**ସ୍ରଷ୍ଟା ,ସୃଷ୍ଟି ଓ ରହସ୍ୟ** (ଏକାଙ୍କିକା)
ମନୁଷ୍ୟ ଏ ସୃଷ୍ଟି ର ବିଚି଼ତ୍ର ପ୍ରାଣୀ, ତାଠାରୁ ଅନେକ ବିଚି଼ତ୍ର ତା’ର ଚିନ୍ତା ଚେତନା, ଓ ବିଚିତ୍ର କର୍ମ ଧର୍ମ, ସ୍ଥିତି ପରିସ୍ଥିତି ର ସମସ୍ତ ସମୟ ଶୈଳୀ।
ମନୁଷ୍ୟ ସଦାସର୍ବଦା ଜୀବନ ର ଘଡ଼ି ସଂନ୍ଧିର ଶେଷ ମୂହୁର୍ତ୍ତ କୁ ଉପେକ୍ଷା କରି , ସ୍ବପ୍ନ ର କ୍ଷଣସ୍ଥାୟୀ ସମୟକୁ ନେଇ ମାନସପଟ୍ଟରେ ତିଆରି କରିବସେ ଅସଂଚରାତ୍ମକ ସୌଧ।
ସବୁକିଛି ର ଆରମ୍ଭ ଓ ଇତି ଅଛି। ଓ ତାହାରି ମଧ୍ୟରେ ମନୁଷ୍ୟ ଛନ୍ଦି ଛାନ୍ଦି ନିଜର ଆସିଥିବା ପଥ ଓ ଫେରିବା ର ପଥ ହଜାଇ ଦିଏ।
ପୁଣି ଶେଷ ସମୟରେ ଆସେ ଅନୁତାପ, ଅନୁତାପ ରୁ ପ୍ରାୟଶ୍ଚିତ ର ମାର୍ଗ ଖୋଜି ବସେ ଓ ସେହି ମାର୍ଗରେ ପଥିକ ହୋଇ ଚାଲିବା ବେଳେ ତା’ର ଚିତ୍ତ ଚୈତନ୍ୟ ଆଡ଼କୁ ଢଳି ଆଧ୍ୟାତ୍ମିକ ମାର୍ଗ କୁ ଅନୁସରଣ କରେ, ଓ ଆଧ୍ୟାତ୍ମିକ ହିଁ ଜୀବନ କୁ ଗତି ମୁକ୍ତି ପ୍ରଦାନ କରିଥାଏ।
ସେହି ଗୁଢ ରହସ୍ୟ କୁ ବୁଝିବା ହିଁ ଏ ଏକାଙ୍କିକା ର ମୂଳ ଓ ମୂଖ୍ୟ ବିଷୟ ବସ୍ତୁ କୁ ବୁଝିବା।।
ବେଦ ଓ କାଳ ଦୁଇ ବନ୍ଧୁ । ଦୁହେଁ ଦୁହିଁଙ୍କ କ୍ଷେତ୍ରରେ ଉଚ୍ଚ। ଏକଦା ଦିନେ ସେମାନେ ସଂନ୍ଧ୍ୟାରେ ଏକାଠି ଥିବା ସମୟରେ ଦୁହେଁ ଦୁହିଁଙ୍କ ସହିତ ବାର୍ତ୍ତାଳାପ ରେ ମାତିଗଲେ।
ଭାଗ୍ୟ ଓ ଭଗବାନ ଙ୍କୁ ନେଇ ଏକ ତାତ୍ତ୍ବିକ କଥୋପକଥନ ରୁ ହିଁ ଏହି କ୍ଷୁଦ୍ର ଏକାଙ୍କିକା ର ଆରମ୍ଭ।।।
ବେଦ – ” ବିଫଳତା ହିଁ ସଫଳତା ର ଚାବିକାଠି “
