September 21, 2021
11 11 11 AM
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*
*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*
*CAN’T IGNORE -Prof.Dr.Prasana Kumar Dalai*
*ପରିବର୍ତ୍ତନ – ବନଲତା ଜାଲି *
*THE RAIN IN SEPTEMBER – Prof.Dr.Prasana Kumar Dalai*
*ରିକ୍ସାବାଲା – ତପନ ସାହୁ*
*Mystery of Life – Rudra Narayan Dash*
*ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି*
*କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି*
*ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି*
*ଗୁରୁଦେବ – ଜିତେନ୍ଦ୍ର ଗିରି*
*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ମୁଁ – ଜିତେନ୍ଦ୍ର ଗିରି*
*ଆହେ ଗଣନାଥ – ଜିତେନ୍ଦ୍ର ଗିରି*
*Humanity–Gabriel S. Weah*
*Humanity–Stoianka Boianova*
*CRY HUMANITY–Nevenka Kovacevic*
*THE ONLY ANSWER IS HUMANITY–Dr. Paramita Mukherjee Mullick*
*Real Humanity–Mildred DJ Par*
Latest Post
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ* *ନିଃଶବ୍ଦତା-ପ୍ରୀତିପଦ୍ମା ଦାସ* *CAN’T IGNORE -Prof.Dr.Prasana Kumar Dalai* *ପରିବର୍ତ୍ତନ – ବନଲତା ଜାଲି * *THE RAIN IN SEPTEMBER – Prof.Dr.Prasana Kumar Dalai* *ରିକ୍ସାବାଲା – ତପନ ସାହୁ* *Mystery of Life – Rudra Narayan Dash* *ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି* *କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି* *ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି* *ଗୁରୁଦେବ – ଜିତେନ୍ଦ୍ର ଗିରି* *ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ମୁଁ – ଜିତେନ୍ଦ୍ର ଗିରି* *ଆହେ ଗଣନାଥ – ଜିତେନ୍ଦ୍ର ଗିରି* *Humanity–Gabriel S. Weah* *Humanity–Stoianka Boianova* *CRY HUMANITY–Nevenka Kovacevic* *THE ONLY ANSWER IS HUMANITY–Dr. Paramita Mukherjee Mullick* *Real Humanity–Mildred DJ Par*

*ଏକା ଏକା ଚନ୍ଦ୍ରମୁଖୀ – ଅନିରୁଦ୍ଧ ତିଆଡ଼ି*

।।ଏକା ଏକା ଚନ୍ଦ୍ରମୁଖୀ।।

 

