ରଜପର୍ବ
ଡ଼ ଲଷ୍ମୀକାନ୍ତ ଦାଶ
***************************
ଐତିହ୍ୟ ଆମର ସଂସ୍କୃତି ସମ୍ପନ୍ନ
ମହନୀୟ କମନୀୟ
ଗରୀୟାନ ହୁଏ ପୃଥିବୀ ବକ୍ଷରେ
ଲାଗେ ଭାରି ଜୀବନୀୟ (1)
ମାତୃକାର ପୂଜା ହୁଏ ଏହିଠାରେ
ପର୍ବ ପର୍ବାଣିକୁ ନେଇ
ବିଜ୍ଞାନ ସମ୍ମତ ହୋଇ ରହିଅଛି
ଜୀବନକୁ ପ୍ରାଣ ଦେଇ (2)
ଆଦ୍ୟ ଆଷାଢ଼ରେ ରଜସ୍ୱଳା ହୁଏ
ଆମ ଏ ପୃଥିବୀ ମାତା
ରଜ ପର୍ବ ସର୍ବେ ଆନନ୍ଦେ ପାଳନ୍ତି
ମନେ ଭରେ ପୁଲକତା (3)
ବର୍ଷକର ଶସ୍ୟ ଉତ୍ପାଦନ ପାଇଁ
କ୍ଷେତ ପ୍ରସ୍ତୁତ ହୁଏ
କୃଷକ ଭାଈ ଯେ କର୍ଷଣ କରିକି
ଆତ୍ମ ସନ୍ତୁଷ୍ଟି ପାଏ (4)
କନ୍ୟା ନବବଧୂ ସଜେଇ ହୁଅନ୍ତି
ନାନା ପରିପାଟୀ ରଙ୍ଗେ
ପିଠାପଣା ଖାଇ ମଉଜ କରନ୍ତି
ବଉଳ ମିତ ର ସଙ୍ଗେ (5)
ଆମ୍ବ ଓସ୍ତ ଡାଳେ ଦୋଳି ପଡିଥାଏ
ଗାଆନ୍ତି ରଜ ର ଗୀତ
ଭାଇ ବନ୍ଧୁ ଜନେ ଘରକୁ ଆସନ୍ତି
ହୋଇଥାନ୍ତି ସର୍ବେ ପ୍ରୀତ (6)
ସ୍ନେହ,ଶ୍ରଦ୍ଧା,ପ୍ରେମ ସୃଷ୍ଟି ହୋଇଥାଏ
ଆମର ଏ ସଂସ୍କୃତିରେ
ଭେଦଭାବ କେବେ ନ ରୁହେ କା ପାଶେ
ହଜିଯାଏ ପ୍ରୀତି ଭରେ (7)
ରଜପର୍ବ କୁ ସମସ୍ତେ ଭାବନ୍ତି
ଗଣପର୍ବ ମନେକରି
ଆନନ୍ଦ ଉଲ୍ଲାସ ଭରିଥାଏ ପୁଣି
ପ୍ରେମ ଆନନ୍ଦରେ ଭରି (8)
ଡ଼ ଲଷ୍ମୀକାନ୍ତ ଦାଶ