ପ୍ରାୟଶ୍ଚିତ
●●●●● ପ୍ରଶାନ୍ତ କୁମାର ସେଠୀ●●●●
ଜାଣି ତୁମେ ସବୁ ଦୁଖଃ ଦିଅ ପ୍ରଭୁ
ଆଖି ଲୁହ ଓଠ ପିଏ
ପ୍ରାୟଶ୍ଚିତ ଯଜ୍ଞ ପାରୁନି ସଜାଡି
( ମୁଁ) ପାପର ଅଙ୍ଗାର ଟିଏ ।।
ବିଶ୍ବାସକୁ ଭାଙ୍ଗି କୃତଘ୍ନ ସାଜିଲି
ଅମଣିଷେ ଗଣାହେଲି
ଅମାପ ସ୍ନେହକୁ ଠେଲିଦେଇ ପାଦେ
ଯନ୍ତ୍ରଣା ତୁମକୁ ଦେଲି ।।
ଜାଣିନି ଜୀବନେ ପାଇବିକି କ୍ଷମା
ମୋର ଅପରାଧ ପାଇଁ
କ୍ଷମା ଲାଗି ଯୋଗ୍ୟ ଭାବୁନି ନିଜକୁ
ଲୁହ ପିଇ ଯାଏ ଶୋଇ ।।
ଅଜଣା ଆତଙ୍କ ଦେଉଛି ଆଘାତ
ମରି ମରି ନିତି ବଞ୍ଚେ
ଆକୁଳ ବିନତି କରୁଛି ହେ ପ୍ରଭୁ
ମାରିଦିଅ ଅଭିଶାପେ ।।
ଅଭିଶାପ ନିଆଁ ଜାଳି ଦିଅନ୍ତା କି
ପୋଡି ଯାଆନ୍ତା ମୋ ପାପ
ଅନୁତାପ ଅର୍ଘ୍ୟ ଢାଳି ସେ ଯଜ୍ଞରେ
ପାଇଯାନ୍ତି ପ୍ରାୟଶ୍ଚିତ ।।
ପ୍ରାୟଶ୍ଚିତ ପାଇଁ ହୃଦୟ କାନ୍ଦୁଛି
କ୍ଷମା ମାଗେ ହାତଯୋଡି
ତୁମରି କରୁଣା କର ନାହିଁ ଊଣା
ପ୍ରାଣ ବାୟୁ ଯିବ ଉଡି
ପ୍ରାଣ ବାୟୁ ଯିବ ଉଡି ।।
ଭଣ୍ଡାରୀ ପୋଖରୀ, ଭଦ୍ରକ
9921715179