-ସମୁଦ୍ର କାନ୍ଦୁଛି
କଇଁ କଇଁ ହୋଇ କାନ୍ଦୁଛି ସମୁଦ୍ର
କିଏ ବୁଝିବ ତା ଦୁଃଖ
ମଣିଷ ସମାଜ ସ୍ୱାର୍ଥପର ଆଜି
ନିଜ ପାଇଁ ଖଜେ ସୁଖ
କୁଢ଼ କୁଢ଼ ଆଜି ଅଳିଆ ଆବର୍ଜନା
ଏ ସମୁଦ୍ର କୂଳରେ
ମଣିଷ ବୁଝୁନି ଭୁଲ ତା ଆଜି
ସମୁଦ୍ର କାନ୍ଦେ ସତରେ
ସମୁଦ୍ର ଗର୍ଭରେ ବାସ କରନ୍ତି କେତେ
ଜଳଚର ପ୍ରାଣୀ
ତାଙ୍କ ଜୀବନକୁ ବିପଦରେ ପକାନ୍ତି
ମଣିଷ ଜାଣି ଶୁଣି
କଳକାରଖାନାରୁ ନିର୍ଗତ ମଇଳା
ସମୁଦ୍ରରେ ମିଶେ
ସମୁଦ୍ର ଜଳକୁ ବିଷାକ୍ତ କରି
ମଣିଷ ହସୁଛି ସତେ
ସୁଧୁରି ଯାଅ ହେ ମଣିଷ ସାମାଜ
ହୁଅ ପୁଣି ସଚେତନ
ନିଜ ଭୁଲ ଆଜି ବୁଝିଯାଅ ଥରେ
ସମୁଦ୍ର କରେ କ୍ରନ୍ଦନ
ଅରୁଣ କୁମାର ମେହେର
ବୁଟୁପାଲି, ଜିଲ୍ଲା -ବୌଦ୍ଧ
Arun kumar meher
Butupali, Dist-Boudh
802 total views, 1 views today