December 07, 2021
11 11 11 AM
*PEACEFULL CLOUDSPHERE–Maid Čorbić*
*CALM CLOUDS-Prasanna Bhatta*
*CALM CLOUDS–Chinmayee Mohapatra*
*Calm Clouds–Marck Ogbac*
*CALM CLOUDS–Ramesh Chandra Pradhani*
*Calm Clouds–Hazel Domingo*
*Calm clouds–Gayatri mishra*
*ଭସାମେଘ–ମୁକ୍ତିରାଣୀ ଦେବତା*
*”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ*
*ଭସା ମେଘ–ନିତ୍ୟାନନ୍ଦ ସିଂହ*
*ଭସାମେଘ–ଜାନକୀ ମହାନ୍ତ*
*ଭସା ମେଘ–ଅଞ୍ଜଳି ଗିରି*
*ଭସାମେଘ–ସନ୍ଧ୍ୟାରାଣୀ ହୋତା*
*ଭସା ମେଘ–ପ୍ରତିମା ବାରିକ*
*ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା*
*ମରିଚିକା – ମନୋଜ କୁମାର ଦାସ*
*ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ*
*ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା*
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
Latest Post
*PEACEFULL CLOUDSPHERE–Maid Čorbić* *CALM CLOUDS-Prasanna Bhatta* *CALM CLOUDS–Chinmayee Mohapatra* *Calm Clouds–Marck Ogbac* *CALM CLOUDS–Ramesh Chandra Pradhani* *Calm Clouds–Hazel Domingo* *Calm clouds–Gayatri mishra* *ଭସାମେଘ–ମୁକ୍ତିରାଣୀ ଦେବତା* *”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ* *ଭସା ମେଘ–ନିତ୍ୟାନନ୍ଦ ସିଂହ* *ଭସାମେଘ–ଜାନକୀ ମହାନ୍ତ* *ଭସା ମେଘ–ଅଞ୍ଜଳି ଗିରି* *ଭସାମେଘ–ସନ୍ଧ୍ୟାରାଣୀ ହୋତା* *ଭସା ମେଘ–ପ୍ରତିମା ବାରିକ* *ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା* *ମରିଚିକା – ମନୋଜ କୁମାର ଦାସ* *ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ* *ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା* *BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*

*କଳଙ୍କିନୀ ଶ୍ରାବଣୀର କାହାଣୀ(ଗଳ୍ପ)–କୁମାର ମୃତ୍ୟୁଞ୍ଜୟ*

##ଗଳ୍ପ##

*କଳଙ୍କିନୀ ଶ୍ରାବଣୀର କାହାଣୀ*

ଏକ ସନ୍ଧ୍ୟା, କିନ୍ତୁ ନା ଅଛି ଆକାଶରେ ତାରା ନା ପଡୁଛି ଚନ୍ଦ୍ର କିରଣ. ଦ୍ଵିତୀୟା ଚନ୍ଦ୍ରର ଶାନ୍ତ ପୁଲକ ଯେଉଁଠି ଅଗଣାରେ ବିଚ୍ଛୁରିତ ହୋଇପଡିବା କଥା, ସେଠି ଆଜି ଶ୍ରାବଣ ର ମେଘମାଳା ଅନାୟାସେ ବୁଲୁଛି. ବେଳେବେଳେ ଘୋ ଘୋ ପବନ ପୁଣି କେତେବେଳେ ଚକଚକ ବିଜୁଳି ସହ ଘଡଘଡି. ନୀରବ ନିସ୍ତବ୍ଧ ନିଶାରେ ପ୍ରକୃତିର ଏପରି ଗର୍ଜନ ହେଇପାରେ କିଛି ସମୟରେ ଆଗାମୀ ମୁଷଳ ବାରିଧାରାର ଭବିଷ୍ୟ ସୂଚନା.

