ଜୀବନର ଗତି
***********
ଡ଼ ଲଷ୍ମୀକାନ୍ତ ଦାଶ
***************************
ଅନାହୁତ ନାଦବ୍ରହ୍ମ ଠାରୁ ସୃଷ୍ଟି
ଏ ସଂସାର ବିଶ୍ୱସତ୍ତା
ପୂର୍ଣ୍ଣାହୁତି ପାଇଁ ବିଭୋର ହୁଅଇ
ଜୀବନର ପ୍ରାଣବତ୍ତl (1)
କୁଳକୁଣ୍ଡଳିନୀ ଜାଗ୍ରତ ହେଲେହିଁ
ବ୍ରହ୍ମର ଦର୍ଶନ ପାଏ
ନିଷ୍ପ୍ରଭ ପ୍ରାଣରେ ସଞ୍ଚରିତ ହୋଇ
ଦିବ୍ୟ ଜ୍ୟୋତି ଲବ୍ଧ ହୁଏ (2)
ବେଦ ମନ୍ତ୍ରଧ୍ଵନି ଉନ୍ମେଷ ହୋଇଲେ
ବୋଧିସତ୍ୱ ପାଏ ଜନେ
ଶୂନ୍ୟ ବ୍ରହ୍ମନାଦ ଜାଗରିତ ହୋଇ
ବେଦଜ୍ଞ ହୁଅଇ ମନେ (3)
ଆଦର୍ଶ ହୁଅନ୍ତି ସିଦ୍ଧ ମନ୍ତ୍ରଗୁରୁ
ଧର୍ମକୁ ସ୍ଥାପନ୍ତି ଜନେ
ଆନୁଗତ୍ୟ ଆଉ କୃତିସଂବେଗରୁ
ଧୃତି ସୃଷ୍ଟି ହୁଏ ମନେ (4)
ନାମ ରୂପକଳ୍ପ ସଂହତି ହୋଇଲେ
ସମ୍ବର୍ଦ୍ଧନା ଆଣିଥାଏ
ପ୍ରଣିଧାନ ହୋଇ ସମାଧି ରୂପରେ
କୈବଲ୍ୟ ଚେତନା ପାଏ (5)
ଏକାନ୍ତ ନିର୍ବାଣ ମହାଚିନ୍ତ ହୋଇ
ସମ୍ମୁଥାନ ପାଇଥାଏ
ଅଷ୍ଟlଦଶ ସ୍ତରେ ବିଲୀନ ହୁଅଇ
ପ୍ରଭୁ ପାଦ ଆଶ୍ରା ପାଏ (6)
ଡ଼ ଲଷ୍ମୀକାନ୍ତ ଦାଶ