ଉଆଁସ ରାତିର ଜହ୍ନ

ତୁମେ ହିଁ ତ ମୋର ଆଶାର ଆଲୋକ
ଉଆଁସ ରାତିର ଜହ୍ନ,
ତୁମରି ପାଇଁ ତ ଦିବସ ରେ ପ୍ରଭୁ
ଆଖିରେ ଆସେ ମୋ ସ୍ୱପ୍ନ।
ମୃତ ଏ ମନରେ ତୁମେ ପରା ମୋର
ଅଟ ଯେ ସଂଞ୍ଜିଵନୀ,
ଅବିଶ୍ୱାସର ସେ ଘେରା ବାଦଲରେ
ତୁମେ ବିଶ୍ୱାସର ଵହ୍ନି।
ତୁମ ପାଇଁ ଚଳ ଚଞ୍ଚଳ ଏ ପ୍ରାଣ
ପୁଲକିତ ହୁଏ ମନ,
ତୁମେ ହିଁତ ମୋର ଆଶାର ଆଲୋକ
ଉଆଁସ ରାତିର ଜହ୍ନ।
ତୁମେ ହିଁ ତ ମୋର ଅକୁହା ଓଠରେ
ଭରିଦିଅ ପ୍ରଭୁ ଭାଷା,
ଜୀଵନର ମରୁଭୂମିରେ ତୁମେ ତ
ଏକା ଅଟ ମୋର ଆଶା।
ଜୀବନ ଜଞ୍ଜାଳେ ତୁମ ନାମ ପରା
ଅଟଇ ଅମୃତ ସମ,
ତୁମେ ହିଁ ତ ମୋର ଆଶାର ଆଲୋକ
ଉଆଁସ ରାତିର ଜହ୍ନ।
ସଂସାର ଜଞ୍ଜାଳେ ଘାଣ୍ଟି ହେଇ ଯେଵେ
କଲବଲ ହୁଏ ପ୍ରାଣ,
ମୃଦୁ ମଳୟ ହୋଇ ତୁମେ ଆସ
ଶିତଳତା ପାଏ ପ୍ରାଣ।
ତୁମରି ପାଇଁ ତ କରୁଛି ନାଟକ
ଜିଇଁଥିଵି ଯେତେ ଦିନ,
ତୁମେ ହିଁତ ମୋର ଆଶାର ଆଲୋକ
ଉଆଁସ ରାତିର ଜହ୍ନ।

ଏଲିନା ଶତପଥୀ
ମାଲକାନଗିରି

One thought on “ଉଆଁସ ରାତିର ଜହ୍ନ- ଏଲିନା ଶତପଥୀ”
  1. Elina’s poem is a beautiful one for its depth of feeling and lucidity of expression.It can be taken up as a prayer song everywhere.
    All the best.

Leave a Reply

Your email address will not be published. Required fields are marked *