କାଳ – (ତାତ୍ସଲ୍ୟ ଭଙ୍ଗୀରେ) ହୁଁ …. କହିବା ସହଜ, କିନ୍ତୁ ବିଫଳତା କୁ ଯିଏ ସାମ୍ନା କରେ ସେହିଁ ଜାଣିଛି କେତେ ମରଣାନ୍ତକ ସେ ଯନ୍ତ୍ରଣା।
ଯେତେବେଳେ ଜଣେ ଅଯୋଗ୍ୟ ବ୍ୟକ୍ତି ସଫଳତା ପାଇଯାଏ ନା’ ସେତେବେଳେ ସେ ତାହା ଅନ୍ୟ ଯୋଗ୍ୟ ବ୍ୟକ୍ତି ମାନଙ୍କ ପାଇଁ କ୍ଷତ ପାଲଟି ଯାଏ,ଆଉ ସେ କ୍ଷତ କେତେ ଯେ ଗଭୀର ଓ ଯନ୍ତ୍ରଣା ଦାୟକ ତାହା କେବଳ ଜଣେ ଅନୁଭବୀ ହିଁ ଜାଣେ।।
ବେଦ – ( ବୁଝାଇବା ଭଙ୍ଗୀରେ) ଆଚ୍ଛା! ତୁମ କହିବା ଅନୁଯାୟୀ ଲଙ୍କାଧିପତି ରାବଣ,କଂସ ଏମାନେ ବିତ ନିଜ ନିଜ ଯୁଗରେ ପ୍ରବଳ ପ୍ରତାପୀ ଥିଲେ, ସାଧାରଣ ଭାଷାରେ ସଫଳ ବୀର, ଯୋଦ୍ଧା,ଜ୍ଞାନୀ, ପଣ୍ଡିତ ଥିଲେ,
ହେଲେ କିନ୍ତୁ,ଅନ୍ତିମ ପରିଣତି କ’ଣ ହେଲା?…….. ସେମାନଙ୍କୁ ଏ ସମାଜ ଅସୁର,ନରାଧମ କହି ସମାଲୋଚନା କଲା କି ନାହିଁ କୁହ?…
ଠିକ୍ ସେମିତି ଏ କଳିଯୁଗରେ ଅଯୋଗ୍ୟ ବ୍ୟକ୍ତି କିଛି ନିଜର ପୂର୍ବ ପାରବ୍ଧ ପାଇଁ ମାନ, ସମ୍ମାନ, ପଦବୀ ପାଇ ଯାଆନ୍ତି। କିନ୍ତୁ, ସେମାନେ ବି ଭଲଭାବରେ ଜାଣନ୍ତି ସେସବୁ ପଦ ପାଇଁ ସେମାନେ କେତେ ଯୋଗ୍ୟ।।
କାଳ – ଏସବୁ ଭାବ ପ୍ରବଣର କଥା, ଶୁଣିବା ପାଇଁ ଭଲ ଲାଗେ, କିନ୍ତୁ, ବାସ୍ତବିକତା ର ବହୁ ଉର୍ଦ୍ଧ୍ବ ରେ!!
ସତ ହେଉଛି ଏଇଆ ଯେ ଆଜି ର ସମାଜ ରେ,ଯିଏ ଯଶସ୍ବୀ ସେ ହିଁ ସଫଳ ।।
ବେଦ – ହୁଏ ତ ତୁମକଥା ଆଶିଂକ ସତ୍ୟ। ମାତ୍ର, ସେ ଅଯୋଗ୍ୟ ବ୍ୟକ୍ତି କିଛି ତ ପରିଶ୍ରମ, କିଛି ତ ପୂଣ୍ୟ କାର୍ଯ୍ୟ ତାର ପାରବ୍ଧ ରେ କରିଥିବ,ଅନ୍ୟଥା ଏ ଜନ୍ମରେ ତା’ ଉପରେ ଭାଗ୍ୟ ଓ ଭଗବାନ ଦୁହେଁ କିପରି ପ୍ରସନ୍ନ ହେଲେ?..
