*ତୁ ଶୀଘ୍ର ଚାଲି ଯାଆ 2020*
ଅନ୍ତିମ ବିଦାୟ ଆହ୍ବାନ ଅନ୍ତରେ
ଦୁଇ ହଜାର କୋଡିଏକୁ
ଜୀବନ ଜୀବିକା ଯନ୍ତ୍ରଣା ଯାତନା
କରୋନା ଆକ୍ରାନ୍ତ ସ୍ମୃତିକୁ।
ଏମିତି ଅଭୂଲା ସ୍ମୃତିବର୍ଷ ତୁହି
ସାଜିଲୁ ଧରଣୀ ବକ୍ଷେ
କାନ ଉଠା କାଳୁ ଶୁଣା ତନଥିଲା
ସାଉଁଟା ସ୍ମୃତିର କକ୍ଷେ।
ବେଦରଦୀ ମନ ବେଭାର ବିପନ୍ନ
ନୂଆ ଇତିହାସ ସୃଷ୍ଟି
ଶିରୀ ମନ୍ଦିରର ନୀତିକାନ୍ତି କ୍ଷୁର୍ଣ୍ଣ
ନେତ୍ରେ ଭରି କ୍ରୁର ଦୃଷ୍ଟି ।
ଜୀବନ ନିୟମ ଚଳମାନ ପରା
ସଜାଇଲୁ ଅଚଳନ୍ତି
ତୁଟାଇ ଦେଇ ତୁ ସବୁରୀ ଅନ୍ତରୁ
ସୃଜି ସଂଗରୋଧ ନୀତି।
ମାନବ ଭିଡିଲା ମୁଖାକୁ ପାଟିରେ
ଦୁଇହଜାର କୋଡିଏରେ
ସ୍ୱଭାବିକ ନୁହେଁ ଜୀବନ ଯାତ୍ରା ଯେ
ଏଇ ତୋର ରାଜୁତିରେ।
ରହିନାହିଁ କେହି ରହିବେ ନାହିଁଟି
ଭବରଙ୍ଗ ଭୂମି ତଳେ
ତୋର ଅଭିନୟ ସମାପ୍ତ ସୀମାନ୍ତେ
ବିଦାୟ ବେଳାରେ ଭାଳେ।
ଯଥାଶୀଘ୍ର ତୁହି ବିଦାୟ ତୁ ନେଏ
ଅର୍ନ୍ତଦାହ ହେଉ ଦୂର
ଜୀବନ ପରିଧି ଆତଙ୍କ ଆଶଙ୍କା
ଅପହଞ୍ଚ ହେବ ସାର।
ଯେଉଁ ସ୍ମୃତି ସୌଧ ନିର୍ମାଣ କରିଲୁ
ସୁଖପ୍ରଦ ସେହି ନୁହେଁ
ତୁ ଶୀଘ୍ର ଚାଲିଯାଆ 2020
ବିଶ୍ୱଦରବାର ଚାହେଁ ।
ନୟାଗଡ଼