——–(ଭଲ ପାଠକଟିଏ ହେବି)——-
ମାନବ ଜୀବନ ଶ୍ରେଷ୍ଠ ଏ ଧରାରେ ବିବେକ ଜ୍ଞାନ ବଳରେ
ଶିକ୍ଷାଦାନ ଯେବେ ଜୀବନେ ନଲଭେ ଅଜ୍ଞାନ ଅନ୍ଧ ଅଟେରେ।
ପାଠ ମୁଁ ପଢିବି ଜୀବନ ଗଢିବି ଭଲ ମଣିଷଟେ ହେବି
ବିଭିନ୍ନ ଭାଷାକୁ ଶିଖିବି ତାହାକୁ ଜୀବନରେ ଲଗାଇବି।
ଭିନ୍ନ ଭିନ୍ନ ଭାଷା ସାହିତ୍ୟ ପଢିଣ ଜାଣିବି ଅନେକ କଥା
ଦେଶ ବିଦେଶର ବିଭିନ୍ନ ଖବର ସାଥେ ସମାଜ ବ୍ୟବସ୍ଥା।
ବିଭିନ୍ନ ସ୍ଥାନର ଚିତ୍ର ସମାଜର ବିଭିନ୍ନ ଭାଷା ଲେଖାରେ
ଗଳ୍ପ ,ଉପନ୍ୟାସ କାହାଣୀ,ନାଟକ ଲେଖାହୁଏ ସାହିତ୍ୟରେ।
ପ୍ରତିଦିନ କିଛି ପତ୍ର ପତ୍ରିକାକୁ ସାଉଁଟି ମୁଁ ପଢୁଥିଲି
ହେଲେ ଆଜି ଯୁଗ ବଦଳି ଯାଇଛି ଆନ୍ତର୍ଜାଲରେ ଫସିଲି।
ଭ୍ରାମ୍ୟ ଦୂରଭାଷ ମୁଖ ପୁସ୍ତିକାଟି ସଭିଙ୍କୁ ପଛକୁ ଠେଲି
ତା’କାୟା ବିସ୍ତାରି ନେଇଛି ସେ ଧରି ପତ୍ର ପତ୍ରିକା ତେଜିଲି।
ଭଲ ପାଠକଟେ ହୋଇଥିଲି ମୁହିଁ ପତ୍ର ପତ୍ରାକା ପାଖରେ
ଆଜି ମୁଁ ହୋଇଛି ଭଲ ପାଠକଟେ ମୁଖ ପୁସ୍ତିକା ଦଳରେ।
*********************
ଭାସ୍କର ରାଉତ (ଦେବମାୟା ଭବନ,ଶେରଗଡ଼,ଗଞ୍ଜାମ।)
#୯୭୭୬୪୮୬୬୨୮#
282 total views, 1 views today