କାଳ – ( ସାମାନ୍ୟ ଉତ୍ତ୍ୟକ୍ତ ହୋଇ) ଏତେ ଗୁଢ ଦର୍ଶନ କଥା ମୁଁ ବୁଝେନି। ମୁଁ କେବଳ ଏତିକି ଜାଣେ ଯାହା କପାଳରେ ନଥିବ ତାହା କେବେ ଲଭ୍ୟ ହେବନାହିଁ।
ଆଉ ଭଗବାନ ତ ସତରେ ଦାରୁ ଦିଅଁ,ପଥର ତାଙ୍କ ହୃଦୟ,ସେ ପଥରରେ ଗୁହାରି କରି , ମୁଣ୍ଡ ପିଟି ଲହୁ ଲୁହାଣ ହେବା ସାର ..।
ବେଦ – ( ସାମାନ୍ୟ ସ୍ମିତ ହାସ୍ୟ ନେଇ) ଆଚ୍ଛା .. ରାମଚନ୍ଦ୍ର ରାତି ପାହିଥିଲେ ଅଯୋଧ୍ୟା ର ନରେଶ ସାଜିଥାନ୍ତେ, ସବୁକିଛି ର ଆୟୋଜନ ମଧ୍ୟ ଶେଷ ହୋଇସାରିଥିଲା ।
କିନ୍ତୁ, ରାଜପଦ ପ୍ରାପ୍ତି ପାଇଁଁ ତାଙ୍କୁ ଚ଼ଉଦ ବର୍ଷ ପ୍ରତୀକ୍ଷା କରିବାକୁ ପଡିଲା।
ସେ ବି ତ କେବେ ନା’ କେବେ ଭାବିନଥିବେ, ‘ତାହା ତାଙ୍କ କପାଳରେ ନାହିଁ’ ଚିନ୍ତା କରି କ’ଣ ଲାଭ?
ମାତ୍ର, ସେ ଯୋଗ୍ୟ ଥିଲେ,
ତେଣୁ ଭାଗ୍ୟ ତାଙ୍କୁ ଚ଼ଉଦ ବର୍ଷ ପରେ ବି ସୁଯୋଗ ଦେଇଥିଲେ କି ନାହିଁ କୁହ?
” ତେଣୁ ଯୋଗ୍ୟ ବ୍ୟକ୍ତି ବିଳମ୍ବ ରେ ହେଲେ ମଧ୍ୟ ସଫଳତା ର ସ୍ବାଦ ଆସ୍ବାଦନ କରିଥାଏ”।
କାଳ – ବାଃ ଭଲ କଥା ତ? ଦେଖ ବେଦ ଭାଇନା ମୁଁ ଯାହା କହୁଛି ଟିକିଏ ଚିନ୍ତା କରି ବୁଝିବାକୁ ଚେଷ୍ଟା କର।
ସେମାନେ ଦେବତା, ଧୈର୍ଯ୍ୟର ଅଗାଧ ସାଗର।ଓ ଆମେ! ଆମେ ସାମାନ୍ୟ ରକ୍ତ ମାଂସ ଶରୀର ଧାରି ମନୁଷ୍ୟ।
ବୁଝିଲ ବେଦ ଭାଇ ,ସହିବା ଆଉ ପ୍ରତୀକ୍ଷା କରିବାର ବି ଏକ ସୀମା ଆମପାଇଁ ଧାର୍ଯ୍ୟ ଅଛି।
ଆଉ ତୁମେ ଭଲଭାବରେ ଜାଣିଛ ଧୈର୍ଯ୍ୟ ର ସୀମା ଉଲଂଘନ ହେଲେ କ’ଣ ହୁଏ।
ବେଦ – ମୁଁ ମାନୁଛି, ତୁମେ ଯାହା କହୁଛ ସତ କିନ୍ତୁ, ଧୈର୍ଯ୍ୟ ଧରି ସଠିକ୍ ସମୟର ଅପେକ୍ଷା କରିବା ବ୍ୟତୀତ ଆମର ଆଉ ପନ୍ଥା କ’ଣ ବା ଅଛି କୁହ?
କାଳ – ଅଛି, ମାର୍ଗ ଅଛି। ଇଶ୍ଵର ଙ୍କ ଉପରୁ ପ୍ରତ୍ୟୟ ହଟାଇ, ଆଶା ଶୂନ୍ୟ ଭାବରେ ଚିରାଚରିତ ଭଙ୍ଗୀରେ ଜୀବନ ଯାପନ କରିବା ଉଚିତ୍।ନା’ ପ୍ରାପ୍ତି ର ଆଶାଥିବ ନା’ ଅପ୍ରାପ୍ତି ଜନିତ କ୍ଷୋଭ ଥିବ?।
ବେଦ – ତେବେ ତୁମେ କହୁଛ ଜୀବନ ରଣଭୂମି ରେ ଅସ୍ତ୍ରଶସ୍ତ୍ର ଥୋଇଦେଇ ଆତ୍ମସମର୍ପଣ?
