ଆଖି ନଇଁ ଗଲେ
——————-
ସମୟ ଗଡ଼ୁଛି…..
ଘଣ୍ଟାରେ ଛୋଟ ବଡ଼ କଣ୍ଟା ତିନିଟା
ବେଶ ଧାଁ ଧପଡ଼ କରୁଛନ୍ତି ।
ସୂର୍ଯ୍ୟ, ଚନ୍ଦ୍ର, ତାରାଙ୍କ ଲୁଚକାଳି ଖେଳରେ
ଜୀବନ ବି ଛାତିର ସ୍ପନ୍ଦନ ସହ
ନିଃଶ୍ୱାସକୁ ସାଥି କରି
ସୁଖ ଦୁଃଖ ପଶାପାଲିରେ
ଜିତୁଛି, ହାରୁଛି ।
ଏଇ ଛକାପଞ୍ଝା ଖେଳରେ
ତୁମେ କେଉଁ କମ୍ କି !!!
ମୋ ଆବେଗର ବାଦଶାହ୍
ଉପାଧିଧାରୀ ମହାନାୟକ ତୁମେ ।
ଏ ସାରା ସର୍ଜନାକୁ ଉପଭୋଗ କରୁଥିବା
ଚଷମା ଭିତରୁ କଜ୍ଜ୍ୱଳ ଧାରରେ ସଜ୍ଜିତ
ବିଲକୁଲ ନିଆରା, କୁହୁକିନୀ କଥାକୁହା
ପ୍ରତୀକ ଦୁଇଟି
ଲାଜକୁଳୀ ଲତା ପରି ନଇଁ ଯାନ୍ତି,
ଯେବେ ତୁମେ ମଧୁର ବର୍ତ୍ତାଳାପେ
ସ୍ପର୍ଶ କର ମୋ ସମଗ୍ର ସତ୍ତାକୁ,
ନିଃସଙ୍କୋଚେ ମୁଁ ସମର୍ପି ଦିଏ….
ମୋ ସଦ୍ୟଫୁଟା ପ୍ରେମ-ପାଖୁଡା
ତୁମ ଉଷ୍ମତାର ଫୁଆରାରେ ।
ସେମାନଙ୍କ ନଇଁବା ମାନେ ହାରିବା ନୁହଁ
ବରଂ ତୁମକୁ ପ୍ରେମରେ ସହମତି ଦେଇ
ତୁମକୁ ଚିରକାଳ ପାଇଁ ଜିତିଯିବା,
ତୁମ ନିଃଶ୍ବାସରେ ପ୍ରଶ୍ଵାସ ଆଙ୍କି
ଅଜଣା ପୁଲକରେ ପୁନଃ
ହୀରା ପରି ଚମକିବା,
ସମୟ ଚକ୍ରରେ
ମୋ ନାମ ସହିତ ତୁମ ନାମକୁ ଯୋଡ଼ି
ଅମର ସ୍ୱର୍ଣ୍ଣାକ୍ଷରେ
ତୁମର ହୋଇଯିବା
ତୁମର ହୋଇଯିବା ।
©️®️ସଞ୍ଜିତା ପ୍ରଧାନ
1,134 total views, 1 views today
Wow, this paragraph is fastidious, my sister is analyzing such things, so I am going to inform her.
Have a look at my blog post :: special
Hi just wanted to give you a quick heads up and let you know a few of the pictures aren’t loading properly.I’m not sure why but I think its a linking issue.I’ve tried it in two different browsers and bothshow the same results.
Good response in return of this matter with solid arguments and describing the wholething concerning that.