ଦ୍ୱିତଳ ଭଡାଘରର ଉପର ମହଲାର ଏକ ଅନ୍ଧାର କୋଠରୀ ରେ ଝର୍କା ପାଖେ ବସିଥାଏ ଶ୍ରାବଣୀ. ଅନତିଦୂରେ ପଢା ଟେବୁଲ ଉପରେ ଜଳୁଥାଏ ଲ୍ୟାମ୍ପ. ହେଲେ ଆଜି କାହିଁକି କେଜାଣି ଭାରି ବ୍ୟସ୍ତ ଲାଗୁଥାଏ, ନା କିଛି ପଢିବାକୁ ମନ ହୁଏ ନା କିଛି ଲେଖିବାକୁ. ଅମାନିଆ ମନଟା ଖାଲି ଟାଣି ନେଇଯାଉଥାଏ ଅତୀତର ସ୍ମୃତି ଆଡକୁ. କଣ ସେଗୁଡିକୁ ସ୍ମୃତି କୁହାଯିବ! ସ୍ମୃତି ତ ନୁହେଁ ସେଗୁଡିକ ବିଷଧର ସର୍ପର ଦଂଶନ ସଦୃଶ ଘାଇଲା କରିଦିଏ ପ୍ରାଣକୁ, ବିଷାକ୍ତ କରିଦିଏ ମନକୁ. ଜୀବନ କେତେ ବା ଆଉ ପରୀକ୍ଷା ନେବ. ଦିନକୁ ଦିନ କ୍ଷୀଣ ହେଇ ଜୀବନ ଦୀପ ନ ଲିଭିବା ଯାଏ ଏପରି ହିଁ ଜାରିରହିଥିବ ମନେ ପଡିଯାଉଥିଲା ସେଦିନର ଘଟଣା.

ସେ ତ ନିଜ ବିଷୟରେ ସବୁକିଛି କହିସାରିଥିଲା ଶ୍ରୀମୟକୁ, ସେ ଥିଲା ଧୋକା ଖାଇଥିବା ଏକାକିନୀ ମାଆର ଏକମାତ୍ର ଅଲିଅଳି କନ୍ୟା. ଜନ୍ମରୁ ଆଜି ଯାଏ ସଂସାର ଆଗରେ ପିତା ଶବ୍ଦ ତା ପାଇଁ ହୋଇଯାଇଥିଲା ଏକ ବଡ଼ ପ୍ରଶ୍ନ ଚିହ୍ନ. ସଂଗହୀନ ମାତୃତ୍ୱ କିନ୍ତୁ ତାକୁ ଦେଇଥିଲା ସୁସମୟେ ଶିକ୍ଷା, ଯୋଗ୍ୟତା ଏବଂ ସବୁକିଛି ସୁଖ. ହେଲେ ଧୋକାବାଜ ପିତା ପାଇଁ ମାଆ ଝିଅ ଦୁଇ ଜଣଙ୍କୁ ସହିବାକୁ ପଡିଥିଲା ତାଡନା, ଯାତନା, ଟାହି ଟାପରା.

ସବୁକିଛି ଜାଣି ସବୁକିଛି ଶୁଣି ମଧ୍ୟ ପ୍ରେମର ସାତରଙ୍ଗୀ ଶ୍ରାବଣ ରେ ଭିଜେଇ ଦେବାର ପ୍ରତିଶୃତି ଦେଇଥିଲା ଶ୍ରୀମୟ. ସମ୍ଭ୍ରାନ୍ତ ବଂଶର ମର୍ଯ୍ୟାଦା ସମ୍ପନ୍ନ ପିଲାଟି କାଳେ ବଂଶପରମ୍ପରାକୁ ମାଟିରେ ମିଶେଇ ଦେଉଛି ତା ସହ ପ୍ରେମ କରି ବୋଲି ଭାବି ବାରମ୍ବାର ପ୍ରେମ ନିବେଦନକୁ ଅସ୍ବୀକାର କରିଚାଲିଥିଲା ଶ୍ରାବଣୀ, ହେଲେ ଶେଷରେ ଶ୍ରୀମୟର ପ୍ରେମ ଆଗେ ହାରିଯାଇଥିଲା ତାର ସବୁ ଭାବନା. ଦୁଇ ଜଣ ମିଶି ଦେଖିଚାଲିଥିଲେ ପରୀ ରାଇଜର ଅସୁମାରୀ ଆଶାର ସ୍ବପ୍ନ. କେତେ ଆଲୋଡ଼ନ ଉଙ୍କିମାରି ଉଠୁଥିଲା ଦୁହିଁଙ୍କ ମଧ୍ୟରେ. ସବୁକିଛି ମଧ୍ୟରେ ଶ୍ରୀମୟ ର ଜିଦ୍ଦି ଆଗେ ହାରମାନିନେଇଥିଲେ ପରିବାର, ଶ୍ରାବଣୀ ଏଥର ବୋହୂ ହେବା ପାଇଁ ଯୋଗ୍ୟା. ରୂପ, ଗୁଣ, କର୍ମ ସବୁଥିରେ ନିପୁଣା ଶ୍ରାବଣୀ ଧିରେଧିରେ ଜିତି ଚାଲୁଥିଲା ସମସ୍ତଙ୍କ ମନ.

