April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଚାଉଳ-ବିକଳ୍ପ ବିଶ୍ଵ,ଡକ୍ଟର ଭଗବାନ ପ୍ରକାଶ*

#ଚାଉଳ

ପୃଥିବୀରେ ସବୁଠୁ ବେଶି ଚାଉଳ ଖାଆନ୍ତି ଏସିଆର ଲୋକମାନେ । ତେଣୁ ଏ ମହାଦେଶରେ ଚାଉଳକୁ ନେଇ ରାଜନୀତି ପ୍ରବଳ । ଥାଇଲାଣ୍ଡର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଥାକ୍‌ସିନ୍ ଚାଉଳ ରାଜନୀତି କରି ତିନି ଥର ନିର୍ବାଚନ ଜିତିଥିଲେ । ଇଣ୍ଡୋନେସିଆର ଲୋକପ୍ରିୟ ରାଷ୍ଟ୍ରପତି ସୁକର୍ଣ୍ଣ ଚାଉଳ ରାଜନୀତିରେ ଛନ୍ଦି ହୋଇ ଗାଦି ଛାଡ଼ିଥିଲେ । କିନ୍ତୁ ଭାରତର ରାଜନେତାମାନେ ଚାଉଳକୁ ମୂଲ୍ୟହୀନ କରିବା ପ୍ରତିଯୋଗିତାରେ ବ୍ୟସ୍ତ ଥିବା ବେଳେ, ପଡୋଶୀ ଚୀନ୍ ନିଜ ଦେଶବାସୀଙ୍କ ଖାଦ୍ୟ ନିରାପତ୍ତାପାଇଁ ତାଞ୍ଜାନିଆ, ଲାଓସ୍, କାଜଖ୍‌ସ୍ଥାନ, ବ୍ରାଜିଲ୍ ଓ ଆଉ ଅନେକ ଦେଶରେ ଠିକାରେ ଜମି ନେଇ ଧାନଚାଷ ଆରମ୍ଭ କଲାଣି । ମରୁଭୂମିର ଦେଶ ସାଉଦିଆରବ ଏବେ ପାକିସ୍ତାନର ପାଞ୍ଚଲକ୍ଷ ଏକର ଜମିଲିଜ୍‌ରେ ନେଇ ଚାଷ ଆରମ୍ଭ କଲାଣି । ଚାଷୀପାଇଁ ଚାଷ ମହଙ୍ଗା ହେଲେ ଏପରି କଣ୍ଟ୍ରାକ୍ଟ ଫାର୍ମିଂ ସଂସ୍କୃତି ବ୍ୟାପିବ । ଚାଷୀମାନେ ବହୁଦେଶୀୟ କମ୍ପାନିମାନଙ୍କୁ ଅଧିକ ପଇସା ପାଇଁ ଜମି ବିକିବେ । ଉତ୍ପାଦନ ନ ବଢ଼ିଲେ ଅଳ୍ପ ମୂଲ୍ୟରେ ବା ମାଗଣାରେ ବାଣ୍ଟିବାକୁ ବି ଚାଉଳ ମିଳିବ ନାହିଁ । ପୃଥିବୀର ଅଧେ ଲୋକଙ୍କ ମୁଖ୍ୟ ଖାଦ୍ୟ ଚାଉଳ । ତେଣୁ ମିଳିତ ରାଷ୍ଟ୍ରସଂଘ ୨୦୦୪ ମସିହାକୁ ଆନ୍ତର୍ଜାତିକ ଚାଉଳବର୍ଷ ଭାବରେ ଘୋଷଣା କରିଥିଲେ ।