ସେଇ ଜହ୍ନ
ହାୟ! କେତେ ସୁନ୍ଦର ଦେଖା ଯାଉଛ ତୁମେ! ଇଚ୍ଛା ହୋଉଛି ପାଖକୁ ଆଣି ଶହେ ଟି ଚୁମା ଦେବାକୁ। କିନ୍ତୁ ତୁମେ ତ ବହୁ ଦୂରରେ। ଚାହିଁଲେ ବି ନା ଛୁଇଁ ପାରୁଛି ନା ଚୁମା ଦେଇପାରିବି। କିନ୍ତୁ ତୁମକୁ ଦେଖିଲା ବେଳକୁ ନା ମନଟା ମୋର କେମିତି ଗୋଟେ ହେଇ ଯାଉଛି. ତୁମେ ତ ଭାରି ଇଏ!ପନ୍ଦର ଦିନ ରେ ଥରେ ଆସିବ। ତୁମକୁ ଟିକେ ଦେଖିବି ବୋଲି ସବୁଦିନ ରାସ୍ତା ରେ ଯିବା ବେଳେ ଆକାଶ କୁ ଅନେଇ ଅନେଇ ଯାଏ।କିନ୍ତୁ ତୁମେ ନଥାଅ। ତୁମକୁ ନପାଇ ତାରା ମାନଙ୍କୁ ଦେଖି ଟିକେ ହସି ପଳେଇ ଆସେ।ଜାଣିଛ!ତୁମକୁ ନେଇ କେତେ କଣ ଭାବେ!!କିନ୍ତୁ ଜାଣିନି ସେ ଭାବନା କେତେ ଦୂର ପର୍ଯ୍ୟନ୍ତ ଯାଇପାରେ। ଶୁଣ! ତୁମେ ସେଇ ନା, ଯାହାକୁ ମୁଁ ସ୍ବପ୍ନ ରେ ଦେଖେ ।ଏତେ ଦୂରେଇ ଅଛ ନା!କେବେ ଆସିବ ମୋ ପାଖକୁ। ନା ତୁମେ କି ସିଏ କେହି ତ ଆସୁନ।ଭାବି ଭାବି ଚାଲିଯାଉଛି ମୋ ଦିନ। ଜାଣିଛ!ବହୁତ ଇଚ୍ଛା ହୁଏ ତାଙ୍କ ସହିତ ବସି ହାତରେ ହାତ ରଖି ତୁମକୁ ଦେଖିବି। ବାସ!କେବଳ ସେଇ ଦିନ କୁ ଅପେକ୍ଷା କରିଛି। ଜାଣିନି ସେ ଦିନ କେବେ ଆସିବ। କିନ୍ତୁ ଜାଣିଛି ତୁମେ ଦିନେ ପୂର୍ଣ୍ଣିମା ରେ ଆସିବ. ହେଲେ ପୂର୍ଣ୍ଣିମାରେ ସେ ଆସିବେ ତ……
ଭାଗ୍ୟଶ୍ରୀ ଦେ
ସୋର, ବାଲେଶ୍ୱର