ଉତ୍କଳ ଗୌରବ
ଓଡ଼ିଆ ଜାତିର ଚିର ସ୍ମରଣୀୟ
ଓଡ଼ିଆ ଭାଷାର ପ୍ରାଣେ,
ମୃତ ସଂଜୀବନୀ ବୁହାଇ ଦେଇଛ
କହି ଓଡ଼ିଆର କାନେ l
ଜାତିର ଅସ୍ମିତା ଭାଷା ବୈଭବର
ଫୁଟାଇ ଶୋଭା ଓ ଶିରୀ,
ରଖିଗଲ ଟେକ ଉତ୍କଳ ଗୌରବ
ଏ ଜାତି ହେଉଛି ଝୁରି l
ଉତ୍କଳ ମାଟିର ଯୋଗ୍ୟତାମ ସୁତ
ତୁମେତ ଓଡ଼ିଆଟିଏ,
ତୁମପରି କିଏ ଏତେ ସ୍ୱାଭିମାନୀ
ହୋଇ ପାରିବ ବା କିଏ?
କଟକ ଜିଲ୍ଲାର ସତ୍ୟଭାମା ପୁର
ହୋଇଅଛି ଆଜି ଧନ୍ୟ,
ଶୁଭଜନ୍ମ ଦିନେ ଶତ ଶ୍ରଦ୍ଧାଞ୍ଜଳି
ଓଡ଼ିଆ ବୀର ହେ ଘେନ l
ଇଂରେଜ ପଢୁଆ ବିଲାତ ଫେରନ୍ତା
ନଥିଲା ମନରେ ଗର୍ବ,
ମାତୃଭାଷା ପାଇଁ କରିଛ ଲଢେଇ
ଧନ୍ୟ ହେ ମହାନୁଭବ l
ଓଡ଼ିଆ ଲେଖିବି ଓଡ଼ିଆ ପଢ଼ିବି
ଭାଷାକୁ ପାଇବି ଭଲ,
ତେବେସିନା ହେବା ସଚ୍ଚା ଓଡ଼ିଆ ଟେ
ଭାଷା ଆମ ବହୁମୂଲ୍ୟ l
ଭୁଲିନି ତୁମକୁ ଏ ଓଡ଼ିଆ ଜାତି
ପାରିବନି କେବେ ଭୁଲି,
ଖୋଜିଲେ ଏ ଜାତି ପାଉନାହିଁ ଆଉ
ବ୍ୟକ୍ତିଟିଏ ତୁମଭଳି l
ସୁଜାତା ରାଉତ, ଓରାସାହି, ଚାନ୍ଦବାଲି, ଭଦ୍ରକ