ମୋ ଫୋନ୍
********
ଅକୁହା କଥା ସେ ଜାଣେ ମୋ ହୃଦୟର
ଯେତେବେଳେ ଲୁହ ଝରିଆସେ
ଚୁପି ଚୁପି କୁହେ ଶକ୍ତ ହାତେ ଧରି
ଚିତ୍ରପଟ ଦେଖି ମୁରୁକି ହସେ।
କେତେବେଳେ ସାଜେ ନିରୀହ
ପୁଣି କେବେ ଶୁଷ୍କ ଗର୍ଭା ସଜନୀ
ଅନ୍ତହୀନ ତା’ର ସାଗର ସୀମା
ବନ୍ଧୁ ସେ ମୋର ଚୀର ସାଥୀ।
ସବୁ ବାର୍ତ୍ତା ମୋତେ ଅବାରିତ କହିଚାଲେ
ଆହା ପଦେ ନାହିଁ ତା’ର
ଯନ୍ତ୍ରଚାଳିତ କ୍ଷୁଦ୍ର ବାକ୍ସ ରୂପ
ଦେଶ ଦୁନିଆରେ ଦିଏ ଖବର।
ବିଦ୍ୟୁତ ତାର ରକ୍ତ ସଦୃଶ
ବିନା ଚାର୍ଜରେ ହୁଏ ବ୍ୟଥିତ
ଜୀବନ ନ ଥାଇ ପ୍ରିୟ ସେ ମୋର
ଏ କି ମୋହ ସାଥୀରେ ତୋର।
ହସରେ,ଦୁଃଖରେ,ବିପଦ ବେଳେ
ଏକାକୀ ବସେ ସବୁଦିନ
ଏକାକୀ ପଣକୁ ଭାଂଗି ଦିଏ
ସାଥିରେ ଥିଲେ ମୋ ଫୋନ୍…..।
Pramiumita Jana
(ପ୍ରମିଉମିତା ଜାନା)
Puri