ଧାନ ଚାଉଳ ଆମ ସଂସ୍କୃତି, ସଭ୍ୟତା, ଜୀବନଯାପନ ପ୍ରଣାଳୀ ସହ ଓତପ୍ରୋତ ଭାବେ ଜଡ଼ିତ । ବୈିଦିକ ଯୁଗରୁ ଧାନକୁ ମା’ ଓ ମହାଲକ୍ଷ୍ମୀଙ୍କ ସ୍ଥାନ ଦିଆଯାଇଛି । କୃଷିଭିତ୍ତିକ ସମାଜର ମୂଳଦୁଆ ହେଉଛି ଧାନ । ଆମର ପୂଜା, ପାର୍ବଣ ଧାନ ଚାଉଳ ବିନା ଅସମ୍ପୂର୍ଣ୍ଣ । ହିନ୍ଦୁମାନଙ୍କ ବିବାହ, ବ୍ରତ, ପୂଜାପାଠରେ ଧାନର ପ୍ରଥମ ସ୍ଥାନ । ନୂଆ ବୋହୂଟିଏ ଘରେ ପ୍ରବେଶ ପୂର୍ବରୁ ପ୍ରଥମେ କଳସ ଚାଉଳକୁ ସ୍ପର୍ଶ କରନ୍ତି । ଦୂବ, ଓ ବରକୋଳି ପତ୍ର, ଚାଉଳଦ୍ୱାରା ଆଶୀର୍ବାଦ କରାଯାଏ । ଅନ୍ନ‌ଦାନ‌କୁ ମହାଦାନ ବୋଲି କୁହାଯାଏ । ପାର୍ଥିବ ଶରୀରକୁ ଅନ୍ନମୟ ଶରୀର ବୋଲି କୁହାଯାଏ । ବିଭିନ୍ନ ଧର୍ମରେ ଧାନ୍ୟର ପ୍ରାଧାନ୍ୟ ରହିଛି । ଭାରତକୁ କବି ବର୍ଣ୍ଣନା କରିଛନ୍ତି ଧନ, ଧାନ୍ୟେ ପୁଷ୍ପେ ଭରା । ସୁଜଳା, ସୁଫଳା, ଶସ୍ୟଶ୍ୟାମଳା । ସେହି ଧାନ୍ୟର ଜନ୍ମସ୍ଥାନ ହେଉଛି ଏସିଆ ଓ ଆଫ୍ରିକା ମହାଦେଶ । ଅନେକଙ୍କର ବିଶ୍ୱାସ ଧାନର ପ୍ରକୃତ ଜନ୍ମ ସ୍ଥାନ ପୂର୍ବ ଭାରତର ଦକ୍ଷିଣ ପଶ୍ଚିମ ଓଡ଼ିଶା । ଏଠାରେ ଧାନ ଅମଳ ସମୟରେ ନୂଆଖାଇ ସବୁଠାରୁ ବଡ଼ ପର୍ବ । ଧାନ ଉତ୍ପାଦନରେ ପ୍ରଧାନ ଦଶଟି ଦେଶ ହେଲେ ଚାଇନା, ଭାରତ, ଇଣ୍ଡୋନେସିଆ, ଥାଇଲାଣ୍ଡ, ବର୍ମା, ଜାପାନ, ବାଂଲାଦେଶ, ବ୍ରାଜିଲ୍, ଫିଲିପାଇନ୍ସ ଓ ଭିଏତ୍‌ନାମ । ଚାଉଳ ବା ଜିନ୍ସ ଓରିକାର ବିଶେଷତ୍ୱ ହେଲା ଏହା ଆର୍ଦ୍ର, ଶୁଖିଲା, ଶୀତ ଓ ଗ୍ରୀଷ୍ମଋତୁ, ଲୁଣି, କ୍ଷାର ମାଟି ଓ ଏପରିକି ମରୁଭୂମିରେ ମଧ୍ୟ ଉତ୍ପାଦିତ ହୋଇପାରେ । ଏସିଆରେ ଦୁଇ ଶହ କୋଟି ଲୋକଙ୍କର ୬୦ ରୁ ୭୦ ଭାଗ କାଲୋରି ଆବଶ୍ୟକତା ପୂରଣ କରିଥାଏ ଚାଉଳ । ଚାଉଳ ଉତ୍ପାଦନ, ବଣ୍ଟନ, ପ୍ରକ୍ରିୟାକରଣ ଓ ବ୍ୟବସାୟ ୧୨୦ କୋଟି ଲୋକଙ୍କର ଜୀବିକା । କେବଳ ଭାରତରେ ବର୍ଷକୁ ପ୍ରାୟ ୧୦ କୋଟି ଟନ୍ ଚାଉଳ ଉତ୍ପାଦନ ହୁଏ । ଶ୍ରୀ ପଦ୍ଧତି ଅନୁସରଣ କଲେ ଏହି ପରିମାଣ ୧୫ ରୁ ୨୦ କୋଟି ଟନ୍‌କୁ ବଢ଼ିବାର ସମ୍ଭାବନା ଅଛି ।