ହେଲେ ବାହାଘରର ଦୁଇ ମାସ ଭିତରେ ହଠାତ କାହାର ନଜର ଲାଗିଲା, ଅବା ସୁନ୍ଦର ନିର୍ମଳ ଆକାଶରେ କଳାହାଣ୍ଡିଆ ବାଦଲ ମାଡି ଆସିଲା କେଜାଣି, ସବୁ କିଛି ପ୍ରଳୟର ତାଣ୍ଡବରେ ଛାରଖାର ହେଇଗଲା.

ଏମିତି କହିବାକୁ ଗଲେ ବାସର ରାତିର ଦୀପ ଲିଭି ନଥିଲା, କିନ୍ତୁ ଲିଭି ଗଲା ଶ୍ରୀମୟର ଜୀବନ ଦୀପ. ଗୋରା ତକତକ ଶ୍ରାବଣୀର ସାକ୍ଷାତ ଲକ୍ଷ୍ମୀ ପ୍ରତିମା ପରି ଦେଖା ଯାଉଥିବା ମଥାରୁ ଲିଭିଗଲା ନାଲି ଟହଟହ ସିନ୍ଦୁର. ସ୍ୱାମୀର ଜୁଇ ନିଆଁରେ ପୋଡିଗଲା ଶ୍ରାବଣୀର ସବୁ ଆଶା ଭରସାର ସ୍ବପ୍ନ ସହର. ଯାହା ହାତ ଧରି ଏ ଘରକୁ ଆସିଥିଲା ସେ ଯିବା ପରେ ହେଇଗଲା ନରକପୁର, କଥା କଥାରେ ଗାଳି ମାଡ଼ ଅତ୍ୟାଚାର.

କିନ୍ତୁ କିଛି ଦିନ ପରେ କାହିଁକି କେଜାଣି ମାଡ଼ ଗାଳି ଶୁଣି ବଂଶ ମର୍ଯ୍ୟାଦା ପରମ୍ପରା ନାଁରେ ପଥର ହେଇଯାଇଥିବା ଶରୀରରେ ଆସିଲା ଏକ ପରିବର୍ତ୍ତନ, ଘନଘନ ମୁଣ୍ଡ ବୁଲାଇବା ସହ ଅସୁସ୍ଥତା ବାରି ହେଇପଡୁଥିଲା ସହଜରେ. କେହି ତ ସାହାଯ୍ୟ ପାଇଁ ନଥିଲେ ତଥାପି ନିଜେ ଯାଇ ସରକାରୀ ଚିକିତ୍ସାଳୟରେ ଚିକିତ୍ସା କରାଇବା ପରେ ମଧ୍ୟ ସଠିକ ରୋଗ ଧରା ପଡୁନଥାଏ ହେଲେ ଏପଟେ ଦିନକୁ ଦିନ ନିର୍ଯ୍ୟାତନା ବଢିଚାଲିଥିଲା.

ଶେଷରେ ରୋଗ ଧରା ପଡିଲା, ରୋଗ ଥିଲା ଦୁରାରୋଗ୍ୟ ଏଡ୍ସ, ନା ଥିଲା କିଛି ପ୍ରତିଷେଧକ ନା ଥିଲା କିଛି ଔଷଧ, ଖାଲି ଥିଲା କରୁଣ ବେଦନା ଓ ଅପବାଦ, କିନ୍ତୁ ଖାଲି ତା ପାଇଁ ନୁହେଁ ଏ ରୋଗର ସମସ୍ତ ରୋଗୀଙ୍କ ପାଇଁ. କାରଣ ସଭ୍ୟ ସମାଜରେ କୁଆଡେ ଏହାକୁ ଅତ୍ୟନ୍ତ ନିନ୍ଦନୀୟ ଚକ୍ଷୁରେ ଦେଖା ଯାଉଥିଲା. କଥାରେ ଅଛି, “ରୋଗ କୁ ଘୃଣା କର ରୋଗୀ କୁ ନୁହେଁ” ହେଲେ ଏସବୁ କେବଳ କଥାରେ କଥାରେ ରହିଯାଏ ଯେତେବେଳେ ସଂକ୍ରମିତ ରୋଗଟି ପ୍ରକାଶ ପାଏ. ହେଲେ ବିଜ୍ଞାନ କୁହେ ଏ ରୋଗ ସଂକ୍ରମିତ ସ୍ପର୍ଶ କି ରୋଗୀ ସହ ମିଳାମିଶାରେ ହୁଏନାହିଁ, କିନ୍ତୁ ଏ ବିଜ୍ଞାନସମ୍ମତ କଥାକୁ ବଳି ଯାଏ ଦୁନିଆଁର କଟାକ୍ଷ ରୀତି ନୀତି ଓ ନିୟମ. ଠିକ ଏହା ହିଁ ଘଟିଲା ଶ୍ରାବଣୀର ଫଟା କପାଳରେ ଶେଷକୁ ପରିବାର ବୋଲି ଯାହାକୁ ଆପଣେଇଥିଲା, ଧକ୍କା ଦେଇ ବିଦା କରିଦେଲେ ରାଜରାସ୍ତାକୁ. ଏକାକିନୀ ନିସଙ୍ଗ ନିଃସହାୟା ସେ ଚାଲିଥିଲା ଜାଣିନଥିବା ଏକ ରାସ୍ତା.

