March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ବରହୀ କୋଷରୁ ଜନ୍ମ ଭଞ୍ଜ ବଂଶ–ପବିତ୍ର ବେହେରା(ବାହାଲପୁର)*

 

“”ବରହୀ କୋଷରୁ ଜନ୍ମ ଭଞ୍ଜ ବଂଶ“”

କାଳିଦାସ କମନୀୟ କବିତ୍ଵର ରମଣୀୟ ଭଙ୍ଗୀରେ କହିଛନ୍ତି-
“””ହରିର୍ଯଥୈକଃ ପୁରୁଷୋତ୍ତମଃ ସ୍ମୃତଃ
ମହେଶ୍ଵର ସ୍ତ୍ର୍ୟମ୍ଭକ ଏବ ନାପରଃ
ତଥା ବିଦୁର୍ମାଂ ମୁନୟଃ ଶତକ୍ରତୁଂ
ଦ୍ବିତୀୟଗାମୀ ନହି ଶବ୍ଦ ଏଷ ନଃ।””

“ହରି” ଶବ୍ଦର ଅନେକ ଅର୍ଥ ଅଛି । କିନ୍ତୁ ‘ହରି’ ଶବ୍ଦ ଶୁଣିବା ମାତ୍ରେ ମନକୁ କେବଳ ଭଗବାନ ପୁରୁଷୋତ୍ତମ ବା ଭଗବାନ ବିଷ୍ଣୁ
ରୂପେ ଆବାହାନ ହେଉଛି। ସେହିପରି “ମହେଶ୍ଵର” ଶବ୍ଦ ମହାନ୍ ଐଶ୍ଵର୍ଯ୍ୟଶାଳୀ ଯେ କୌଣସି ଦେବତା କିମ୍ବା ପୁରୁଷ କୁ ବୁଝାଇପାରେ କିନ୍ତୁ ଲୋକ ବ୍ୟବହାର ରେ ଏହି ‘ମହେଶ୍ଵର’ ଶବ୍ଦ ତ୍ରିନେତ୍ର ମହାଦେବଙ୍କୁ ହିଁ ବୁଝାଇଥାଏ। ଠିକ୍ ସେହିପରି ଓଡିଆ ସାହିତ୍ୟ ଜଗତରେ ଅମ୍ଳାନ ଚୀର ଉଜ୍ଜ୍ବଳମୟ କବିଭାବେ ଆମେ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଙ୍କୁ ଗ୍ରହଣ କରୁ। ଓଡିଆ ସାହିତ୍ୟ ଜଗତରେ ଅନେକ ଭଞ୍ଜ ଆସିଥିଲେ। ପୁଣି କେତେକ ଭଞ୍ଜ ବର୍ତମାନ ଜୀବିତ ଅଛନ୍ତି କିନ୍ତୁ ଅଗଣିତ ପାଠକ ପାଠିକା ମନରେ ଉପେନ୍ଦ୍ରଭଞ୍ଜ ନିଜର ପ୍ରୀତି ସ୍ନିଗଧ୍ ପ୍ରସାରିତ କରିଥାଆନ୍ତି। ଭଞ୍ଜ କହିଲେ ଆଜିର ସମାଜ କେବଳ ଉପେନ୍ଦ୍ରଭଞ୍ଜ ଙ୍କୁ ହିଁ ବୁଝାଏ।

ଆଜିର ଏହି ଆଧୁନିକତା ସମୟରେ ମଣିଷ ମୟୂର ଅଣ୍ଡା ରୁ ଜନ୍ମଗ୍ରହଣ କରିଛନ୍ତି କହିବା ହାସ୍ୟସ୍ପଦ କଥା କିନ୍ତୁ ବିଶ୍ଵାସ ମୂଳେ ଜଗତ ସୃଷ୍ଟି ରୂପେ ଆମେ ମାନି ଆସୁଛୁ। ଓଁ କାର ଶବ୍ଦ ରୁ ଭଗବାନ ଙ୍କ ସୃଷ୍ଟି ବୋଲି ମଧ୍ଯ ଆମେ ବିଶ୍ଵାସ କରୁଛୁ। ଠିକ୍ ଏହି ପରି କିଛି ଭଞ୍ଜଗବେଷକ ଏବଂ ଲାବଣ୍ୟବତୀ ର ଷୋଡଶ ଛାନ୍ଦରେ ରଚିତ୍ ଥିବା ଏହା ପ୍ରମାଣ କରୁଛି।

