ତୁମର ସେ ସ୍ନେହ
ତୁମ ସାରସ୍ୱତ ପ୍ରେମ ର ନିରବ ସାଖୀ ଟେ ମୁଁ
ତୁମ ସବୁ ଲୁଚା ଛପା ଗଢା ସ୍ମୃତି କୋଣାର୍କ ର ମୁଁ ଅନିର୍ଦ୍ଧିଷ୍ଟ ଅତିଥି
ତୁମ ହସ ରେ ବି ଆଉ ସାହସ ରେ ବି
ତୁମ ବିଶ୍ୱାସ ରେ ବି ଆଉ ବିକାଶ ରେ ବି
ପ୍ରତି କ୍ଷଣେ ତୁମେ ଆଉ ମୁଁ
ମୁଁ ଆଉ ତୁମେ ମାନେ
ଅନୁଭବ କରୁ ଏକ ଅବାଞ୍ଛିତ ଅତିଥି
ଯା’ର ଯିବା କିମ୍ବା ଆସିବା ଅର୍ଥ ହୀନ
ଯା’ର ମିଶିବା ଆଉ ମିଶାଇବା ମଧ୍ୟ ଅର୍ଥ ହୀନ
କିନ୍ତୁ ତଥାପି ଆଜି ସେ ଟାଣି ହୁଏ
ତୁମର ସେ କେଇପଦ ଡାକ ରେ
କାହିଁକି ନା ସେ ଆଜି ବନ୍ଦୀ
ନିସ୍ୱାର୍ଥ ଭଲପାଇବା ର ଅଦୃଶ୍ୟ ଶିକୁଳି ରେ
ଆଉ ଆଶା କାରେ ଅହେତୁକ ଭଲପାଇବା ବିନା ସର୍ତ୍ତରେ
ହଁ ସେ ସାମାନ୍ୟ ସ୍ନେହ ରେ ଟାଣି ଆସିଥିବା ଏକ ଅଲୋଡ଼ା ନିଃଶ୍ୱାସ ଟିଏ
କିନ୍ତୁ ଜାଣିଛ! ସେ ଆଉ କେହି ନୁହେଁ
ସେ ମୋ ପରି ଏକ କ୍ଷୁଦ୍ର ପତଙ୍ଗ
ଯାର ସ୍ନେହ ର ଉଛୁଳାଗ୍ନୀ ରେ ଝାସ ଦେବା ହିଁ ସାର
– ଦେବାଶିଷ ରାଉତ,ନୀଳଗିରି,ବାଲେଶ୍ଵର, ୬୩୭୨୭୮୯୯୧୯
768 total views, 2 views today
ବାଃ କି ପ୍ରେମାଙ୍ଗଦ ଅନୁଭବ
The quality is much better than expected
I bought two pieces at one time, but the quality is different, and the hand feels harder, so consider carefully
Useful info. Lucky me I discovered your site by chance,
and I’m surprised why this coincidence did not took place earlier!
I bookmarked it.