March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*କୁହ କେଉଁ ନାମଦେବି ଏଇ ସମ୍ପର୍କର–ସୁଭଦ୍ରା ପଟ୍ଟାୟତ*

କୁହ କେଉଁ ନାମଦେବି ଏଇ ସମ୍ପର୍କର
~~~~~~~~~~~~~~~~~

ବହୁତ ଅଜବ ଥିଲା ସେ । ଅଜବ ଥିଲା ତା’ର ବ୍ୟବହାର ।
କୁହୁ ଠାରୁ ବାସ୍ ୨ – ୩ ବର୍ଷର ବଡ଼ ହେବ । କୁହୁ କୁ ଜଣା ନାହିଁ
ସେ କିଏ, କୋଉଁଠି ତା’ ଘର । ବାସ୍ ଆସିଥିଲା ଜୀବନକୁ ତା’
ସାଥୀ ହେଇ ଚାରି – ପାଞ୍ଚ ଦିନର ।

୧୨ – ୧୩ ବର୍ଷ ପୂରୁଣା କଥା । ପାଖାପାଖି ୪୦ – ୫୦ ଜଣ ମିଶି ଗୋଟେ ବସ୍ ଯୋଗେ ପୁରୀ ଓ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଯାଇଥିଲେ । ସମସ୍ତଙ୍କ ମଧ୍ୟରେ ସେ ମଧ୍ୟ ଥିଲା । ସେମାନଙ୍କର ତ ଦେଖା ସେତେବେଳେ ହେଲା ଯେତେବେଳେ ସେମାନେ ପୁରୀରେ ପହଞ୍ଚି ବିଶ୍ରାମ ପାଇଁ ଭଡ଼ା ଘରେ ରହିଲେ । ଛୋଟ ବଡ଼ ପେତି ମାଙ୍କଡ଼ ମାନଙ୍କ ବଦମାସି, ବ୍ୟାଗ୍ ରୁ ଫଳ ଚୋରି , କେତେ କ’ଣ । ସତରେ ବହୁତ ମନେପଡେ଼ ସେଦିନର ମୁହୂର୍ତ୍ତ ସବୁ ।

ସେତେବେଳେ ପାଚେରୀ ସେପଟେ କିଛି ଲୋକଙ୍କ କ୍ରିକେଟ ଖେଳର ଦୃଶ୍ୟ ସାଙ୍ଗକୁ ମାଙ୍କଡ଼ ମାନଙ୍କ ପାଗଳ ପଣ ବହୁତ ଖୁସି ଦେଉଥିଲା ସମସ୍ତଙ୍କୁ । ହେଲେ କୁହୁ ପାଚେରୀ ସେପଟର ଦୃଶ୍ୟ ଦେଖିବାରୁ ବଞ୍ଚିତ ଥିଲା । ଛୋଟ ଥିଲା ନା କେମିତି ଦେଖିଥାନ୍ତା । ମନ ଦୁଃଖରେ ଚୁପଚାପ ଛିଡ଼ା ହେଇଥାଏ । ଠିକ୍ ସେତିକି ବେଳେ କେଉଁଠି ଥିଲା ସେ ଆସି କୁହୁ କୁ ଦୁଇ ହାତରେ ଧରି ଉପରକୁ ଟେକି ଧରିଲା । କିଛି ସମୟ ପରେ ପୁଣି ତଳକୁ ଓହ୍ଲାଇ ( ଦେଖିଲ) କହି ଚାଲି ଗଲା । ଏଇଟା ଥିଲା ପ୍ରଥମ ସାକ୍ଷାତକାର ।

ପରେ କୁହୁ ଜାଣିଲା ସେ ମଧ୍ୟ ତା’ର ଜେଜେବାପା ଜେଜେମାଙ୍କ ସହ ସେଇ ସମାନ ବସ୍ ରେ ଆସିଛି । ପରେ ବାରମ୍ବାର ଦେଖାହେଲା । କମଳା କୁହୁର ପସନ୍ଦର ଫଳ ସେଥିପାଇଁ କୁହୁ ହାତରେ ସବୁବେଳେ କମଳା ଧରି ବୁଲୁଥାଏ । ତା’ର ହଜମଲା ପସନ୍ଦ ଥିଲା । ପକେଟରେ ହଜମଲା ନେଇ ବୁଲୁଥିଲା । ସେ ହଜମଲା ଖାଇଲେ
କୁହୁ କୁ ଦିଏ କିନ୍ତୁ କୁହୁ କମଳା ଦେଲେ ସେ ଦୌଡ଼ି ପଳାଏ ।
ସେଥିପାଇଁ କୁହୁ ଟିକେ ଅଭିମାନ କରି ଏକା ବସିଯାଏ ।
କୁହୁର ଅଭିମାନ ଦେଖି ସେ କମଳା ମାଗିକରି ଖାଇନେଲା
ବାସ୍ ପରେ ଯିଏ ଯାହା ଘରକୁ ଫେରିଗଲେ ।

ଘରେ ପହଞ୍ଚିବା ପରେ ଦୁଇଜଣଙ୍କ ରାସ୍ତା ଅଲଗା ଓ ସେମାନେ ମଧ୍ୟ । ଏବେ ବି ମନେ ପଡେ ତାର ସେଦିନର କଥା । ଭାବେ କ’ଣ ସେ ମଧ୍ୟ ମନେ ରଖିଥିବ ମୋତେ ??

ଏଇ ପ୍ରଶ୍ନବାଚୀ ଭିତରେ ରହିଯାଏ କୁହୁ …..

ସୁଭଦ୍ରା ପଟ୍ଟାୟତ , ବାଲେଶ୍ବର –

Loading

12 thoughts on “*କୁହ କେଉଁ ନାମଦେବି ଏଇ ସମ୍ପର୍କର–ସୁଭଦ୍ରା ପଟ୍ଟାୟତ*

Leave a Reply to Ayushi Anuradhika Pattanayak Cancel reply

Your email address will not be published. Required fields are marked *