ଧୋକେବାଜ୍ ଜୀବନ
!!!!!!!!!!!!****!!!!!!!!!!!
ଏ ଜୀବନ……..!!
ତୁମେ କଣ ସତରେ ଅଛ ??
ଯଦି ଅଛ ତା ହେଲେ କେଉଁଠି…??
କାଇଁ ମୁଁ ତ ତମକୁ ଖୋଜି ପାଉନି!!
ତୁମେ ତ କାଇଁ ମୋ ଭିତରେ ନାହଁ!!
ଲାଗୁଛି ଯେମିତି ତୁମେ କୁଆଡ଼େ ଚାଲିଯାଇଛ।
କଣ ତୁମେ ତୁମ ଗାଁକୁ ଯାଇଛ କି…..
ରଜ ମଉଜ କରିବା ପାଇଁ ??
ହଉ
ଆସିଲା ବେଳେ ଆଣିଥିବ ତୁମ ଗାଁ ବରକୋଳି
ଆଚ୍ଛା କୁହ ତ,
ଠିକ୍ ଠାକ୍ ଅଛ ନା…??
ମତେ ତ ଲାଗୁନି…!
ଯଦି ଠିକ୍ ଥା’ନ୍ତ ତା ହେଲେ ମତେ ଏମିତି
ଟିକେ ହସେଇ କନ୍ଦାନ୍ତନି…।
ଜାଣିଛ ଜୀବନ !!
ଏ ପ୍ରିୟଜନଙ୍କ ଯିବା କଥା ସବୁ ଶୁଣି
ଆଉ ଭଲ ଲାଗୁନି ,ଲାଗୁଛି ଯେମିତି
ମୋ ପାଇଁ ବି ଏମିତି ଗୋଟେ ଦିନ ଖୁବ୍ ଶୀଘ୍ର ଆସୁଛି।।
ହଁ, ଦିନେ ନା ଦିନେ ତ ଯିବା କଥା!
ସେଥିରେ ଆଜି କଣ ଆଉ କାଲି କଣ ଯେ!
ନିଃଶ୍ୱାସ କୁ ପରା ବିଶ୍ଵାସ ନାହିଁ
କେତେବେଳେ ଛାଡ଼ି ଚାଲିଯିବ…..
ଯେମିତି ତୁମେ ଏବେ ମତେ ଛାଡ଼ି ଚାଲିଯାଇଛ
କଉ ଅଜଣା ଦୁନିଆଁକୁ ,ମତେ ଭୁଲି ଯାଇ….।
ସତରେ ତୁମେ ବହୁତ୍ ସ୍ୱାର୍ଥପର!!
ହଉ ଛାଡ଼ ସେ ସବୁ,
ଏବେ ଖାଲି ଭଗବାନଙ୍କୁ ପ୍ରାର୍ଥନା
ମୁଁ ଯେମତି ବଞ୍ଚି ଥାଏ ତୁମେ ଆସିବା ପର୍ଯ୍ୟନ୍ତ
ଖାସ୍ ତୁମ ପାଇଁ..
ଏ ରାତି ମୋର ଶେଷ ରାତି ନ ହେଉ
ତୁମ ଅପେକ୍ଷାରେ……।।
ଶକୁନ୍ତଳା ପରିଡ଼ା