🌷🌷ତୃଷ୍ଣା 🌷🌷
କିଏ ବା ବୁଝିବ ଝରା ବଉଳର
ଅନ୍ତରର ଆର୍ତ୍ତନାଦ,
କିଏ ବା କରିବ ପର୍ବତୁ ଖସିବା
ଶିଳାର ମର୍ମଭେଦ?
କିଏ ବା ଶୁଣିଛି ଥୁଣ୍ଟା ବରଗଛ
ହୃଦୟର ଚିତ୍କାର,
କିଏ ବା ଦେଖିଛି ଉଆଁସ ରାତିରେ
ଚକୋରୀର ହାହାକାର ??
କିଏ ବା ମାପିଛି ଶୁଖିଲା ନଈର
ସାଗରେ ମିଶିବା ତୃଷ୍ଣା,
କିଏ ବା ପଢ଼ିଛି ନୀଡହରା ପକ୍ଷୀ
ଆଖିର କରୁଣ ଭାଷା ???
କିଏ ବା ମାଖିଛି ପଶ୍ଚିମାକାଶରେ
ଗୋଧୂଳିର ଅସ୍ତରାଗ,
କିଏ ବା କଳିଛି ପୂର୍ଣମୀ ରାତିରେ
ଉତ୍ତଳା ଡେଉର ଭାବ ????
ଶ୍ରୀମତୀ କୃଷ୍ଣା ଦାସ.
ପୁରୀ.