତୋହରି ସ୍ନେହ ଖାଲି ସତ…….
ତୋରି କୋଳେ କେତେଯେ ଖେଳ
ବୋହୁଚୋରି ଲୁଚକାଳି
ପୁଣି ମକର ମେଳ
ମନେପଡିଲେ ଲାଗୁଛି ମତେ
ଦୁନିଆରେ ସବୁଠୁ ସୁନ୍ଦର
ମୋ ଜନ୍ମଭୁମି ଆଉ ମୋ ପିଲାବେଳ……
ସ୍ମୃତି ନାମକ ସଜ ଫୁଟା ଫୁଲଟିଏ ହୋଇ
ରହିଯାଇଛୁ ମୋ ହୃଦୟେ ଭରି
କେମିତି ଅବା ଭୁଲିବି,
ସ୍ମୃତି ସେତ ମୋ ଜନ୍ମଭୁମିର……….
❤❤❤❤❤❤❤
🙏(ସବିତା ତ୍ରିପାଠୀ )🙏
1,007 total views, 1 views today
wow, awesome blog post.Really looking forward to read more. Awesome.
Thanks , I have just been searching for information about this subject for a long time and yours is the best I’ve found out tillnow. But, what in regards to the conclusion? Are you certain aboutthe supply?
Im obliged for the post.Thanks Again. Cool.
Great, thanks for sharing this blog post.Really looking forward to read more. Awesome.
I really enjoy the blog article.Much thanks again. Will read on…
I appreciate you sharing this blog post. Really Great.
I appreciate you sharing this article post. Much obliged.
Thank you ever so for you blog article.Much thanks again.