କାହ୍ନୁ, କହିବୁ କି ଭକ୍ତ ପାଇଁ ଦୁଃଖ ଅଛିକି
କଳ୍ପନା ରାୟ
🙏🙏🙏🙏🙏🙏🙏🙏🙏🙏🙏🙏
କାହ୍ନୁ, କହିବୁକି ତୋର ଦୁଃଖ ଅଛିକି
ଏକା ଏକା ରହି ଭକ୍ତଶୂନ୍ୟ ହୋଇ
ସବୁ ପାଳନ କରୁ ରତ୍ନସିଂହାସନେ ବସି
ଚିତାଲାଗି ଅମାବାସ୍ୟା ଆଜି
ମଥାରେ ଲାଗିବ ଚିତା, ଛାଡିଯାଇଥିଲୁ ଡରେ
ରଥଯାତ୍ରା ସମୟରେ
ଲାଗିଵ ହୀରାଚିତା ତୋ ମସ୍ତକରେ
ଵଡଭାଇ ବଳଭଦ୍ର ନୀଳାଚିତା
କାମ୍ପିଲ୍ୟଵାସିନୀ ମାଆ ସୁଭଦ୍ରିକାଙ୍କ
ମଥାରେ ମାଣିକ ଚିତା
ଲଗାଯିବ ଆଜି ମହାସମାରୋହରେ
ଵାରମାସେ ତେର ଯାତ ହେଉଛି
ଭକ୍ତ ନାହିଁ ବୋଲି କି ଦୁଃଖ ତୋର
କହିଵୁକି, କାହ୍ନୁ କହିବୁ କି ??
ତୋର ଏଇ ଚିତାଲାଗି ଅମାବାସ୍ୟାରେ
ଚାଷୀ ଘରେ କରେ ଚିତଉ ପିଠା
ଚାଷୀ କ’ଣ ତୋ ଭକ୍ତ ଆଉ ଅଭକ୍ତ
ସମସ୍ତେ ପାଳନ୍ତି ୟାକୁ ବଡ଼ ଖୁସିରେ
କିନ୍ତୁ ହାୟ !! ଖୁସି ଆଜି ଯାଇଛି ମିଳେଇ
ଚାଉଳ କ’ଣ ଖୁଦ ନାହିଁ ତା’ର
ନଡ଼ିଆ କାହାଠୁ ଆଣିବ
ଏ ମହରଗ ଯୁଗରେ, ଏ ସମୟରେ
ଯୋଉଠି ଖାଦ୍ୟ ପାଇଁ ଟଣାଟଣି
ସେଠି ପୁଣି ପର୍ବ ପାଳନ ??
କାହ୍ନୁ, ଏଥିପାଇଁ ତୋ ଦୁଃଖ ଅଛିକି ??
ଓଡ଼ିଶାର ମହାନ୍ ପରମ୍ପରା ତ୍ୟାଗ
ଯାହା ପଛେ କରୁ ତୋ ଭକ୍ତ
ସଂସ୍କୃତିକୁ ଭୁଲି ଯିବନି ସେ
ତାର ସମସ୍ତ ଶକ୍ତି ବିନିମୟରେ
ତିଆରି କରିବା ଚିତଉପିଠା
ଯେଉଁଥିରେ ଭରିରହିଛି ଓଡ଼ିଆର ଅସ୍ମିତା
ହେଉ ପଛେ ତାହା କ୍ଷେତରେ ଥିବା
ଗେଣ୍ଡା ଶାମୁକାଙ୍କ ପାଇଁ
ପିଠା ଦେଇ ପୂଜିବ
ଗୃହକର୍ତ୍ତା, ଚାଷୀମାନଙ୍କ ରକ୍ଷା ପାଇଁ
କାହ୍ନୁ, ଭକ୍ତ ପାଇଁ ତୋର ଦୁଃଖ ଅଛିକି ??
କଳ୍ପନା ରାୟ