ଗତ ପାଞ୍ଚ ହଜାର ବର୍ଷ ଧରି ଏସିଆ ଲୋକଙ୍କୁ ବାନ୍ଧି ରଖିଥିଲା ଚାଉଳ । ଗଙ୍ଗା, ବ୍ରହ୍ମପୁତ୍ର, କ୍ରିଷ୍ଣା, କାବେରୀ, ନର୍ମଦା, ମହାନ‌ଦୀ, ହୋୟାଙ୍ଗ୍‌ହୋ, ମେକଙ୍ଗ୍ ଅଞ୍ଚଳରେ ଗଢ଼ି ଉଠିଥିଲା କୃଷି ଭିତ୍ତିକ ସଭ୍ୟତା । ଜନ୍ମ ମୃତ୍ୟୁ ହାର ଉପରେ କୃଷି ଓ ଚାଉଳର ପ୍ରଭାବଦ୍ୱାରା ଆବଶ୍ୟକୀୟ ଜନସଂଖ୍ୟା ବୃଦ୍ଧି ଘଟିଥିଲା । ଧାନ ଓ କୃଷି ଗାଁ ଲୋକଙ୍କୁ ଏକାଠି ରଖିଥିଲା ।ଏସିଆରେ ଏହାର ନେତୃତ୍ୱ ନେଇଥିଲେ ତିନି ପ୍ରକାର ଧାନ :- (୧) ଇଣ୍ଡିକା (୨) ଜାପୋନିକା ଓ (୩) ଜାଭୋନିକା । ଭାରତ ଭଳି ଜାପାନ୍‌ରେ ଧାନର ଦ୍ୱିତୀୟ ନାମ ହେଲା ମା’ ଓ କୃଷକଙ୍କୁ କୁହାଯାଏ ଜାପାନୀ ସଂସ୍କୃତିର ଅଭିଭାବକ । ଓଡ଼ିଶାରେ ଯେମିତି ମାଣବସା ଗୁରୁବାରରେ ଧାନ ଅକ୍ଷତ ପୂଜା ହୁଏ ଓ ଘରର ବଡ଼ ବୋହୂଙ୍କୁ ଏ ଅଧିକାର ମିଳିଥାଏ, ସେମିତି ଦକ୍ଷିଣ ପୂର୍ବ ଏସିଆରେ ଚାଉଳକୁ ସମ୍ମାନିତ କରାଯାଏ । ବିଭିନ୍ନ ଚାଉଳର ରାନ୍ଧଣା, ବାସ୍ନା ଓ ସ୍ୱାଦ ବିଷୟରେ ଏ ଦେଶର କବି, ଲେଖକମାନେ ମୁଖର । ଏ ଅଞ୍ଚଳର ସମାଜକୁ କୁହାଯାଏ – ‘ଭାତ, ମାଛ ସମାଜ’ ବା ‘ରାଇସ୍ – ଫିସ୍ ସୋସାଇଟି’ । ଇଜିପ୍ଟର ନୀଳ ନ‌ଦୀ ଉପତ୍ୟକାରେ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବାପାଇଁ କୃଷକମାନେ ଧାନକ୍ଷେତର ଛାଇରେ ଆଶ୍ରୟ ନିଅନ୍ତି । ପୂର୍ବ ଓ ଦକ୍ଷିଣ ଭାରତର ଚାଷୀମାନେ ନଡ଼ା ଛପର ଘରେ ରହିବାକୁ ପସନ୍ଦ କରନ୍ତି । ଏ ସହଜ ସବୁଜ ଘର ସବୁ ଶୀତ ଦିନେ ଉଷୁମ ଓ ଖରାଦିନେ ଥଣ୍ଡା ଓ ପ୍ରଦୂଷଣମୁକ୍ତ ।

