ମୋ ଫୋନ
============
ଫୋନ’ଟି ମୋହର ଅତି ମୂଲ୍ୟବାନ
ମୋ ପାଖରେ ଥାଏ ନିତି
ସୁଖରେ ଦୁଃଖରେ କାର୍ଯ୍ଯରେ ଲଗାଏ
ନାହିଁ ତା’ର କେବେ ଇତି ।।
ଗାଆଁ ଠୁ ସହର ଦେଶରୁ ବିଦେଶ
ଯେଉଁଠି ରହିଲା ଯିଏ
ସମସ୍ତଙ୍କ ସାଥେ ଭଲରେ ମନ୍ଦରେ
ବାର୍ତ୍ତା ଟିଏ ଦିଏ ନିଏ ।।
ମୋର ପିଲାଙ୍କ ଅତି ନିଜର ଫୋନ
ଖେଳନ୍ତି କାର୍ଟୁନ ଗେମ
ଅନ ଲାଇନରେ ପଢନ୍ତି ପାଠ ଯେ
ଗୁଗଲ ମିଟ ମାଧ୍ୟମ ।।
ଅତୀତ ସାଇତି ରଖିଛି ଫୋନରେ
ଫୋଟ ଓ ଅନେକ ସ୍ମୃତି
ପୁରୁଣା ଦିନକୁ ଦେଖେ ବାରମ୍ବାର
ସିଏ ମୋ ଜୀବନ ପ୍ରୀତି ।।
ସବୁ ଜିନିଷ ଦେଖୁଛି ମୋ ଫୋନରେ
ନ୍ୟୁଜ ସିରିଏଲ ପୁଣି
ବାନ୍ଧବ ବାନ୍ଧବୀ ପାଇଅଛି ଆଜି
ଫେସବୁକ ଦିଏ ଆଣି ।।
ଅରୁଣ କୁମାର ମେହେର
ବୁଟୁପାଲି , ଜିଲ୍ଲା-ବୌଦ୍ଧ
ମୋ-9583935009
Arun kumar meher
365 total views, 1 views today