‘ତୁମେ ଆସ’
ତୁମେ ଆସ,
ହଁ
ତୁମେ ଆସ କେତେବେଳେ
ଚୋରା ମଳୟ ସାଥିରେ,
ମୋତେ ବାସ୍ନାୟିତ କରିବା
ପାଇଁ।
ତୁମେ ଆସ,
ଚୋରା ବାଲିକୁ
ସାଥିରେ ଘେନି,
ମୋତେ ଉତ୍ତପ୍ତ କରିବା
ପାଇଁ ।
ତୁମେ ଆସ,
ଦୁଷ୍ଟ ମେଘଖଣ୍ଡ ମାନଙ୍କ
ଗହଳରେ,
ତୁମ ପ୍ରେମରେ ଭିଜାଇବା
ପାଇଁ।
ତୁମେ ଆସ
ପୁଣି କେତେବେଳେ,
କୁହୁଡ଼ିଘେରା
ଶୀତୁଆ ସକାଳ ସାଥିରେ,
ମୋତେ ଅସ୍ଥିର କରିବା
ପାଇଁ।
ତୁମେ ଆସ,
ବର୍ଷା, ବୈଶାଖ,ଶୀତ
ବସନ୍ତ ମଳୟକୁ
ସାଥିରେ ନେଇ,
କେବଳ ତୁମରି ସ୍ପର୍ଶକୁ ଅନୁଭବିବା
ପାଇଁ।
ତୁମେ ଆସ,
ପ୍ରତି ବର୍ଷ,
ପ୍ରତି ମାସ,
ପ୍ରତି କ୍ଷଣ ପାଇଁ।
ତୁମେ ଆସ
ହଁ
ତୁମେ ଆସ ସତ୍ୟ,
ହେଲେ,
ଏକ ଛଳନା ପାଲିଙ୍କିର
ଆଶ୍ରୟ ନେଇ !
ଯଶସ୍ୱିନୀ ସାହୁ।
411 total views, 1 views today