ବିଭିନ୍ନ ଦେଶରେ ଚାଉଳକୁ ନେଇ ଆଚାର, ବିଚାର, ଚାଲିଚଳଣ ଭିନ୍ନ ଭିନ୍ନ । ପ୍ରାଚୀନ କାଳରେ ଚୀନ୍ ଦେଶର ଲୋକମାନେ ପରସ୍ପରକୁ ଭେଟିଲା ବେଳେ “ଆପଣ କେମିତି ଅଛନ୍ତି” ନ କହି କହନ୍ତି – “ଆପଣ ଆଜି ଭାତ ଖାଇଛନ୍ତି ?” ଫ୍ରାନ୍ସରେ ରୋଲ୍‌ଡ ରାଇସ୍ ଓ ତୁନା ମାଛ ଏକ ଲୋକପ୍ରିୟ ସୁଖାଦ୍ୟ । ଇଣ୍ଡୋନେସିଆରେ ରାଇସ୍ ପଲାଉ ଓ ଭାତ ମାଛ ସେମିତି ଲୋକପ୍ରିୟ । ଏ ଦେଶରେ ସାତ ହଜାର ପ୍ରକାର ଚାଉଳ ମିଳେ । ପ୍ରାତଃ ଭୋଜନପାଇଁ ସବୁଠାରୁ ସୁଖାଦ୍ୟର ନାଁ ‘ନାସି ଗୋରେଙ୍ଗ’ । ରାତ୍ରି ଭୋଜନରୁ ବଳି ପଡ଼ିଥିବା ଭାତଦ୍ୱାରା ଏହା ପ୍ରସ୍ତୁତ କରାଯାଏ । ଓଡ଼ିଶାରେ ଭାତ ବଳି ପଡ଼ିଲେ ପଖାଳ କରାଯାଏ ଓ ସକାଳେ ପଖାଳ, ପିଆଜ ଖାଇ ଚାଷୀମାନେ ବିଲକୁ ଯାଆନ୍ତି । “ପଖାଳ ଉତ୍କଳେ ସଂଜୀବନୀ ସୁଧା – ହରେ ଏକାବେଳେ ତୃଷା, କ୍ଲାନ୍ତି, କ୍ଷୁଧା” । ଥାଇଲାଣ୍ଡରେ ଜାସ୍ମିନ୍ ରାଇସ୍ ଓ ରେଡ୍‌କାର୍ଗୋ ରାଇସ୍ ଖାଇବାକୁ ଲୋକେ ପସନ୍ଦ କରନ୍ତି । ଭିଏତ୍‌ନାମରେ ଅଧିକ ବ୍ୟବହୃତ ଚାଉଳର ନାଁ ‘ଦୁରହୁରଙ୍ଗ ରାଇସ୍’ ଓ ‘ନାଗଥମ୍ ରାଇସ୍’ । ଭାରତ, ପାକିସ୍ଥାନରେ ଉତ୍ପନ୍ନ ଓ ଏବେ ସାରା ପୃଥିବୀରେ ବିଖ୍ୟାତ ଓ ମୂଲ୍ୟବାନ ଚାଉଳ ହେଉଛି ‘ବାସୁମତି’ ।

