ଟୁସୁମିନି
“ଟୁସୁ” କୁହ ଅବା “ଟୁସୁମିନି”କୁହ
କୁଡୁମି ନାରୀ ଅସ୍ମିତା,
ନିଜ ପ୍ରାଣ ଦେଇ ନାରୀର ସତୀତ୍ଵ
ରଖିଥିଲା ସେହି କଦା ।।
ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା
ଏମାନଙ୍କ ମୂଳ ଘର,
ସବୁଜିଲ୍ଲା ଆଉ ସବୁ ସବୁ ଅଞ୍ଚଳରେ
ରହୁଛନ୍ତି ଓଡ଼ିଶାର ।।
କୁଡୁମି ଅଟଇ ରାଜା ଛତ୍ରପତି
ଶିବାଜୀଙ୍କ ବଂଶଧର,
ମରାଠା ରାଜ୍ୟରୁ ଆସିଥିଲେ ସେହି
ଦେହେ କ୍ଷତ୍ରୀୟ ରୁଧିର ।।
ଶିବାଜୀଙ୍କ ପରେ ତାଙ୍କ ବଂଶଧର
ଥିଲେ ଯେ ଦୁର୍ବଳ ରାଜା,
ଔରଙ୍ଗଜେବ ଯେ ଆକ୍ରମଣ କରି
ଉଡ଼ାଏ ନିଜର ଧ୍ୱଜା ।।
ସେହି ସମୟରେ ରାଜ୍ୟ ଛାଡି ଆସି
ଖାଇବର୍ ଗିରିପଥେ,
ମହାରାଷ୍ଟ୍ର ଠାରୁ ବିହାରରେ ଆସି
ପହଞ୍ଚିଲେ ନର କେତେ ।।
ତହୁଁ ଆସି ଧୀରେ ପଶି ଓଡ଼ିଶାରେ
ପହଞ୍ଚିଲେ ଉତ୍ତର ରେ,
କେନ୍ଦୁଝର ଆଉ ମୟୁରଭଞ୍ଜ ରେ
ନିଜ ଆତ୍ମ ଗୋପନରେ।।
ସେଠାରେ ଦେଖିଲେ ସାନ୍ତାଳ ମାନେ ଯେ’
ମଦ ମାଂସ ଭୋଜି କରେ,
ମାଦଳ ବଜାଇ ନାଚି ଗୀତ ଗାଇ
ମଜ୍ଜି ଥିଲେ ଆନନ୍ଦରେ ।।
ଅପର ପକ୍ଷରେ ମୁସଲମାନ ସୈନ୍ୟ
ଆକ୍ରମଣ କରି ଆସେ,
ପ୍ରାଣର ବିକଳେ ନାରୀ ରକ୍ଷା ପାଇଁ
ତାଙ୍କୁ ଅନୁସରି ବସେ ।।
ଏମନ୍ତ ଅବସ୍ଥା ଦେଖି ସୈନ୍ୟମାନେ
ଭାବନ୍ତି ଏ କ୍ଷୁଦ୍ର ଜନ,
ତାଙ୍କୁ ଛାଡ଼ି ସୈନ୍ୟ ଫେରସ୍ତ ଯାଆନ୍ତି
ନକରିଣ ଆକ୍ରମଣ ।।
କିନ୍ତୁ ରାଜକନ୍ୟା “ଟୁସୁ” ରହେ ଏକା
ଉଚ୍ଚ ରାଜ ଉଆସରେ,
ତା ପାଖକୁ ସୈନ୍ୟ ଆଣି ଗଲାବେଳେ
ଡେଇଁ ନିଜ ପ୍ରାଣ ହାରେ ।।
ସୁନ୍ଦରୀ ଟୁସୁ ଯେ ପ୍ରାଣବଳି ଦେଇ
ରଖେ ନାରୀର ମର୍ଯ୍ୟାଦା,
ତା’ଶରୀର ସ୍ପର୍ଶ କରିବା ଆଗରୁ
ନେଇ ଗଲା ସିଏ ବିଦା ।।
ଏହି କାହାଣୀକୁ ତା’ ବଳିଦାନକୁ
ମନେ ପକାନ୍ତି ମକରେ,
ନାରୀ ମାନେ ଗ୍ରାମ ଗ୍ରାମ ବୁଲି ଟୁସୁ