ଅନିରୁଦ୍ଧ ତିଆଡ଼ି

————–+++++++++++++++++++++++—————-

ନାରଣପୁର ଗାଁ ରେ ଗୋଟିଏ ଘର ଥିଲା । ଆଉ ସେହି ଘରେ ରହୁଥିଲା

ଚନ୍ଦ୍ରମୁଖୀ ବୋଲି ଗୋଟିଏ ପଚିଶି ବର୍ଷର ଝିଅ ଆଉ ତା ବାପା ମା । ଏହି ତିନି ଜଣଙ୍କୁ ନେଇ ତାଙ୍କର ଏକ ଛୁଟ ସଂସାର ଥିଲା । ସେମାନେ ବହୁତ୍ ଗରିବ ଥିଲେ । ଚନ୍ଦ୍ରମୁଖୀ ର ବାପା ମା ସବୁଦିନ ପାଖ ଜଙ୍ଗଲ କୁ ଯାଆନ୍ତି ଆଉ କାଠ ହାଣି ବିକ୍ରୀକରି ଚଳନ୍ତି। ଦିନେ ଚନ୍ଦ୍ରମୁଖୀ ଘରେ ଥାଏ ଆଉ ତା ବାପା ମା ଯାଇଥାନ୍ତି କାଠ ସଂଗ୍ରହ କରିବାକୁ । ହଠାତ୍ ମାଡ଼ିଆସିଲା କଳା ମେଘ। ଚାରିଆଡ଼େ ଅନ୍ଧକାର ହୋଇଗଲା ଆଉ ବହୁତ୍ ଯୋର ବର୍ଷା ପବନ ବି ହେଲା । ଏପଟେ ଚନ୍ଦ୍ରମୁଖୀ ଏକା ବସିଥାଏ ଚାଳ ଛପର ଘରେ ଆଉ ଭଗବାନ୍ ଙ୍କୁ ଡ଼ାକୁଥାଏ, ହେ ଭଗବାନ୍ ମୋ ବାପା ମା ଙ୍କୁ ଭଲରେ ଭଲରେ ଘରକୁ ଫେରିଇ ଆଣ । ଏମିତି କହି ଆଖିରୁ ଲୁହ ଝରାଇ କାନ୍ଦୁଥାଏ ଚନ୍ଦ୍ରମୁଖୀ । ଧୀରେ ଧୀରେ ସନ୍ଧ୍ୟା ହେବାକୁ ବସିଲା ଆଉ ରାତି ବି ହେଇଗଲା । ହେଲେ ଚନ୍ଦ୍ରମୁଖୀ ର ବାପା ମା ଘରକୁ ଫେରିଲେନି । ଚନ୍ଦ୍ରମୁଖୀ ବି ପନ୍ଦର ବର୍ଷର ଛୋଟ ଝିଅ ଟେ ସିଏ ବି କୁଆଡ଼େ ଯାଇ ଖୋଜିବ ଭଗବାନ୍ ଙ୍କୁ ଡ଼ାକି ସିଏ ଶୋଇପଡ଼ିଲା । ପରଦିନ ସକାଳ ହେଲା । ଆଉ ଖୋଜିବାକୁ ବାହାରିଲା ତା ବାପା ଆଉ ମା କୁ , ଗାଁ ସାରା ସମସ୍ତଙ୍କୁ ସମସ୍ତଙ୍କୁ ଯାହାକୁ ବାଟରେ ଦେଖେ ପଚାରେ ଆଜ୍ଞା ମୋ ବାପା ମା ଙ୍କୁ ଆପଣ ଦେଖିଛନ୍ତି ହେଲେ ସେଇ ଲୋକ ମନା କରିଦେଲେ । ଏମିତି ବାଟସାରା ଯାହାକୁ ଦେଖିଲା ସମସ୍ତଙ୍କୁ ପଚାରିଲା ହେଲେ କେହି କିଛି କହିପାରିଲେ ନାହିଁ । କିଛି ବାଟ ଗଲା ପରେ ତାକୁ ବହୁତ୍ ଥକା ଲାଗିଲା ଆଉ ଚନ୍ଦ୍ରମୁଖୀ ଗୋଟିଏ ଗଛ ଦେଖି ବସିପଡ଼ିଲା । ମନେ ମନେ ଭାବୁଥାଏ ସତର କଣ୍ ମୋ ବାପା ମା ମୋତେ ମିଳିବେନି । ଏ ଚନ୍ଦ୍ରମୁଖୀ କନ୍ ଏକା ହେଇଯିବ । ନା ମୋତେ ଯେତେ କଷ୍ଟ ହେଉ ମୁଁ ଖୋଜୀ ନିଶ୍ଚୟ ମୋ ବାପା ମା ଙ୍କୁ ବାହାର କରିବି । ଏମିତି ଭାବି ଆଗକୁ ପୁଣି ବଢ଼ିଲା କିଛି ବାଟ ଗଲା ପରେ ଗୋଟିଏ ଗାଁ ପଡ଼ିଲା ଆଉ ସେହି ଗାଁ ର ନାଁ ଥିଲା ମଧୁଭୁବନ ପୁର୍ । ସେହି ଗାଁ ଭିତରକୁ ଧୀରେ ଧୀରେ ଗଲା ଆଉ ଯାହାକୁ ଦେଖିଲା ତାକୁ ପଚାରିଲା ଆଜ୍ଞା ମୋ ବାପା ମା ପ୍ରାୟ 9 ଦିନ ହେବ ହଜିଯାଇଛନ୍ତି ମୋତେ ମିଳୁ ନାହାନ୍ତି ଆପଣ ଦେଖିଛନ୍ତି କି। ହେଲେ କେହି କିଛି ଜାଣିନାହାନ୍ତି ବୋଲି ମନା କରିଦେଲେ । ସେଠି ବି ନିରାଶ ହେଇ ଆଗକୁ ଚାଲିଲା ଚନ୍ଦ୍ରମୁଖୀ । ହଠାତ୍ ଯାଉ ଯାଉ ଜଣଙ୍କ ଦୁଆର ସାମ୍ନା ରେ ପଡ଼ିଗଲା ଆଉ ଅଚେତ୍ ବି ହୋଇଗଲା । ସେଇ ଘରୁ ଗୋଟିଏ ଲୋକ ତା ସ୍ତ୍ରୀ ଆସି ତାକୁ ଦେଖିଲେ। ଆଉ ତା ମୁହଁ ରେ ପାଣି ଛିଞ୍ଚି ତା ଚେତା ବି ଫେରେଇ ଆନିଲେ ।ଆଉ ପଚାରିଲେ ମା ତମ ଘର କେଉଁଠି ତମକୁ ତୋ ଆମ ଗାଁ ରେ ଦେଖିଥିଲା ଭଳି ଲାଗୁନୀ ତମେ କେଉଁଠୁ ଆଶିଚ ମା । ଚନ୍ଦ୍ରମୁଖୀ ଉତ୍ତର ଦେଲା ମଉସା ଆମ ଘର ଏଇଠୁ ତିରିଶି କୋଶ ବାଟ ଆଉ ଆମ ଗାଁ ନାଁ ନାରଣ ପୁର ।ମୋ ବାପା ମା ଝଡ଼ ବର୍ଷା ରେ କାଠ ହାଣିବାକୁ ବଣକୂ ଯାଇଥିଲେ ଆଉ ସେଇ ଦିନଠୁ ମୁଁ ମୋ ବାପା ମା କୁ ପାଉନି । ଖୋଜି ଖୋଜି ଏଇ ଗାଁ ରେ ପହଁଚିଲି । ଏତିକି ଶୁଣି ସେଇ ବୁଢା ମଉସା ଟି ଚନ୍ଦ୍ରମୁଖୀ ର ହାତ ଧରି ଘର ଭିତରକୁ ନେଲା ବେଳେ ଦେଖିଲେ ତା ଡାହାଣ ହାତ ପାପୁଲି ରେ ଏକ କଳା ଜାଇ ଅଛି ଏହା ଦେଖି ସିଏ ଚକିତ ହୋଇଗଲେ ଆଉ ତାକୁ ପଚାରିଲେ ମା ତମ ନାଁ କଣ୍?। କହିଲା ମଉସା ମୋ ନା ଚନ୍ଦ୍ରମୁଖୀ। ଏତିକି ଶୁଣି ବୁଢ଼ା ବୁଢ଼ୀ ଦୁଇଜଣ ପିଣ୍ଡାରେ ଧପ୍ କିନା ବସିପଡିଲେ । ଆଉ ଆଖିରୁ ଝରିଗଲା