ଠକି ଦେଲୁ
*********
ଭଲ୍ ପାଏଲୁ ଭୁଲିକାଏଁ ଗଲୁ
କାଏଁଦୋଶ୍ କଲି ସଜନୀ
କାହାର୍ ଫାନ୍ଦେ ପଡି ଠକିଦେଲୁ
କିଛି ବୁଝି ନାଇଁ ପାର୍ ଲି ।।୧
ଠକି ଦେଇ ଆଏଜ୍ ଗଲୁ ପଲେଇ
ଅଧାବାଟେ ଦେଲୁ ଛାଡି
ପିର୍ତି ନିଶାନ୍ ରସେଦଇ ମତେ
ଠକିଦେଲୁ ସୁନାଗୁରୀ ।।୨
ଖଟୁଉଠୁଲେ ଦେଖୁଥିଲି ସଜନୀ
ଚକାମୁହୁଁ ତୋର୍ ଚେହେରା
ଏଭେମୁଇଁ ଭାଲିମରୁଛେ ଲୋ ସତେ୍
କେଭେଁ ଦେବୁ ମତେ ଚହରା।।୩
ଆଖିତରା ମୋର୍ ଉଦିଆ ଜନ୍
ଭାଙ୍ଗିଗଲା ମୋର୍ ସପନ୍
ତୋର୍ କଥାକେ ହେତେଇ କରି
ମରୁଛେ ଲୋ ମୁଇଁ ଝୁରୀ ।।୪
ପେରେମ୍ ଦୁନିଆଁ ରେ ରସେଦେଲୁ
ବନିଗଲି ତୋର୍ ରସିଆ
ଦିନେ କଥାନାଇଁ ହେଲେ ସୁନାଗୁରୀ
ଖୁଜିବୁଲେ ଅତିପହରା ।।୫
ତୁଇଥିଲୁ ମୋର୍ ମନର୍ ରାନି
ମୁଇଥିଲି ତୋର୍ ରଜା
କାଏଁ ଦୋଷ୍ କଲିଜେ ଆଏଜ୍
ମତେଦେଲୁ ତୁଇ ସଜା ।।୬
ରକତ୍ କେ ମୋର୍ ଅଏଲ୍ତା ଭାବି
ଗୁଡେତୋର୍ ଦେ ମାଖି
ତୋର୍ ଦେଲା ଉଢୁନି କେ ମୁଇଁ
କଲି ବେକର୍ ଫାସି।।୭
✍️,ଦିଲେଶ୍ ମେହେର
ବିଜେପୁର ବରଗଡ଼