ବୁଲନ୍ତି ଧରି ସାଙ୍ଗରେ ।।
ଚାଷ ଅମଳର ପର୍ବ ଅଟେ ଆମ
ସ୍ନେହ ଭାତୃତ୍ବ ଭାବର,
ନାରୀର ସୁରକ୍ଷା ସତୀତ୍ଵର ରକ୍ଷା
ମୂଳ ଉଦ୍ଦେଶ୍ୟ ଏହାର ।।
ବିହାର ଆସାମ ଉତ୍ତର ପ୍ରଦେଶ
ଝାଡ଼ଖଣ୍ଡ ମହାରାଷ୍ଟ୍ର,
ପଶ୍ଚିମବଙ୍ଗ ଓ ଓଡ଼ିଶା ପଞ୍ଜାବେ
ଘର କୁର୍ମି କ୍ଷତ୍ରୀୟର ।।
କି ଅବହେଳିତ ଅବସ୍ଥାରେ ଆଜି
କୁଡୁମି ଯେ ଓଡ଼ିଶାର,
ଆରକ୍ଷଣ ପାଇଁ ଅସ୍ତବ୍ୟସ୍ତ ହୋଇ
କହେ ଆଦିବାସୀ କର।।
ଶିବାଜୀଙ୍କ ରାଜ୍ୟ ଥିଲା ଯେ ବିଶାଳ
ସେ ଅତୀତ ସମୟରେ,
କଳିଙ୍ଗ ରାଜ୍ୟଟି ମଧ୍ୟ ରହିଥିଲା
ଶିବାଜୀଙ୍କ ଅଧୀନରେ ।।
ପାଇକ ବିଦ୍ରୋହ ସମୟରେ ମଧ୍ୟ
କୁଡୁମି ବୀର ଯୁଦ୍ଧରେ,
କେତେ ବୀର ନର ପ୍ରାଣବଳି ଦେଲେ
ଲେଖା ଯେ’ ଇତିହାସରେ ।।
ଶିବାଜୀ ଥିଲେ ଯେ ସୂର୍ଯ୍ୟ ବଂଶ ରାଜା
ଶ୍ରୀରାମଙ୍କ ବଂଶଧର,
ସେହି କୁଳେ ମୁହିଁ ଜନମ ଲଭିଛି
ତେଣୁ ଉଚ୍ଚ କୁଳ ମୋର ।।
ଆମର ସଂସ୍କୃତି ଆମ ପରମ୍ପରା
ରଖିଥିବା ସବୁଦିନେ,
ମକର ପାଳିବା ଟୁସୁ ବୁଲାଇବା
ସ୍ନେହ ଶ୍ରଦ୍ଧା ପ୍ରୀତିଦାନେ ।
ବି:ଦ୍ର: ବହୁ ଐତିହାସିକ ଗବେଷଣା ପରେ
କୁର୍ମି କ୍ଷତ୍ରୀୟ ମାନପତ୍ର ସହିତ ସତ୍ୟ ଘଟଣାଟି
ପୋଷ୍ଟ କରିଛି । ପୁରୀ ଶ୍ରୀମନ୍ଦିରରେ ଥିବା
ମୁକ୍ତିମଣ୍ଡପରେ ରହିଥିବା ଜାତି ର ତାଲିକାର
ଫଟୋ କପି ମଧ୍ୟ ମୋ’ ପାଖରେ ଅଛି ।ମୋ
ବାପାଙ୍କୁ ପୁରୀର ଜଣେ ଶଙ୍କରାଚାର୍ଯ୍ୟ ପ୍ରଦାନ
କରିଛନ୍ତିି।ସେ ଆମ ଗାଆଁ ମନ୍ଦିର ପ୍ରତିଷ୍ଠା
ସମୟରେ ଆସିଥିଲେ ଏବଂ ମୋ’ କକା ଙ୍କ
ଘରେ ଖିଆପିଆ କରିଥିଲେ ଏବଂ ଦୁଇ ଦିନ
ରହି ଥିଲେ ।।ମୋ ବାପା ହେଉଛନ୍ତି ଅନଗୁଳ
ଜିଲ୍ଲାର ମହାନ୍ତ ସମାଜର ପୂର୍ବତନ ସଭାପତି ।
ଜାନକୀ ମହାନ୍ତ
ବେଙ୍ଗାଲୁରୁ, କର୍ଣ୍ଣାଟକ
ଘର: ଲହୁଣୀପଡ଼ା ,ସୁନ୍ଦରଗଡ଼