April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ପୁନଃ ମିଳନ–ମନୀଷା ବିଶ୍ୱାଳ*

ପୁନଃ ମିଳନ

ମୁଁ ଯାଉଛି..
ଚଟାଣରୁ ପାଦଧୂଳି ପୋଛିଦେବ
ଓଳେଇ ଦେବ ଅଳିଆ ସବୁକୁ

ବାଟ ସାରା ଘୁରି ବୁଲୁଛନ୍ତି
ବିରାଟ ପଥରଖଣ୍ଡ ମାନ..
ରକ୍ତ ଝରିପଡ଼ୁଛି
ଶୂନ୍ୟ ଲାଲ ମୁଖା ପିନ୍ଧା ଏକ “ଠ” ରୁ

ମାଗି ଆଣିଛି ଧୈର୍ଯ୍ୟ
ବରଗଛ ମୂଳେ କ୍ଲାନ୍ତି ମେଣ୍ଟାଉଥିବା ବାଟୋଇଠୁ

ଧାର କରିଛି କାଠ ଖଣ୍ଡେ
ବାତ୍ୟା ପରେ ନୀଡ଼ ସଜାଉଥିବା
ସେ ବାୟା ଚଢ଼େଇଠୁ

ଏବେ ଠିକଣା ଖୋଜିବାଟା
ଯୁକ୍ତିଯୁକ୍ତ ନୁହେଁ
ବେଳେବେଳେ ଭଲ ଲାଗେ
ଅଜଣା ଦିଗନ୍ତରେ ବାରି ହେଉନଥିବା ରାସ୍ତା
ଭୁଲ୍‌ ଠିକଣାର ଚିଠି ପରି

ଶୁଆଇ ଦେବ ଅଗଣାର ଖରାକୁ
ଠିକ୍‌ ସମୟରେ
ନହେଲେ ଅଭିମାନରେ ସେ
ଜଳାଇଦେବ ବାରଣ୍ଡାର ଫୁଲ ଗଛ ଗୁଡ଼ିକୁ

ଝରିପଡ଼ିଥିବା ପତ୍ର
ଶୁଖୁନଥିବା କ୍ଷତ
ହଜି ଯାଇଥିବା ପଟେ ଝୁଣ୍ଟିଆ ଠାରୁ
ସଙ୍ଗୀନ ଥିଲା ମୋର ଉପସ୍ଥିତି

ଶୁଣ !
ଲିଭେଇଦେବ ଆଖପାଖର ବତୀ ସବୁ
ଚୁପ୍ କରେଇଦେବ ଘରଚଟିଆ ମାନଙ୍କୁ
କାଢ଼ିଦେବ ସେ ଠନ୍‌ ଠନ୍‌ କରୁଥିବା
ଭାତ ହାଣ୍ଡିର ଢାଙ୍କୁଣି

ଆଉ କିଛି ଆଡମ୍ବର, ଶୋଭାଯାତ୍ରା
ମୁଁ ଶୋଇସାରିଲା ପରେ

ବୁଢ଼ିଆଣୀମାନେ ଜାଲ ବୁଣିସାରିବେଣି,
ଗୁମୁରି ପଡ଼ିଥିବା ଫଟୋଫ୍ରେମ୍‌ର
ଗଳାକୁ ଜୋରରେ ଚିପି ଧରିଥିବେ
ଅଣ ନିଃଶ୍ୱାସୀ କରିବେଣି

ଧଳା ଶାଢ଼ୀଟି ଆଜି
ବେଶ ମାନୁଛି ଜହ୍ନକୁ
ରଙ୍ଗ ମଞ୍ଚ ପ୍ରସ୍ତୁତ ହୋଇ ସାରିଲାଣି

ବିଦାୟ ନେବାକୁ ହେବ ନଈପଠାରୁ
ଅନ୍ତଃ ର ସମୟ ଏବେ ନିକଟତ୍ତର,
ସମ୍ପୂର୍ଣ ଅନ୍ତ ନୁହେଁ..
ଅନ୍ୟ ଏକ ପୁନଃ ମିଳନ ର ଆଶା ମାନଙ୍କ ଆରମ୍ଭ ||

ମନୀଷା ବିଶ୍ୱାଳ
ଖୋର୍ଦ୍ଧା

Loading

6 thoughts on “*ପୁନଃ ମିଳନ–ମନୀଷା ବିଶ୍ୱାଳ*

  1. This design is spectacular! You most certainly know how to keep a reader amused.
    Between your wit and your videos, I was almost moved to start my own blog (well,
    almost…HaHa!) Excellent job. I really enjoyed what you had to say, and more than that, how you presented it.
    Too cool!

  2. Hello, i think that i noticed you visited my site so i got here to go back the desire?.I am attempting to find issues to improve my web
    site!I assume its adequate to make use of a few of your ideas!!

  3. Hi! Someone in my Facebook group shared this website with us so I came to look
    it over. I’m definitely loving the information. I’m
    book-marking and will be tweeting this to my followers!
    Exceptional blog and terrific design.

Leave a Reply

Your email address will not be published. Required fields are marked *