ଓଡ଼ିଶାରେ ପ୍ରାୟ ୪୦ ପ୍ରକାର ବାସନା ଚାଉଳ ମିଳେ । କିନ୍ତୁ ପଞ୍ଜାବ, ହରିଆନା ଭଳି ଚାଉଳ ନ ଖାଉଥିବା ରାଜ୍ୟମାନେ ଏବେ ଆମ ପରି ଚାଉଳଖିଆ ରାଜ୍ୟଙ୍କଠାରୁ ଅଧିକ ଚାଉଳ ଉତ୍ପାଦନ କରୁଛନ୍ତି । ଚାଉଳ ରପ୍ତାନିରେ ସବୁଠାରୁ ଆଗୁଆ ଦେଶ ହେଲା ଥାଇଲାଣ୍ଡ । ତା’ପଛକୁ ଭିଏତ୍‌ନାମ । ଏ ଦେଶର ମହିଳାମାନେ ଚାଉଳରୁ ଯେଉଁ ସୁଆଦିଆ ପିଠା ତିଆରି କରନ୍ତି ତା ନାଁ ହେଲା ‘ବନ୍‌ଚୁଙ୍ଗ୍’ । ଏ ଅଞ୍ଚଳରେ ଏକ କିମ୍ବଦନ୍ତୀ ଅଛି ଯେ ତିନି ହଜାର ବର୍ଷ ପୂର୍ବେ ହୁଙ୍ଗ୍ ରାଜବଂଶର ୬ଷ୍ଠ ରାଜା ଜଣେ ଚାଷୀଙ୍କ ଘର ତିଆରି ପିଠା ‘ବନ୍‌ଚୁଙ୍ଗ୍’ ଖାଇ ଏତେ ଖୁସି ହୋଇଗଲେ ଯେ ଏହାର ମୂଲ୍ୟ ସ୍ୱରୂପ ସମ୍ପୃକ୍ତ ଚାଷୀଙ୍କୁ ସମଗ୍ର ରାଜ୍ୟ ଓ ନିଜ ରାଜଗାଦି ଦେଇେଦେଲେ । ଏଠାରେ ଆଉ ଏକ ଲୋକପ୍ରିୟ ପ୍ରବାଦ ହେଲା – ‘ସ୍ୱାଭାବିକ ସମୟରେ ବିଦ୍ୱାନ ଓ ପଣ୍ଡିତଙ୍କ ସ୍ଥାନ ଆଗ ଧାଡ଼ିରେ ଓ ଚାଷୀ ପଛରେ, କିନ୍ତୁ ଦୁର୍ଭିକ୍ଷ ବେଳେ ଚାଷୀଙ୍କ ସ୍ଥାନ ଆଗରେ ଓ ପଣ୍ଡିତମାନେ ତାଙ୍କ ପଛରେ ।’

ପଡ଼ୋଶୀ କାମ୍ବୋଡ଼ିଆରେ ରାଇସ୍ – ବନାନା କେକ୍ (ଚାଉଳ କଦଳୀ ବଟା ପିଠଉର ପିଠା) ବିନା ବିବାହ ଉତ୍ସବ ଅସମ୍ପୂର୍ଣ୍ଣ । ସେମିତି ଶ୍ରୀଲଙ୍କାରେ କ୍ଷୀର ଭାତର ସ୍ଥାନ । ଓଡ଼ିଶାରେ ଆଗେ ଭୋଜିର ନାମ ଥିଲା କ୍ଷୀରି-ପିଠା । ଇଜିପ୍ଟରେ ଆଲେକ୍‌ଜାଣ୍ଡ୍ରିଆ ରୋସ୍ତୋରାଁମାନଙ୍କରେ ସବୁଦିନ ସନ୍ଧ୍ୟାରେ ‘ରୁଜ୍ଜ ମୁଆମ୍ମର ବି ଟୟୁର୍’ ଖାଇବାପାଇଁ ପ୍ରବଳ ଭିଡ଼ ହୁଏ । ଏହିପରି ଚାଉଳକୁ ନେଇ ପୃଥିବୀରେ ୮ ହଜାର ପ୍ରକାର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ଆମେରିକାରେ ଅନେକ ବାପା, ମା ପିଲାର ନାଁ ବା ସାଙ୍ଗିଆ ରଖିଥାନ୍ତି ରାଇସ୍ ବା ଚାଉଳ । ଯେପରିକି ଜଣ୍ଡୋଲିଜା ରାଇସ୍ (ପୂର୍ବତନ ବିଦେଶ ମନ୍ତ୍ରୀ), ଉଇଲିୟମ୍ ମାର୍ଶ ରାଇସ୍ । ଉଇଲିୟମ୍ ରାଇସ୍‌ଙ୍କ ନାଁରେ ପୃଥିବୀରେ ପ୍ରଥମ ବିଶ୍ୱବିଦ୍ୟାଳୟର ନାଁ ରାଇସ୍ ୟୁନିଭରସିଟି ୧୯୧୨ ମସିହାରେ ପ୍ରତିଷ୍ଠିତ । ଏପରି ଚାଉଳ ସାରା ପୃଥିବୀରେ ସମ୍ମାନିତ ।