” ଯେ ବଂଶେ ଇଷ୍ଟ ଦୁର୍ଗା ଦେବୀ
ବରହୀ କୋଷରୁ ସମ୍ଭବି
ମନୁଷ୍ଯ ଏହି ଅବଦୂତ
ଭଞ୍ଜାନୁ ଭଞ୍ଜ ନାମ ସୁତ”(ଲାବଣ୍ୟବତୀ)

ଉପେନ୍ଦ୍ରଭଞ୍ଜଙ୍କ ରଚିତ ଲାବଣ୍ୟବତୀ କାବ୍ୟରୁ ଜଣାଯାଏ ଯେ ମୟୂର ଅଣ୍ଡା ଭଞ୍ଜନ(ଭାଙ୍ଗିବା) ରୁ ଭଞ୍ଜ ରାଜ ବଂଶର ଉପ୍ତତ୍ତି।

ଭଞ୍ଜ ବଂଶାନୁଚରିତରେ ବର୍ଣ୍ଣିତ କାବ୍ୟଅନୁସାରେ-
ତ୍ରେତୟା ଯୁଗ ଶେଷ ସମୟରେ ଏକଦା ବିଶିଷ୍ଟ ମହାଋଷି ଅରଣ୍ଯ ରେ ଗମନ କରୁଥିଲେ। ହଠାତ ଏହି ସମୟରେ ବନ ମଧ୍ୟରେ ଦୁଇ ମୃଗ ମୃଗୀଙ୍କ ଯୁଗଳ କ୍ରୀଡା ତାଙ୍କର ଦୃଷ୍ଟିଗୋଚର ହୁଅନ୍ତେ ରେତ ସ୍ଖଳିତ ହେଲା। ସେହି ମୂହୁର୍ତ୍ତ ରେ ବିଶିଷ୍ଟ ମହାଋଷି ନିଜର କୋପନୀ ଖଣ୍ଡିକୁ ନିକଟବର୍ତ୍ତୀ ପୁଷ୍କର ତୀର୍ଥରେ ଧୋଈଲେ। ଏହି ସମୟରେ ସେହି ରେତ ଜଳ ମଧ୍ୟରେ ଢଳ ଢଳ ହୋଇ ଦୁଇ ବିନ୍ଦୁ ଆକାର ଧାରଣ କରି ଭାସିବାରେ ଲାଗିଲା। ଉକ୍ତ ସମୟରେ ଏକ ତୃଷାର୍ତ୍ତ ମୟୂରୀ ଜଳପାନ କରିବା ନିମନ୍ତେ ପୁଷ୍କରଣୀ
ନିକଟକୁ ଆସି ଜଳପାନ କରୁ କରୁ ଭାସମାନ ରେତ ମୟୂରୀ ଗର୍ଭକୁ ପ୍ରବେଶ କଲା । ଖୁବ୍ କମ୍ ଦିନ ମଧ୍ୟରେ ମୟୂରୀର ଗର୍ଭ ସଞ୍ଚାର ହେଲା। କିଛି ଦିନ ଅତିକ୍ରମ କଳା ପରେ ମୟୂରୀ ଦୁଇଗୋଟି ଅସ୍ଵାଭାବିକ ବିରାଟ ଅଣ୍ଡା ପ୍ରସବ କଲା। ଏହା ଦେଖି ମୟୁରୀ ଭୟରେ ହତଚକିତ ହେଲା। ଭୟ, ଆତ୍ମଗ୍ଳାନି ଓ ଦୁଃଖରେ ଅଣ୍ଡାଦ୍ଵୟକୁ ଛାଡି ଚାଲିଗଲା। ଏହି କଥା କାଳକ୍ରମେ ମହର୍ଷି ତ୍ରିକାଳଦର୍ଶୀ ଋଷି ଜାଣିପାରିଲେ ଓ ଅଣ୍ଡାଦ୍ଵୟକୁ ଆଣି ଆଶ୍ରମରେ ଯତ୍ନ ସହକାରେ ରଖିଲେ। ନିୟମାନୁସାରେ ପ୍ରତ୍ୟହ ସେ ଅଣ୍ଡାଦ୍ଵୟକୁ ସୂର୍ଯ୍ୟ କିରଣରେ ତପ୍ତ କରୁଥିଲେ। କିଛି ଦିନ ଅନ୍ତ ଚଣ୍ଡ ପ୍ରଚଣ୍ଡ ଭାନୁ କିରଣ ରୁ ଗୋଟିଏ ଅଣ୍ଡାରୁ ସୁନ୍ଦର ବାଳକଟି ଜନ୍ମନେଲା । କର୍ନ୍ଦପ ପରି ସୁନ୍ଦର ହୋଇଥିବାରୁ ବାଳକଟିକୁ ବିଶିଷ୍ଟ ମହାଋଷି