ଏଥିରେ କ’ଣ ଜୀବନର ଥିବା ସମସ୍ତ ସମସ୍ୟାର ସମାଧାନ ହୋଇଯିବ?
କାଳ – ସମାଧାନ ନହେଉ, ସମସ୍ୟା ବି ତ ରହିବ ନାହିଁ ନା।
ବେଦ – ସମସ୍ୟା ମନୁଷ୍ୟ ଜୀବନ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ,ସେଥିରୁ ମୁକ୍ତହେବା ଏତେ ସହଜ ନୁହେଁ।କେବଳ ଈଶ୍ଵର ଙ୍କ କୃପା ରୁ ହିଁ ସମସ୍ତ ସମସ୍ୟାର ସମାଧାନ ସମ୍ଭବ ହୋଇପାରିବ।
କାଳ – ଆଚ୍ଛା, ତେବେ ତୁମ ଭାଷା ରେ ଇଶ୍ଵର ଯଦି ଏତେ ଦୟାଳୁ, ଏତେ ନିରପେକ୍ଷ ତେବେ, ମନୁଷ୍ୟ ମନୁଷ୍ୟ ମଧ୍ୟରେ ସଫଳତା ଆଉ ବିଫଳତା ରେ ଏତେ ତାରତମ୍ୟ ର କାରଣ କ’ଣ ପାଇଁ?
ହଉ, ମୋତେ ଗୋଟିଏ ଭକ୍ତ ର ନାମ କହିଲ, ଯିଏ ଇଶ୍ଵର ଙ୍କୁ ବିଶ୍ବାସ କରି ସୁଖୀ ହୋଇପାରିଛି ନିଜ ଜୀବନ ରେ?
ସୁଦାମା,ଦାସିଆ ବାଉରୀ, ପ୍ରହ୍ଲାଦ, ଧ୍ରୁବ ଏମାନେ ତ ଭକ୍ତ ଶ୍ରେଷ୍ଠ ରେ ଗଣାଯାଇଥାନ୍ତି।
ତେବେ ତାଙ୍କ କପାଳରେ ରାଜଭୋଗ ସୁଖ ଲେଖାଯାଇନାହିଁ କାହିଁକି?….
ବେଦ – ଅନେକ ଦୁଃଖ କଷ୍ଟ ପାଇ ମଧ୍ୟ ଭଗବାନ ଙ୍କ ପ୍ରତି, ତାଙ୍କ ଆରାଧ୍ୟ ଦେବତା ଙ୍କ ପ୍ରତି ଅତୁଟ ବିଶ୍ବାସ ହିଁ ତାଙ୍କୁ ଯୁଗେ ଯୁଗେ ଭକ୍ତ ଶ୍ରେଷ୍ଠ ରେ ଗଣାଇଛି।
ସ୍ଵାର୍ଥ ଓ ଅହଂ ଭାବ ମନରେ ରଖି କେବେ କେହି ଇଶ୍ଵର ଙ୍କୁ ପାଇନାହିଁ, କି କେବେ ପାଇହେବ ନାହିଁ।।
କାଳ – ଇଶ୍ଵର ପ୍ରାପ୍ତି ମୋର ଉଦ୍ଦେଶ୍ୟ ନୁହେଁ, ସଫଳତା ମୋର ଏକାନ୍ତ କାମ୍ୟ।
ତୁମର କୌଣସି ଯୁକ୍ତି ମୋର ହୃଦୟ ରେ ଭରି ରହିଥିବା ଅଭିମାନ ର ଜ୍ଵାଳା କୁ ପ୍ରଶମିତ କରିପାରିବ ନାହିଁ।
ବେଦ – ( ସ୍ମିତ ହସି) ଭଗବାନ ଙ୍କ ଉପରେ ଅଧିକାର ଅଛି ବୋଲି ଭାବି ତ ଆଜି ତୁମେ ତାଙ୍କ ଉପରେ ଅଭିମାନ କରିଛନା’ ବନ୍ଧୁ?
