ସବରୀ

ଭିଲ ଜାତି ଜନମ ସବରୀ ପାଇଛେ8

ମୁଖିଆ ଘରର ଝି ।

ଜୁଆନ ହେଲା ଯେନ୍ତା ଖୁଜଲେ କୁମାର

କଲେ ଠିକ ବନ ଯାଇ ।।

 

ବିହା ଠିକ ହେଲା ଲଗନ ବାହାରଲା

ଭୁଜି ଭାତି ହେବାର କାଜେ।

ଆନଲେ ଜନ୍ତୁ ଗୁହୁଡେ ଘିନି କରି

ସବରୀ ସୁମରି କାନ୍ଦେ ।।

 

ବିହା ଗୁଟେ ଲାଗି ମାରା ହେବେ ଆଏଜ

କେତନିକେତେ ଯନ୍ତ ।

ଇଟା ହେଲା ଗୁଟେ ଅସଗୁନଆଁ କଥା

ପଲାମି ଇଠାନୁ ତୁରନ୍ତ ।।

 

ଘରୁ ଗୋଡ଼ କାଢି ସବରୀ ପଲାଲା

ରାତା ରାତ ଝାର ଭିତର।

ଦଣ୍ଡକା ଝରେ ତପ ଖଟୁଥିଲେ

ମାତଙ୍ଗ ଋଷି ପରାତ୍ପର ।।

 

ଅବସରି କରି ଯାଏ ସବରୀ

ଗୁରୁର ପାସକେ ପାସ।

ଅଛୁଆଁ ଯାଏତ କେ କେଁ ବଲବେ ଗୁରୁ

କେଁ ବଲି କରମି ଆସ ।।

 

ପାସକେ ଯାଇ କହେଲା ସବରୀ

ସବୁ କଥାକେ ଖୁଲି ।

ମାତଙ୍ଗ ଋଷି ଚିନ୍ହିଗଲେ ସବରୀ କେ

କହେଲେ ସହମତ ଦେଲି।।

 

ଦେଖଲେ ଗୁରୁ ସବରୀର ଗୁନ କେ

କହେଲେ ରେ ମା ସବରୀ ।

ତୁଇ ଇନ ରହି ତପ ଖଟୁଥିବୁ

ନିଶ୍ଚେ ଆଇବେ ରାମ ହରି ।।

 

ଯେନ ଦିନୁ ସବରୀ ତପ ଖଟଲା

ରାମ ନେଇଁ ହେଇ ଜନମ ।

ଜନମ କରମ ବନବାସ ହେବା

କେଭେ ପାଏବା ଦର୍ଶନ ।।

 

ଦୁରୁଢ଼ ମନେ ତପ ଖଟଲା

ରାମର ନାଁ କେ ଜପି ।

ହରୁ ହରଦମ ପୁଜୁଥିଲା ସେନ

ଫୁଲେ ଦେଉଥିଲା ଢାପି ।।

 

ରାମ ରାମ କହି ହରୁ ହରଦମ

ରାମେ ରଖିଥାଏ ଲଏ ।

ଆଶ୍ରମ ଭିତରେ ଯାହିଁ ଦେଖେ ତାହାକେ

ଦିଶେ ରାମ ମଏ ରାମ ମଏ ।।

 

ଭୁକେ କୁଦସି ଯେନ୍ତା ଦାମୁର

ଗାଏର ପାସକେ ତୁରତି ।

ଦିନକର ଦିନେ ପୁହୁଁଛି ଆସଲେ

ପରଭୁ ରାମ ମୂରତି ।।

 

କହେଲା ସବରୀ କେତେ ପରିଶ୍ରମ

କରିଥିବେ ପରଭୁ ମୋର ।

ଝାର ପତ୍ରା ନ କିନ୍ଦରି କିନ୍ଦରି

ଆସିଛ ସବରୀର ଘର ।।

 

ରାମ କହୁଚନ ଭକ୍ତି ଥିଲେ ସବରୀ

ନୁହେ ଇଟା ଯହ ଧୁର ।

ମାର ପାଶେ ଥିଲେ ଯେନ୍ତା ଲାଗସି

ହେନ୍ତା ଲାଗୁଚେ ସୋର ।।

 

ଗୁଟେ ଗୁଟେ କରି ଅଇଁଠା ଫଲ କେ

ଖାଉଚନ ସେନ ବସି ।

ଭକ୍ତିର ରସେ ରସେଇ ଦେଇଚେ

ରାମ ଯାଇଚନ ଫସି ।।

 

ଅଛିଆଁ ସବରୀ ଦର୍ଶନ ପାଏଲା

ଭାବ କେ କରି ଟାନ ।

ଭକ୍ତି ଥିଲେ ସବୁ ସମ୍ଭବ ହେସି

ଇଟା ଆଏ ଗୁରୁ ଜ୍ଞାନ ।।

 

 

 

 

ଶୁଭେନ୍ଦୁ ମେହେର

ଯାଲୋଏ, ସୁବର୍ଣ୍ଣପୁର-୧୮

 33 total views,  1 views today

Leave a Reply

Your email address will not be published. Required fields are marked *