April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ତୁମେ–ସୁଜାତା ରାଉତ

ତୁମେ
ମହା ଭାରତର ମହାଯୁଦ୍ଧ ପାଇଁ
ପ୍ରସ୍ତୁତି ପ୍ରଶସ୍ତି ସ୍ଥାନେ
ସଖାସହ ତୁମ କଥୋପକଥନ
ମୁକ୍ତିରଚେ ପ୍ରତିପ୍ରାଣେ ।
ମୋହମଗ୍ନ ହୋଇ ଯୁଦ୍ଧକରିବିନି
ମନାକଲେ ଅରଜୁନ
ମୋହଭଗ୍ନ ପାଇଁ କହିଥିଲ ଯାହା
ନେଲାତାହା ଗୀତାନାମ ।
କିଏବା ତୁମର ଜ୍ଞାତି ପରିଜନ
ମାୟାରେ ହୋଇଛ ବାୟା
ଧର୍ମ ସଂସ୍ଥାପନେ ଅସ୍ତ୍ରଧର ସଖା
ଏସବୁତ ମୋର ମାୟା ।
କର୍ମରେ ଅଧର୍ମ , ଅନ୍ୟାୟ କରିଲେ
କୌରବ ବଂଶ ଯେଣୁ
ଧର୍ମ ଯୁଦ୍ଧ ରଚି ବିନାଶିବା ଅର୍ଥେ
ମନସ୍ଥ କରିଲି ତେଣୁ ।
ଯାହା ଦେଖୁଅଛ ସବୁମୋର ଖେଳ
କରିବି କରାଏ ମୁହିଁ
ମାେବିନୁ ପ୍ରାଣୀର କେଉଁ ସମୟରେ
ଅନ୍ୟଗତି କେବେନାହିଁ ।
କର୍ମରେ ରହିଛି ପ୍ରାଣୀ ଅଧିକାର
ଫଳ ମୋ ରହିଛି ହାତେ
ଭାଗ୍ୟ ଦଉଡ଼ିକୁ ଧରି ମୁଁ ଟାଣୁଛି
ମୁଁ ମୋଇଚ୍ଛା ମତେ ।
ପୁଣ୍ୟ ପୃଥିବୀ ରେ ପାପ କର୍ମ ପାଇଁ ନାହିଁ କେଉଁ କାଳେ ସ୍ଥାନ
ଗର୍ବ ଅଂହକାର ସହି ମୁଁ ପାରେନି
ଜ୍ଞାନୀରଖେ ସଦାଧ୍ୟାନ ।
ଆଜ୍ଞ ପ୍ରାଣୀ କରେ ମନ୍ଦ କର୍ମ ଯେତେ
ମତେ ସେ ପାରେନା ଚିହ୍ନି
ମିଥ୍ୟା ,ମୋହ ପଥେ ଧାବମାନ ହୁଏ
ନିଜଦୋଷେ ମରେପ୍ରାଣୀ ।
ମୁଁ ହିଁ ପ୍ରକୃତି ମୁଁ ହିଁ ପୁରୁଷ
ମୁଁ ସୂର୍ଯ୍ୟ,ଚନ୍ଦ୍ର,ତାରା
ଗ୍ରହ ଓ ନକ୍ଷତ୍ର ମାେ ଠାରୁ ଜନମ
ମୁଁ ଆଉ ମୁଁ ପରା ।
ଚେତନା ବିହୀନ ପ୍ରାଣୀ କର୍ତ୍ତାଭାବ
ବହେ ଅଂହକାର ବହି
ମୋ ବିନା କାହାର କେଉଁ ସମୟରେ
ଅନ୍ୟଗତି କିଛିନାହିଁ ।
ସବୁ ମାର୍ଗ ଠାରୁ ଭକ୍ତି ମାର୍ଗ ଶ୍ରେଷ୍ଠ
ସେଥିରେ ହୁଏମୁଁ ଖୁସି
ମତେହୃଦୟରେ ଆରାଧନା କଲେ
ତାକୁ ଭଲପାଏ ବେଶୀ ।
ଯେ ଯେମିତି ଭାବେ ପ୍ରାପ୍ତ ହୁଏ ତାକୁ
ତାର ଆଢୁଆଳେ ରହି
ମୁଁ ଯାହାକୁ ରଖେ କେହିବି ତାହାର
କ୍ଷତିକରି ପାରେନାହିଁ ।
ମୁଁ ଯାହାକୁ ମାରେ ତାହାକୁ ରଖିବା
ଶକ୍ତି ବା କାହାର କାହିଁ
ମାୟାରେ ରଚିଛି ଏ ମାୟା ସଂସାରେ
ଦିବ୍ୟଜ୍ଞାନ ଟିକେଦେଇ ।
ସେହିଜ୍ଞାନ ବଳେ ବିଚାର ବନ୍ତର
ପ୍ରାପ୍ତଯେ ପରମଗତି
କର୍ମପାଇଁ ପ୍ରାଣୀ ପାଏ ମୁକ୍ତି ,ଶାସ୍ତି
ପରମାର୍ଥ ହୁଏ ପ୍ରାପ୍ତି ।
ଆତ୍ମରକ୍ଷା ପାଇଁ ହିଂସା ଅବା କ୍ରୋଧ
ପାପର ହୁଏନି ଗଣା
ବିନା କାରଣରେ ହିଂସା ଆଉ କ୍ରୋଧ
ପାପ ରଚିଥାଏ ସିନା ।
ଧର୍ମଯୁଦ୍ଧ କ୍ଷେତ୍ରୁ ପଳାୟନ କଲେ
ପାପୀରେ ହୋଇବ ଲେଖା
ଜଗତେ ବୋଲିବେ କାପୁରୁଷ ବୋଲି
ସହିକି ପାରିବ ସଖା ?
ତୁମରି ମୁଖରୁ ବାଣୀ ପ୍ରଭୁଆଜି
ପବିତ୍ର ଗୀତାଯେ ନାମେ
ଆତ୍ମଜ୍ଞାନୀ ଜନ ଦିବ୍ୟଶାନ୍ତି ଲଭେ
ବାନ୍ଧିହୋଇ ତୁମ ପ୍ରେମେ ।।
🌻🌻🌻🌻🌻🌻🌻🌻
ସୁଜାତା ରାଉତ , ଓରାସାହି , ଚାନ୍ଦବାଲି , ଭଦ୍ରକ

Loading

3 thoughts on “ତୁମେ–ସୁଜାତା ରାଉତ

  1. It’s rare to see a post like this, that shows the writer is commited to providing value! You honestly made me think! TY-I wouldn’t have considered things this way otherwise. Gonna share this…

Leave a Reply

Your email address will not be published. Required fields are marked *