ଏବେ ବ୍ୟଙ୍ଗରେ କିଛି :- ଡାଲି ଚାଉଳଙ୍କ ଯୁଗ ଯୁଗ ସମ୍ପର୍କ ଏବେ ବିପଦଗ୍ରସ୍ତ । ଜଣେ ପୁଷ୍ଟିସାର ରାଣୀ ତ ଅନ୍ୟ ଜଣକ ଶ୍ୱେତସାରର ଖଣି । ତେବେ କିଏ ବଡ଼, କିଏ ଛୋଟ ଏ ନେଇ ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଏବେ ଗରମାଗରମ । ନିର୍ବାଚନ ଇସ୍ତାହାର ପଢ଼ି ମନ ଖୁସିରେ ଡାଲି ଚାଉଳକୁ କହିଲା ତୋ ଦାମ୍ କମି କମି ହେଲାଣି କିଲୋକୁ ଟଙ୍କା ଯୋଡି଼ଏ, ମୋ ଦାମ୍ ବଢ଼ି ହେଲାଣି ଶହେ କୋଡ଼ିଏ । ତୋ ମହତ୍, ଇଜ୍ଜତ ଏବେ ଦି ଟଙ୍କାରେ ଦାଣ୍ଡରେ ହାଟରେ ଗଡ଼ ଗଡ଼ଡ଼ୋଉଛି । ମାଟି ଗୋଡି ଦାମ୍ ବି ତୋଠୁ ଅଧିକା । ପୁଣି ତୁ ଏବେ ଯାଇ ରହିଥିବୁ ଦାରିଦ୍ର୍ୟ ସୀମାରେଖା ତଳେ, ମୁଁ ଉଠି ପହଞ୍ଚିଲିଣି ଦାରିଦ୍ର୍ୟ ସୀମା ଡିଆଁ ସିଡ଼ି ଉପରେ । ଗ୍ଲୋବାଲ ୱାର୍ମିଂରେ ଏଥର ତୋ କୁଳ ବୁଡ଼ିଯିବ । ଆଉ ଅଧିକ ଅପମାନ ସହି ନ ପାରି ଚାଉଳ ଜବାବ ଦେଲା – ମନେରଖ ଆଗ ଚାଉଳ ପଛେ ଡାଲି । ମୁଁ ଏବେ ହେବି ଗରିବଙ୍କ ପେଟର ଦାନା, ତୁ ହେବୁ ଧନୀଙ୍କ ଦାମିକା ଖାନା । ଏବଂ ତତେ ଆଉ ଲୋକେ କିଣିବେନି, ନାଁ ବି ଧରିବେନି । ଧୀରେ ଧୀରେ ତତେ ଭୁଲିଯିବେ । ଜାଣିଥା, ଏବେ ତୋ ଲୋକେ ନୋଟ୍ ଦେଇ ମୋ ଲୋକଙ୍କଠୁ ଆଉ ଶସ୍ତାରେ ଭୋଟ୍ କିଣି ପାରିବେ ନାହିଁ । ଏଥର ଦି ଟଙ୍କାରେ ଚାଉଳ ଦେଲେ ସିନା, ଆର ଥରକୁ ଦେବେ ମାଗଣା । ତା ଆର ଥରକୁ ଚାଉଳ ନ ଦେଇ ମତେ ରାନ୍ଧି ଖୁଆଇବେ । ମୋତେ ସାଙ୍ଗରେ ନ ନେଲେ ନିର୍ବାଚନ ଜିତିବା ମୁସ୍କିଲ ହେବ । ତେଣୁ ମୋ ଶକ୍ତି ତୋଠୁ ଅଧିକ । ସବୁ ଶୁଣି ସାରିଲା ପରେ ଡାଲି କହିଲା- ହଉ ହେଲା, ଏସବୁ କଥା ଛାଡ଼ । ଏବେ ନେତା, ବାବୁ ଓ ଲାଲାଙ୍କୁ କହ ଆମ ଦୁହିଁଙ୍କୁ ପୁଣି ଏକାଠି କରି ଦିଅନ୍ତୁ । ବିରହ ଅସହ୍ୟ ହେଲାଣି ।

ସଂଗୃହିତ ଗଳ୍ପ
©ବିକଳ୍ପ ବିଶ୍ଵ,ଡକ୍ଟର ଭଗବାନ ପ୍ରକାଶ

Loading

Leave a Reply

Your email address will not be published. Required fields are marked *