#ଆଜି କାଲି
(ସନେଟ୍_୧୪)
*************************************
ଆଜିର ଦିନକୁ ଦିଅଟିକେ ରୋକି ରାତିଟେ ନଆସୁ ଚାଲି
ଗତ ଆଗତର ବେଳକୁ ନିକାଶୀ ହସିବ ଆସନ୍ତା କାଲି l
ଜହ୍ନ ଆଣିଦେବ ବଉଦ କଜ୍ୱଳ ତାରା ନେବ ହାତ ଠାରି
ଦୁନିଆ କି ଦେବ ଦୁଇ ନାଁ ଧରି ସଅଳ ଆସିଲେ ଫେରି??
ଆଜିର ଦିନକୁ ଦିଅଟିକେ ମାଗି କାଲିକି ନଯାଉ ଭୁଲି
ବର୍ଷକ ବ୍ୟାପୀ ବିଦାୟୀ ନିଏକି?ୟେ ସରନ୍ତି ଗତକାଲି?
ଏ ଦିନ ଦେବ ସେ ଦିନର ପାଉଣା ଯୋଉଦିନ ଯିବ ବିତି
ଦୁନିଆ କି ନେବ ଦୁଇ ଗାରଟାଣି ଦି-ଚାରି ଖଣ୍ଡରୁ ଅତି??
ଆଜିର ଦିନକୁ ଦିଅଟିକେ ବୁଜି ଆଲୁଏ ନଭୂଲୁ ତିଥି
ମାସକ ପାଇଁ ସେ ପୁନେଇଁ କିରଣ ଆଉ ପୁଣି ଅମାରାତି l
ଆଜି ଯିବ କାଲି,କାଲି ହେବ ଖାଲି ଅନ୍ଧରାତିର ଖେଳ
ଦୁନିଆ କି ଥିବ ଦୁଇବେଳା ପାଇଁ ଅନୁକୂଳ/ପ୍ରତିକୂଳ??
ଆଜିର ଦିନକୁ ନିଅଟିକେ ନିଅ ନାହିଁ ଆଉ ତାର ମାନ
ଆଜି-କାଲି କୋଉ ଆଙ୍କୁଛି ଆଉ?ବର୍ଷ କି ମାସ,ଦିନ?
*************************************
ରାକେଶ ସାହୁ, ବର୍ତ୍ତିନୀ, ପୋଲସରା, ଗଞ୍ଜାମ