ହେଲେ ସବୁଠୁ ବାଧୁ ଥିଲା ଯାହା ତା’ ହେଲା ଶ୍ରୀମୟର ଧୋକା. ପ୍ରେମ ନାଁ ରେ ଦେଇଯାଇଥିଲା ରୋଗ. ଯାହାକୁ ପ୍ରେମିକା ଧରି ନେଇଥିଲା ନିଜ ଶରୀର ଭିତରେ. ଆଉ ଯାହା ବାଧୁଥିଲା ତା’ ଥିଲା ମିଥ୍ୟା ଅପବାଦ ସ୍ୱର୍ଗତା ମା’ ତାର ଏକାକୀ ଜୀବନରେ ପିତା ମାତା ଉଭୟର ସ୍ନେହ ଦେଇ ପାଳି ଥିଲା, ହେଲେ ଆଜି ସଂସାର ଆଖିରେ ଦେବୀ ମା’ ହେଇଯାଇଥିଲା ବେଶ୍ୟା ଆଉ ଶ୍ରାବଣୀ ଉପରେ ଯେଉଁ ଶବ୍ଦ ପ୍ରୟୋଗ ହେଉଥିଲା ତାହା ଭାବିଲେ ଦେହ ଶୀତେଇ ଉଠେ.

ଶେଷରେ ଏକ ସେବା ସଂଗଠନ ତାକୁ କୋଲେଇନେଲା, ନିଜର ଦକ୍ଷତା ଆଧାରରେ ଏବେ ସେ ଯାହା ହେଉ ନିଜ ଗୁଜୁରାଣ ମେଣ୍ଟାଉଛି. ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଚାଲିଥିବ. ଏ ଯାତ୍ରା ଭାରି କଣ୍ଟକିତ ଓ ଅଭିଶପ୍ତ ପଥେ ପଥେ ଲୋକ ମୁଖରୁ ଖାଲି କଣ୍ଟା ଫୋଡିଲା ପରି କଥା, ତା’ର ଦେହସୁଆ ହେଇଗଲାଣି. କିନ୍ତୁ ଆଜି ପରି ବେଳେବେଳେ ଅତୀତର ସ୍ମୃତି ମନେ ପଡିଲେ ଭାରି ଅସହାୟ ଓ ନିରାଶ୍ରୟ ଲାଗୁଛି.

ବର୍ଷା ପବନର ବେଗ ବଢ଼ି ବଢ଼ି ଯାଉଥାଏ, ଝର୍କା ପାଖେ ଶ୍ରାବଣୀ ହଠାତ ଅନୁଭବ କଲା ଟେବୁଲ ଲ୍ୟାମ୍ପଟି ପବନ ଯୋଗୁଁ ଲିଭିବା ଉପରେ, ଅଜାଣତେ ଗଡିଯାଇଥିବା ଲୁହ ପୋଛୁ ପୋଛୁ ପରଦା ଟାଣି ଦେଇ ସେପରି ହିଁ ଶୋଇପଡ଼ିଲା ବିଛଣାରେ. ଏକ ନୂଆ ସକାଳର ସୂର୍ଯ୍ୟୋଦୟ ଅପେକ୍ଷାରେ, ପାଉ ପଛେ ନିନ୍ଦା ଅପବାଦ ଯେତେଦିନ ବଞ୍ଚିବ ଲୋକଙ୍କ ପାଇଁ କିଛି କରିବାର ଏକ ପ୍ରଚେଷ୍ଟା ରେ.

©କୁମାର ମୃତ୍ୟୁଞ୍ଜୟ, ବାଲେଶ୍ୱର.

 721 total views,  1 views today

One thought on “*କଳଙ୍କିନୀ ଶ୍ରାବଣୀର କାହାଣୀ(ଗଳ୍ପ)–କୁମାର ମୃତ୍ୟୁଞ୍ଜୟ*

  1. Thanks for your individual wonderful publishing! I absolutely liked reading through it, you’ll be a great writer. I will make sure to bookmark your web site and will come back eventually. I would like to really encourage you to certainly continue on your terrific crafting, Use a nice getaway weekend! enugn.se/map8.php hvad betyder juridisk

Leave a Reply

Your email address will not be published. Required fields are marked *