ଅସୁମାରୀ ଲୁହ । କାନ୍ଦି କାନ୍ଦି ଚିତ୍କାର କଲେ ସେଇ ବୁଢା ବୁଢ଼ୀ ଦୁଇଜଣ । ଏହା ଦେଖି ଚନ୍ଦ୍ରମୁଖୀ କୁ ବେସ୍ତ ଲାଗିଲା । ଚନ୍ଦ୍ରମୁଖୀ ମନେ ମନେ ଭାବୁଥାଏ ମୋ ନାଁ ଶୁଣି ମୋ ହାତର କଳା ଯାଇ ଦେଖି ଏମାନେ ଏମିତି କାନ୍ଦୁଛନ୍ତି କଣ୍ ପାଈଁ । ଆଉ ସାହସ କରି ପଚାରିଲା ମଉସା ଆପଣ ମୋ ନାଁ ଶୁଣି କାନ୍ଦୁଛନ୍ତି କଣ୍ ପାଈଁ । ମଉସା ଆଖି ଭିଯା ଲୁହରେ ଚନ୍ଦ୍ରମୁଖୀ କୁ କହିଲେ । ମା ରେ ଆଜିକୁ ପ୍ରାୟ ପଚିଶି ବର୍ଷ ତଳେ ତୁ ଚାରି ବର୍ଷରେ ହେଉଥାଉ । ତୋତେ ନେଇ ଆମେ ନାରଣ ପୁର ର ଗୋଟିଏ ଶିବ ମନ୍ଦିର କୁ ନେଇ ଯାଉଥିଲୁ ଆଉ ଯିବା ବାଟରେ ହଠାତ୍ କଳା ମେଘ ଘୂଟି ଆସିଲା ଆଉ ଆମେ ଗୋଟିଏ ଗଛ ମୂଳରେ ଏକା ସାଙ୍ଗେ ବସିରହିଲେ ଆଉ ବର୍ଷା ବହୁତ୍ ଜୋର ହେବାକୁ ଲାଗିଲା ଶେଇ ଗଛ ମୂଳେ ଆମେ ତୋତେ ଧରି ବଶି ରହୁଥିଲୁ । ସେଦିନ ଆଉ ବର୍ଷା କମିଲାନି ଆଉ ରାତିବୀ ହୋଇଗଲା ସେଇଠି ବସୁ ବସୁ ଆମର ଆଖି ଲାଗିଗଲା ଆଉ ଶକାଳ ହେବାରୁ ଦେଖିଲୁ ତୁ ଆମ ପାଖରେ ନାହୁଁ । ତୋତେ ଆମେ ଦୁଇଜଣ ବହୁତ୍ ଖୋଜିଲୁ ବହୁତ୍ ଡାକିଲୁ ଚନ୍ଦ୍ରମୁଖୀ ମା ତୁ କୁଆଡେ଼ ଗଲୁ ରେ । ଆମ ଆଖିରୁ ଟିକେ ହେଲେ ଲୁହ ସୁଖୁନଥିଲା । ଆଉ ତୋତେ ନ ପାଇ ନିରାଶ ହେଇ ଘରକୁ ଫେରିଲୁ । ଆଉ ଆଜି ସେଇ ଶିବ ଙ୍କ କୃପାରୁ ତୁ ଆସି ଆମ କୁଳରେ ପହଞ୍ଚିଲୁ ମା । ଚନ୍ଦ୍ରମୁଖୀ ତା ନିଜ ବାପା ମା ଙ୍କୁ ପାଇ ବହୁତ୍ ଖୋସି ହେଲା ଆଉ ବାପା ମା ଙ୍କୁ କୁଣ୍ଢେଇ ପକେଇ ବହୁତ୍ କାନ୍ଦିଲା ତାଙ୍କ ଆଖି ଲୁହରେ ଘର ଓଦାହେଇଯାଉଥଏ । ଚନ୍ଦ୍ରମୁଖୀ ନିଜର ଜନ୍ମ କଲା ବାପା ମା ଙ୍କୁ ଫେରିପାଇଲା ଆଉ ବହୁତ ଖୋସି ହେଲା ମଧ୍ୟ । ସକାଳ ପୁରୀ ରାତିହେଲା ।ଚନ୍ଦ୍ରମୁଖୀ ଶୋଇବାକୁ ଗଲା ସୋଇଥିବା ବେଳେ ତା ମୁଣ୍ଡରେ ବିଭିନ୍ନ କଥା ପଶିଲା ।

