*ତୁମେ*
ପ୍ରାତଃ ବନ୍ଦନା ରେ
ସଞ୍ଜ ଆଳତି ରେ
କର୍ମ କାରଣରେ ତୁମେ
ତୁମରି ଚରଣେ
ତୁମରି ସ୍ମରଣେ
ମନ ମୋର ନୀତି ଝୁମେ।
ଆହେ ଗୂଢପଦ
ନାହିଁ ଭେଦାଭେଦ
ଭକତଗଣରେ ତୁମ
ଭକ୍ତି ବଶେ ବନ୍ଧା
ଭକ୍ତ ଡୋରେ ଛନ୍ଦା
ତୁମେ ପ୍ରଭୁ ପୂର୍ଣ୍ଣ କାମ।
ଚକା ଚକା ଡୋଳା
ସ୍ନେହ ସୁଧା ବୋଳା
ଚାହିଁ ଦେଲେ ଦୁଃଖ ହରେ
ତୁମରି ଚରିତ
ଭାଳୁଥାଇ ନିତ୍ୟ
ତୁମକୁ ହିଁ ମନ ଝୁରେ।
ତୁମ ଦିବ୍ୟସ୍ପର୍ଶ
ଦିଅ ଜଗଦୀଶ
ହୃଦ ହେଉ ମାୟାଛିନ୍ନ
ତୁମ ପାଦେ ଧ୍ୟାନ
କରି ଯାଉ ପ୍ରାଣ
ନ ହେଉ ଜନମ ପୁନଃ।
ମୂଳିସିଂ,ସହର
ଜଗତସିଂହପୁର
573 total views, 1 views today