କର୍ନ୍ଦପଙ୍କ ଅନ୍ୟନାମ “ମଦନ” ବୋଲି ନାମକରଣ କରାଇଛନ୍ତି। ସୂର୍ଯ୍ୟକିରଣ ରୁ ଜାତ ହୋଇଥିବାରୁ ଶେଷ ଦୁଇ ଅକ୍ଷର ଅନୁସାରେ ରାଣା ବୋଲି ସମ୍ଭଦିତ କଲେ। ଯାହାଙ୍କ ସମ୍ପୂର୍ଣ ର ରୂପେ ନାମ ହେଲା ମଦନ ଋଣା। ରାଜାସ୍ଥାନ ର ଉଦୟପୁର ସଙ୍ଗେ ତାହାଙ୍କର ସମ୍ପର୍କ
ନିର୍ଦ୍ଧେଶ କରାଯାଇଅଛି। ରାଜାସ୍ତାନ ର ବିଭିନ୍ନ ଯାଗାରେ ମଧ୍ଯ ଭଞ୍ଜ ବଂଶ ର ଐତିହ୍ୟ ଦେଖିବାକୁ ମିଳିଛି। ଅନ୍ୟ ଅଣ୍ଡାରୁ କିଛି ଯାତ ନ ହେବାରୁ ବିଚଳିତ ହୋଇ ବିଶିଷ୍ଟ ମହାଋଷି ତାହାକୁ ନିଜ ଦଣ୍ଡ ସାହାର୍ଯ୍ଯରେ ଭଞ୍ଜନ(ଭାଙ୍ଗିବା) କଲେ। ହଠାତ ସେହି ଭଞ୍ଜିତ ଅଣ୍ଡାରୁ ଏକ ଦିବ୍ୟ ବାଳକ ଜନ୍ମ ନେଲା । ବାଳକଟିକୁ ଦେଖି ବିଚଳିତ ହୋଇପଡିଥିବ ବିଶିଷ୍ଟ ମହାଋଷି ଆନନ୍ଦ ଲାଭ କଲେ ବା ଖୁସି ହେଲେ । ଏହି ପରିପକ୍ଷରେ ଆନନ୍ଦ ଏବଂ ଖୁସି ପାଇବାର ଅନ୍ୟ ଅର୍ଥ ହେଉଛି ମୋଦକ । ବାଳକଟିର ନାମ ରଖିଲେ ମୋଦକ । ଭଞ୍ଜ ଶବ୍ଦର ଅର୍ଥ ହେଉଛି ଭଗ୍ନ କରିବା ବା ଭାଙ୍ଗିବା । ବିଶିଷ୍ଟ ମହାଋଷି ନିଜ ବାଡିରେ ପିଟି ପିଟି ମୟୂର ଅଣ୍ଡା କୁ ଭଞ୍ଜନ କରିବାରୁ ମୋଦକ ଜନ୍ମଲାଭ କରିଥିଲେ ତେଣୁ ତାଙ୍କର ନାମ ମଦୋକ ଭଞ୍ଜ ରଖିଥିଲେ ଓ ସୂର୍ଯ୍ୟ କିରଣରେ ତପ୍ତ ହୋଇଥିବାରୁ ଏହାର ବଂଶ ହେଲା ସୂର୍ଯବଂଶ । ବାଳକଦ୍ଵୟ ଆଶ୍ରମରେ ଲାଲିତ ପାଳିତ ହୋଇ ସମସ୍ତ ଶାସ୍ତ୍ର, ଅସ୍ତ୍ର ଶସ୍ତ୍ରାଦି ବିଦ୍ୟାରେ ପାରଙ୍ଗମ ହେଲେ ଓ ମହର୍ଷି ଆଶୀର୍ବାଦ ନେଇ ଦିଗ୍ ବିଜୟରେ ବାହାରି ଗଲେ। କାଳକ୍ରମେ ମଦନରାଣା ରାଜସ୍ଥାନର ଉଦୟପୁରରେ ରାଣା ବଂଶ ପ୍ରତୀଷ୍ଠା କଲେ ଓ ଭାଗଠାରୁ ବିଛିନ୍ନ ହୋଇ ମୋଦକ ଭଞ୍ଜ ସୁବର୍ଣ୍ଣରେଖା ନଦୀ ତଟବର୍ତୀ ସୁବିଶାଳ ଭୂଖଣ୍ତ କୁ ବାହୁବଳରେ ବିଜୟ କରି ସେଠାରେ ଭଞ୍ଜ ବଂଶ ର ପ୍ରତିଷ୍ଠା କଲେ। ଏହି ଭୂଖଣ୍ତର ନାମ ରଖିଲେ ମୟୂରଭଂଜ।

