ତୁମେ କଣ ପାରିବ?
ସରୋଜିନୀ ବେହେରା
ତୁମେ କଣ ମୋ ପାଇଁ ସୃଷ୍ଟି କରିପାରିବ
ଫୁଲର ବଗିଚା ଟିଏ
ଇନ୍ଦ୍ରଧନୁର ସାତରଙ୍ଗକୁ ମାଟିରେ ଓଟାରି?
ସେମାନଙ୍କ ବାସ୍ନାରେ ହଜାଇ ଦିଅନ୍ତି
ମୋ ନିଜକୁ…..!
ତୁମେ କଣ ତୋଳିପାରିବ ମୋ ହାତରେ
ଫୁଲର ଆକର୍ଷଣ ସୌନ୍ଦର୍ଯ୍ୟତାକୁ?
ସେମାନଙ୍କ ଦେହରେ ମୋ ଦେହ ମିଶାଇ
ଆଙ୍କିଦିଅନ୍ତି ମୋ ପ୍ରେମର ରଙ୍ଗକୁ…..!!
ତୁମେ କଣ ଦେଇପାରିବ
ମୋ ବିଦଗ୍ଧ ପ୍ରାଣକୁ ତୃପ୍ତି
ଫୁଲର ବାସମୟ ରଙ୍ଗକୁ ଲେପିଦେଇ ମୋ ମନରେ?
ସେମାନଙ୍କ କୋଳରେ ମୁଁ ବି
ଆଦରି ନିଅନ୍ତି ମୋ ପ୍ରୀତି ପ୍ରଣୟର
ମହଣ ମହଣ ଶିହରଣକୁ……!!
ତୁମେ କଣ ବାନ୍ଧିପାରିବ
ଏଇ ଚୁଲୁବୁଲି ରୂପସୀମାନଙ୍କ ଦୁଷ୍ଟାମୀକୁ
ମୋ ଛନ୍ଦା ଘନମେଘ ଭଉଁରୀର ଗଭାରେ?
ସେମାନଙ୍କ ରୂପକୁ ମୁଁ ବି ଭିଡି ନିଅନ୍ତି
ମୋ ଶୃଙ୍ଗାରରେ……!
ଆଗରପଡା, ଭଦ୍ରକ
858 total views, 1 views today