ଏହା ଭବୁଥାଏ ଯେ ମୁଁ ତୋ ମୋ ଜନ୍ମ କଲା ବାପା ମା ଙ୍କୁ ପାଇଗଲି ହେଲେ ମୋତେ ଯିଏ ପାଳି ପୋଷି ବଡ଼ କଲା ତାକୁ କେମିତି ଭୋଲିଯିବି ନା ମୁଁ କାଲି ନିଶ୍ଚୟ ଖୋଜିବାକୁ ଯିବି । ରାତି ପାହି ସକାଳ ହେଲା ଆଉ ବାହାରିଲା ତା ପାଳିତ ବାପା ମା ଙ୍କୁ ଖୋଜିବା ଲାଗି । ହେଲେ ଏପଟେ ଚନ୍ଦ୍ରମୁଖୀ ର ବାପା ମା ଚନ୍ଦ୍ରମୁଖୀ କୁ ସକାଳୁ ନ ପାଇ ପୁଣି ବେସ୍ତ ହୋଇ ପଡିଲେ ଆଉ କାନ୍ଦି କାନ୍ଦି ଶେଷରେ ତାଙ୍କ ଜୀବନ ଚାଲିଗଲା । ଚନ୍ଦ୍ରମୁଖୀ ନିଜ ପାଲିତ ବାପା ମା ଙ୍କୁ ଖୋଜୁଥାଏ ହେଲେ ପାଉନଥାଏ ସନ୍ଧ୍ୟା ହେଲା ଆଉ ଘରକୁ ଫେରିଲା। ଘରକୁ ଫେରି ଦେଖେତ ତା ବାପା ମା ଦୁଇଜଣ ଆଉ ଏ ଦୁନିଆରେ ନାହାଁନ୍ତି । ସିଏ କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲା । ଆଉ କାନ୍ଦି କାନ୍ଦି ନିଜକୁ ଦୋଷ ଦେବରେ ଲାଗିଲା । ମୋରି ଲାଗି ମୋ ବାପା ମା ଆଜି ମୋତେ ଛାଡ଼ି ଚାଲିଗଲେ । ଏମିତି ବିତିଗଲା 9 ମାସ ଆଉ ଚନ୍ଦ୍ରମୁଖୀ ବାହାରିଲା ନିଜ ପାଳିତ ଗାଁ ନାରଣପୁର । ବାଟରେ ଚାଲି ଚାଲି ଜାଇ ପହଞ୍ଚିଲା ନିଜ ଗାଁ ରେ। ଆଉ ବାଟରେ ଜଣେ ବୃଦ୍ଧ ଦେଖାହେଲେ ଚନ୍ଦ୍ରମୁଖୀ କୁ କହିଲେ ମା ରେ ତୁ ଏତେ ଦୀନ ହେଲା କୁଆଡ଼େ ଯାଇଥିଲୁ ରେ ଜାଣିଚୁ ତୁ ଗଲା ପରେ ତୋ ବାପା ମା ଘରକୁ ଫେରିଥିଲେ ଆଉ ତୋତେ ବହୁତ୍ ଖୋଜିଲେ ତୋତେ ନ ପାଇ ସିଏ ବହୁତ୍ ବେସ୍ତ ହୋଇପଡିଲେ। ନା କିଛି ପାଟିକୁ ଦାନା ନେଲେ ନା କିଛି ପିଇଲେ ସିଏ ନ ଖାଇ ନ ପିଇ ତୋ କଥା ଚିନ୍ତା କରି ଭୋକ ଉପାସରେ ମରିଗଲେ ରେ ମା। ଏତିକି କଥା ଶୁଣି ଚନ୍ଦ୍ରମୁଖୀ ଆଖିରୁ ଲୁହ ଧାର ଧାରା ହେଇ ଗଡିପଡୁଥାଏ । ଯେମିତି ଆକାଶ ଛିଡ଼ି ମାଟିରେ ଲାଗିଯାଏ ସେଇ ଭଳି ଲାଗୁଥାଏ ।

ସେଇ ଦିନଠୁ ଏକା ହୋଇଗଲା ଚନ୍ଦ୍ରମୁଖୀ।

ଆଉ ସମସ୍ତେ କହିଲେ

ଏକା ଏକା ଚନ୍ଦ୍ରମୁଖୀ ।।

 

✍️ ଅନିରୁଦ୍ଧ ତିଆଡ଼ି

 

 90 total views,  2 views today

Leave a Reply

Your email address will not be published. Required fields are marked *