ଟୁଉକୁ ମୂଷି
ଟୁଉକୁ ମୂଷି ଲୋ ଟୁଉକୁ ମୂଷି
ଆଜି କିଆଁ ତୁ ଲୋ ବସିଛୁ ରୁଷି ।
ଖାଉନାହୁଁ ଧାନ ଚାଉଳ ପେଷି
ମନମାରି କିଆଁ ରହିଛୁ ବସି ।
ତୋ ମାଆ ଯାଇଛି ଗହୀର ବିଲ
ବାଟରୁ ଆଣିବ ପାଚିଲା ବେଲ ।
ଆଣିଲେ ଖାଇବୁ ହୋଇବୁ ଖୁସି ।
ଟୁଉକୁ ମୂଷି ଲୋ….
ହସିବୁ ନାଚିବୁ ତା ଥେଇ ଥେଇ
ମାରିବୁ ଘୁଙ୍ଗୁଡ଼ି ଗାତରେ ଶୋଇ ।
ମାଆ ଆସିଗଲେ କରିବ ଗେଲ
ପାଦରେ ଘଷିବ ସୋରିଷ ତେଲ ।
ହସି ଦେ ଅଳପ ହୋଇଲୋ ଖୁସି ।
ଟୁଉକୁ ମୂଷି ଲୋ…..
ଗାତୁଆ ମୂଷାଟା ଚାଳରୁ ଖସି
ଆଣିବ ତୋ ପାଇଁ କଖାରୁ କଷି ।
ଖାଇବୁ ଖୁସିରେ ମାଛର ଝୋଳ
କରିବୁନି ଆଉ ତୁ ଗୋଳମାଳ ।
ବିଲେଇ ଦେଖିଲେ ଯିବୁ ଲୋ ଖସି ।
ଟୁଉକୁ ମୂଷି ଲୋ…….
ଜ୍ୟୋତ୍ସ୍ନା ରାଣୀ ଦେବୀ
ବ୍ରହ୍ମପୁର,
ଗଂଜାମ