*ତୋ ଭିତରେ ମୁଁ*
ପୃଥିବୀର ଏଇ ବିସ୍ତିର୍ଣ୍ଣତାରେ
ମୁଁ ଏକ ସଂକୀର୍ଣ୍ଣତା
ତୁମରି ଭିତରେ
ଯେଉଁଠି ଇଚ୍ଛା ମାନଙ୍କର ମେଳି ବସେ
ଆଶା ,ଆକାଂକ୍ଷାର ଫୁଲ ତୋଡ଼ା ସବୁ
ଫୁଲର ମାଳ ସଜାନ୍ତି
ସେଇଠି ,
ମୁଁ ତୁମରି ଭିତରେ ହଜିଯାଏ
କେଉଁ ଏକ ଆଲୋଡନରେ …..ll
ବେଳେବେଳେ
ଏଇ ରାତି ମୋତେ ପଚାରେ
ମୋ ପାଇଁ ତୁମର ସଂଜ୍ଞା କଣ ?
ସେତେବେଳେ
ମୁଁ ଟିକେ ଲାଜେଇ ଯାଏ
ଇନ୍ଦ୍ରଧନୁର ସାତଟି ରଙ୍ଗ
ମୋ ଭିତରେ ତୁମ ପ୍ରତିଛବି ଆଙ୍କେ
ଆଉ ମୁଁ ମନଖୋଲି କହିଦିଏ
ତୁମେ ଯେ ଆରମ୍ଭ ଟିଏ
ଯିଏ ଶେଷ ପର୍ଯ୍ୟନ୍ତ,
ମୋ ପାଇଁ ଏକ ସମ୍ପୂର୍ଣ୍ଣ ବର୍ଣ୍ଣନା ll
*ନବ କୁମାର ଦାସ*
*ସୁରଡ଼ିହା ,ବାଲିଆପାଳ ,ବାଲେଶ୍ୱର*
💝💝💝💝💝💝💝💝💝
I bought it for my colleague. I have bought it several times. The quality of the baby is very good. I give it a good comment. I will continue to buy this one next time