ଶୁଣ ବନ୍ଧୁ, ଅପ୍ରାପ୍ତିରେ ହିଁ ଆଶା, ସ୍ବପ୍ନ, ପ୍ରତୀକ୍ଷା ଥାଏ । ଏସବୁ ର ପ୍ରାପ୍ତି ଉପରାନ୍ତେ ପୁଣି ଏକ ନୂତନ ଅପ୍ରାପ୍ତିର ଶୂନ୍ୟତା ଅବଶୋଷ ଚଞ୍ଚଳ ଚିତ୍ତ ମନକୁ ଗ୍ରାସକରେ।
ଯେଉଁଥିରେ ମନ ସଦାସର୍ବଦା କଷ୍ଟ ପାଉଥିଲେ ମଧ୍ୟ ସ୍ବାର୍ଥ କେବେ ପିଛା ଛାଡ଼େ ନାହିଁ।
ସେଠାରେ ଅନ୍ତରାତ୍ମା ର କୌଣସି ଉକ୍ତି ଶୁଣି ପାରେନାହିଁ,ଓ ଶୁଣିଲେ ବି ବୁଝିପାରେ ନାହିଁ କି ବୁଝିବାକୁ ଚେଷ୍ଟା ବି କରେନାହିଁ। ଏହାହିଁ ମଣିଷ ଜୀବନ ର ଏକ ବିଡ଼ମ୍ବନା।।
ମୁଁ ତୁମକୁ କେବେ ବି ଭାଷା ରେ କି ଶବ୍ଦ ଦ୍ଵାରା ବୁଝାଇ ପାରିବି ନାହିଁ, ତୁମେ ନିଜେ ହିଁ ପାରିବ, ଥରୁଟିଏ ତୁମ ଅନ୍ତଃର୍ତ୍ମା କ’ଣ କହୁଛି ଶୁଣ, ସମସ୍ତ ସମସ୍ୟାର ସମାଧାନ ପାଇପାରିବ ।।
ନିଷ୍କର୍ଷ:- ବେଦର କୌଣସି ଭାବାକ୍ତିର ପ୍ରଭାବ,କାଳ କୁ ସନ୍ତୋଷ କରି ପାରିଲା ନାହିଁ।
କାଳ ଓ ବେଦ ଦୁହେଁ ଅନିଶ୍ଚିତ ଭବିଷ୍ୟତ କୁ ଆଙ୍ଗୁଠି ନିର୍ଦ୍ଦେଶ କରି ନିରବରେ ଶୂନ୍ୟ ଆକାଶକୁ ନିରେକ୍ଷି ଦେଖୁଥିଲେ।
ସଂନ୍ଧ୍ୟା ଢଳିଯାଇ ଆକାଶରେ ଗୋଟିଏ ଗୋଟିଏ ତାରକା ଦୃଶ୍ୟ ମାନ ହେଉଥାନ୍ତି ।
ଦୁଇ ବନ୍ଧୁ ନିରବରେ ସଂନ୍ଧ୍ୟା ସମୟ କୁ ଉପଭୋଗ କରୁକରୁ କାଳ ସେହି ସ୍ଥାନ ପରିତ୍ୟାଗ କରି ଚାଲିଗଲା।
କିନ୍ତୁ ବେଦ ସେହି ସ୍ଥାନରେ ଭଗବାନ ଙ୍କ ଉଦ୍ଦେଶ୍ୟରେ କିଛି ସମୟ ଅଟକି ଯାଇ ସୃଷ୍ଟି ଓ ସ୍ରଷ୍ଟା ର ଗୁଢରହସ୍ୟ କୁ ବୁଝିବାକୁ ଚେଷ୍ଟା କରୁଥିଲା।।।।(ସମାପ୍ତ)
ଡ଼କ୍ଟର ସୁଶ୍ରୀ ସଙ୍ଗୀତା ସ୍ବାଇଁ, ସହକାରୀ ପ୍ରାଧ୍ୟାପିକା , ଦୂର ନିରନ୍ତର ଶିକ୍ଷା, ଫକୀର ମୋହନ ବିଶ୍ବବିଦ୍ୟାଳୟ, ରେମୁଣା,ବାଲେଶ୍ଵର
Name- Dr. Sushree sangita swain, Assistant professor in odia leterature, DDCE.
Fakir Mohan University, remuna,
Balasore.
1,111 total views, 1 views today
Place on with this particular compose-up, I really suppose this Site would like a great deal more thing to consider. I’ll most likely be once again to read far more, many thanks for that details.
This is an excellent suggestion Particularly to Those people new towards the blogosphere. Quick but pretty precise facts… Many thanks for sharing this a person. A must browse put up!