“” ଭଞ୍ଜନାତ୍ ଶତ୍ରୁ ସୈନ୍ୟ ନାଂ
କିମ୍ବା ଡିମ୍ବସ୍ୟ ଭଞ୍ଜନାତ୍
ତେ ଭଞ୍ଜାଇତି ବିଖ୍ୟାତା
କ୍ଷତ୍ରିୟାଃ ସୂର୍ଯ୍ୟବଂଜାଃ।”””(ସଙ୍ଗୀତ ମୁକ୍ତାବଳୀ)
ଏଥିରେ କୁହାଯାଇଛି ଯେ ଏହି ରାଜବଂଶ କୁ ଭଞ୍ଜବଂଶ କହିବାର ଦୁଇଟି କାରଣ ଥାଇପାରେ।
୧)ସେମାନେ ଭଙ୍ଗା ଯାଇଥିବା ଡିମ୍ବରୁ ଜାତ ହୋଇଥିଲେ।
୨) କିମ୍ବା ଶତ୍ରୁ ସୈନ୍ଯମାନଙ୍କ ର ଗର୍ବ ଭଞ୍ଜନ କରିଥିଲେ କିନ୍ତୁ ଏହି କଥା କୌଣସି ଠାରେ ଲିପିବଦ୍ଧ ଭାବେ ପ୍ରମାଣ ହୋଇନାହିଁ। ଯେହେତୁ ପ୍ରଥମଟି ଆମକୁ ଉପେନ୍ଦ୍ରଭଞ୍ଜ ଙ୍କ ଲାବଣ୍ୟବତୀ ରେ ଦେଖିବାକୁ ମିଳିଛି ତେଣୁ ମୋ ମତରେ ଭଞ୍ଜ ବଂଶ ବରହୀ କୋଷରୁ ଜନ୍ମ ଭାବେ ଗ୍ରହଣୀୟ ଅଟେ।

ପବିତ୍ର ବେହେରା
ବାହାଲପୁର, ଗଞ୍ଜାମ
୭୭୮୮୮୮୬୬୦୨

 

Loading

4 thoughts on “*ବରହୀ କୋଷରୁ ଜନ୍ମ ଭଞ୍ଜ ବଂଶ–ପବିତ୍ର ବେହେରା(ବାହାଲପୁର)*

  1. ଧନ୍ଯବାଦ ଭାଇ ଆପଣଙ୍କ ମୂଲ୍ଯବାନ ମତାମତ ପାଇଁ ଧନ୍ଯବାଦ

Leave a Reply

Your email address will not be published. Required fields are marked *